ଭୁବନେଶ୍ୱର,୧୩/୦୮: ଚାଷୀଙ୍କ ପାଇଁ ଖୁସି ଖବର । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଚାଷୀଙ୍କୁ ମିଳିପାରେ ସିଏମ୍ କିଷାନ ଯୋଜନା ଟଙ୍କା । ଆସନ୍ତା ସେପ୍ଟେମ୍ବର ୮ରେ ନୂଆଁଖାଇ ଥିବାବେଳେ ସେହିଦିନ ଅର୍ଥ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ପୂର୍ବ ସରକାର ଅମଳରେ ଥିବା କାଳିଆ ଯୋଜନାର ନାଁ ବଦଳି ଏବେ ସିଏମ କିଷାନ ଯୋଜନା ହୋଇଛି । ହେଲେ କାଳିଆ ଯୋଜନାରେ ଯେଉଁ ହିତାଧିକାରୀମାନେ ଅର୍ଥରାଶି ପାଉଥିଲେ, ସେମାନଙ୍କୁ ସିଏମ କିଷାନ ଯୋଜନା ଟଙ୍କା ମିଳିବ କି ନାହିଁ ତାକୁ ନେଇ ଚାଷୀ ଦ୍ୱନ୍ଦ୍ୱରେ ଅଛନ୍ତି।
‘ଟିକଟକ୍କୁ ରକ୍ଷା କରିବାକୁ ଚାହୁଁଥିଲେ ମୋତେ ଜିତାନ...