ପ୍ରମୁଖ ଖବର
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

୩.୪% ବଢିଲା ପ୍ରତିରକ୍ଷା ବଜେଟ୍‌, ପୁରା ଫୋକସ୍‌ ଡିପ୍‌-ଟେକ୍ ଉପରେ... ଜାଣନ୍ତୁ କିଭଳି ବଢିବ ଦେଶର ଶକ୍ତି ?

ନୂଆଦିଲ୍ଲୀ,୧।୨:  ଅନ୍ତରୀଣ ବଜେଟ୍‌ ୨୦୨୪ ରେ ଦେଶର ପ୍ରତିରକ୍ଷା ବଜେଟ୍‌କୁ ବୃଦ୍ଧି କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଆମେ ନୂଆ ଡିପ୍‌ ଟେକ୍ ଟେକ୍ନୋଲୋଜି ନେଇକି ଆସିବୁ। ଆତ୍ମନିର୍ଭରତାକୁ ଆଗକୁ ବଢାଇବୁ। ଡିପ-ଟେକ୍ ଟେକ୍ନୋଲୋଜି ଅର୍ଥାତ ବାୟୋଟେକ୍, କ୍ବାଣ୍ଟମ କମ୍ପ୍ୟଟିଂ, ଏଆଇ ରୋବୋଟିକ୍ସ, ଆଡଭାନ୍ସ ମ୍ୟାଟେରିଆଲ, ଗ୍ରୀନ୍ ଏନର୍ଜୀ, ଆଡଭାନ୍ସ କମ୍ପ୍ୟୁଟିଂ, ଏରୋସ୍ପେସ୍ ଭଳି ଉଦ୍ୟୋଗ।

ଅର୍ଥାତ ଦେଶର ପ୍ରତିରକ୍ଷା ମାମଲାରେ ଏ‌ବେ ଘରୋଇ କମ୍ପାନୀକୁ ଅଧିକ ସୁଯୋଗ ମିଳିବ। କାରଣ ଏହା ସବୁ ଟେକ୍ନୋଲୋଜି ଦେଶରେ ଘରୋଇ କମ୍ପାନୀ ପାଖରେ ରହିଛି। ଏହି ସବୁ ଜିନିଷ ପ୍ରୃକୃତରେ ବୈଜ୍ଞାନିକଙ୍କ ପ୍ରଗତି ଆଡକୁ ନେଇ ଯାଉଛି। ଅର୍ଥାତ ବିଜ୍ଞାନଙ୍କୁ ପ୍ରତିରକ୍ଷା ସହିତ ଯୋଡି ଦେଶକୁ ଅଧିକ ଶକ୍ତିଶାଳୀ କରିବାର ଯୋଜନା ରହିଛି। 

ଏହା ସହିତ ଆତ୍ମନିର୍ଭର କଥା ଯଦି ହେବା ତେବେ କେନ୍ଦ୍ର ସରକାର ଚାହାନ୍ତି ଦେଶର ସୁରକ୍ଷାରେ ଲାଗୁଥିବା ହତିଆର ଟେକ୍ନୋଲୋଜି, ଯନ୍ତ୍ର ସବୁ କିଛି ଦେଶରେ ହିଁ ତିଆରି ହେଉ। କମ୍‌ରୁ କମ୍ ବାହାରୁ ଆମଦାନୀ ହେଉ। ଅଧିକରୁ ଅଧିକ ରପ୍ତାନୀ କରାଯାଉ। ଗତ ବର୍ଷ ଦେଶର ପ୍ରତିରକ୍ଷା ଉତ୍ପାଦନ ୧ ଲକ୍ଷ ଟଙ୍କାରେ ପହଁଞ୍ଚିଛି। ଏବେ ଏଭଳି ବଜେଟ୍‌ରେ କରାଯାଇଥିବା ଘୋଷଣା ଅଧିକ ମହତ୍ବ ରକ୍ଷେ।

ଗ୍ଲୋବାଲ ଫାୟାରପାଓ୍ବାର ମିଲିଟାରୀ ରାଙ୍କିଙ୍ଗ ୨୦୨୪ ରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଅର୍ଥାତ ଦୁନିଆର ଚତୁର୍ଥ ସବୁଠାରୁ ଶକ୍ତିଶାଳୀ ମିଲିଟାରୀ ଭାରତ ପାଖରେ ରହିଛି। ଭାରତ ଇଂଲର୍ଡ ଓ ଜାପାନ ଭଳି ବିକଶିତ ଦେଶ ମଧ୍ୟ ଏହି ମାମଲାରେ ଆଗରେ ରହିଛି, କିନ୍ତୁ ଚୀନ୍‌ର ପଉରେ ଅଛି। ଚୀନ୍ ତୃତୀୟ ସବୁଠାରୁ ବଡ ସାମରିକ ଶକ୍ତି। ଗତ ୧୦ ବର୍ଷରେ ଭାରତ ପ୍ରତିରକ୍ଷା ମାମଲାରେ ନିଜର ଗୁରୁତ୍ବ ବଢାଇଛି। 

ଭାରତ ପାଖରେ ୫୧୨.୨୭ ଲକ୍ଷ ଯବାନ ରହିଛନ୍ତି। ସୀତାରମଣ ପ୍ରତିରକ୍ଷା ବଜେଟ୍‌ର ତ ଘୋଷଣା କରିଛନ୍ତି। ସମ୍ପୂର୍ଣ୍ଣ ବିବରଣୀ ସରକାର ଗଠନ ହେବାପରେ ଆଗତ କରାଯାଇଥିବା ବଜେଟ୍‌ରେ ଆସିବ। ୨୦୨୩-୨୪ ପ୍ରତିରକ୍ଷା ବଜେଟ୍ ୬.୦୨ ଲକ୍ଷ କୋଟି ଟଙ୍କାର ଥିଲା, ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ ୧୩ % ଅଧିକ ଥିଲା। ଏଥର ଏହା ବଢି ୬.୨୦ ଲକ୍ଷ କୋଟି ହୋଇଯାଇଛି। ଅର୍ଥାତ ୩.୪% ବଢିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.