ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ଫ୍ରାଇଡେ ରିଲିଜ୍‌ ହେବ ଓଡିଆ ସିନେମା ‘ଅତିଥି’: ଆଗ ମଲ୍ଟିପ୍ଲେକ୍ସ, ପରେ ସିଙ୍ଗଲ୍‌ ସ୍କ୍ରିନ୍‌

ଭୁବନେଶ୍ୱର ୨୭/୦୯: ଫ୍ରାଇଡେ ରିଲିଜ୍‌  ଅବସରରେ ଶୁକ୍ରବାର ସିନେମା ଘରକୁ ଓଲିଉଡ୍‌ ‘ଅତିଥି’ଙ୍କ ପ୍ରବେଶ ହେଉଛି । ଅର୍ଥାତ୍‌ ଦୀର୍ଘଦିନର  ଅପେକ୍ଷା ପରେ ଅତିଥି ସ୍ୱରୂପ ପ୍ରେକ୍ଷାଳୟକୁ ଆସୁଛନ୍ତି  ‘ଅତିଥି’ । ରିଲ୍ସ ଆଣ୍ଡ୍‌ ରିଲ୍ସ ବ୍ୟାନରରେ ନିର୍ମିତ  ନୂଆ ଓଡ଼ିଆ ସିନେମା ‘ଅତିଥି-ଦ ଅନ୍‌ୱାଣ୍ଟେଡ୍‌  ଗେଷ୍ଟ’ । ସମ୍ପୂର୍ଣ୍ଣ ନୂଆ ଶୈଳୀର ମୌଳିକ ଓଡ଼ିଆ  ସିନେମାଟିଏ । ଏହାର କଥାବସ୍ତୁରେ ୩ ଜଣ ଉଚ୍ଚଶିକ୍ଷିତ ଯୁବକ ପ୍ରତିଶୋଧ ପରାୟଣ ହୋଇ  ରାଜ୍ୟର ଜଣେ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।  

ସେମାନେ ନିଜକୁ ବଞ୍ଚାଇବାକୁ ଯାଇ ଏକ  ପରିବାରକୁ ବନ୍ଧକ ରଖିଛନ୍ତି । ଘଟଣାକୁ ଜଣେ  ଦକ୍ଷ ପୁଲିସ୍‌ ଅଧିକାରୀ ନିଜ ଦଳ ସହ ପରିଚାଳନା  କରୁଛନ୍ତି । ଶେଷରେ ସମ୍ପୃକ୍ତ ଯୁବକମାନଙ୍କ ସତ୍ୟତା  ଜଣାପଡ଼ୁଛି । ବାକି ଯାହା ରହିଗଲା, ସେଥିଲାଗି  ହଲ୍‌ ପର୍ଯ୍ୟନ୍ତ ଯିବାକୁ ପଡ଼ିବ । ନିକଟରେ ସିନେମାର  ସେନ୍‌ସର୍‌ ହୋଇଥିଲାବେଳେ ବିଚାରକମାନେ  ଏହାକୁ ଦେଖି ବହୁତ ପ୍ରଶଂସା କରିବା ସହ ‘ୟୁ/ଏ’ ସାର୍ଟିଫିକେଟ୍‌ ଦେଇଛନ୍ତି । ଆଶା, ହଲ୍‌ରେ ‘ଅତିଥି’  ନିଶ୍ଚିତ ଭାବେ ସମସ୍ତଙ୍କ ମନ ଜିଣିବେ ଏବଂ ଆମେ  ବି ତାଙ୍କ ଆତିଥ୍ୟତାରେ ଊଣା କରିବାନି । 

ସିନେମାରେ  ବିଭିନ୍ନ ଭୂମିକାରେ ଅନୁ ଚୌଧୁରୀ, ଦିବ୍ୟାଦିଶା  ମହାନ୍ତି, ମନୋଜ ମିଶ୍ର, ସାୟଲ ମୂଖାର୍ଜୀ, ଶ୍ରୁତି  ଶୁଭଶ୍ରୀ, ଚିନ୍ମୟ ମିଶ୍ର, ଅଭିଷେକ ଗିରି, ଦୀପନ୍ୱିତ  ଦାଶ ମହାପାତ୍ର, ଜୀବନ ପଣ୍ଡା, ସୁକାନ୍ତ ରଥ,  ପ୍ରସନ୍ନଜିତ୍‌ ମହାପାତ୍ର, ବିଘ୍ନେଶ ପଣ୍ଡା, ପ୍ରସିଦ୍ଧି ଓ ସର୍ବେଶ୍ୱର ସୂତାର ପ୍ରମୁଖ ଅଭିନୟ କରିଛନ୍ତି ।  ଏଥିରେ ୩ଟି ଗୀତ ରହିଛି । ପ୍ରଥମ ଗୀତ ‘ତୁ ମୋ  ପଲକର ଛାଇ’କୁ ଲେଖିଛନ୍ତି ରାକେଶ ଦାଶ, ଗାଇଛନ୍ତି  କୁଲଦୀପ ପଟ୍ଟନାୟକ ଓ ସଞ୍ଚିତା ଶୁଭଦର୍ଶିନୀ ।  ଦ୍ୱିତୀୟ ଗୀତ ‘ଅଜଣା ଅତିଥି’କୁ ଲେଖିଛନ୍ତି ସ୍ଥିତ  ପଟ୍ଟନାୟକ, ଗାଇଛନ୍ତି ହ୍ୟୁମାନ୍‌ ସାଗର ଓ ଅର୍ପିତା  ଚୌଧୁରୀ । ଗୀତ ୨ଟିକୁ ସଙ୍ଗୀତରେ ସଜାଇଛନ୍ତି  ସୋମେଶ ଶତପଥୀ । ତୃତୀୟ ଗୀତ ‘ରାତି  ସରେ’କୁ ଲେଖିଛନ୍ତି ସୁମିତ ପଣ୍ଡା, ଗାଇଛନ୍ତି ବିରାଜ  ରଥ । ସଙ୍ଗୀତ ବୁନ୍ନି ମହାନ୍ତି ଦେଇଥିଲାବେଳେ  ଶ୍ରୁତି ପ୍ରକାଶ ଦାଶ ସଂଯୋଜନା କରିଛନ୍ତି ।

ସିନେମାର ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ  ସଂଳାପ ଲେଖିଛନ୍ତି ରବିନାରାୟଣ ଦାସ । କାହାଣୀ  ରଚନା କରିଛନ୍ତି ମାନସ ପଢ଼ିଆରୀ । ନିର୍ଦ୍ଦେଶନା  ଦେଇଛନ୍ତି ଅଜୟ ପାଢ଼ୀ । ପ୍ରଥମ ଥର ଓଡ଼ିଆ  ସିନେମା ପ୍ରଯୋଜନାରେ ସ୍ଥିତ ପଟ୍ଟନାୟକ ପ୍ରବେଶ  କରିଥିଲାବେଳେ ସହ ପ୍ରଯୋଜନାରେ ସହାୟତା  କରିଛନ୍ତି ପ୍ରତିମା ପଟ୍ଟନାୟକ । ବିଭିନ୍ନ ଦୃଷ୍ଟିରୁ ବଳିଷ୍ଠ  ହୋଇଥିବା ‘ଅତିଥି’ ଆଗ ୪ଟା ମଲ୍ଟିପ୍ଲେକ୍ସରେ ପରେ  ରାଜ୍ୟର ବିଭିନ୍ନ ସିଙ୍ଗଲ୍‌ ସ୍କ୍ରିନ୍‌ରେ ମୁକ୍ତିଲାଭ ହେବ । ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟାରେ ଭୁବନେଶ୍ୱରର  ଏକ ମଲ୍ଟିପ୍ଲେକ୍ସରେ ସିନେମାକୁ ଦର୍ଶକ ଦେଖିବାକୁ ପାଇବେ । ଏହାଛଡ଼ା ଟଲିଉଡ୍‌ରେ ଲୋକପ୍ରିୟ ଷ୍ଟାର୍‌  ଜୁନିଅର ଏନ୍‌ଟିଆର୍‌ଙ୍କ ‘ଦେବରା ପାର୍ଟ-୧’ ଏବଂ  ବଲିଉଡ୍‌ରେ ‘ବିନି ଆଣ୍ଡ୍‌ ଫ୍ୟାମିଲି’ ମୁକ୍ତିଲାଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.