ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫ୍ରାଇଡେ ରିଲିଜ୍‌: ପ୍ରେକ୍ଷାଳୟରେ ବାଜିଲା ‘ବିଗୁଲ୍‌’, ୪୨ଟି ସିନେମା ହଲ୍‌ରେ ରିଲିଜ୍

ଭୁବନେଶ୍ୱର,୨୯/୦୩: ବିଗୁଲ୍‌  ବାଜିଲା ହେଲେ ନିର୍ବାଚନ ମୈଦାନରେ ନୁହେଁ ପ୍ରେକ୍ଷାଳୟରେ । ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ବଡ଼ ପରଦାକୁ ଆସିଲା ନୂଆ ଓଡ଼ିଆ ସିନେମା ‘ବିଗୁଲ୍‌’ ।  ଫ୍ରାଇଡେ ରିଲିଜ୍‌ ଅବସରରେ ସାରା ଓଡ଼ିଶାର ୪୨ଟି ପ୍ରେକ୍ଷାଳୟ ସମେତ ବେଙ୍ଗାଲୁରୁର ୨ଟି ପ୍ରେକ୍ଷାଳୟରେ  ସିନେମା ରିଲିଜ୍‌ ହୋଇଥିବା ପ୍ରଯୋଜନା  ସଂସ୍ଥା ପକ୍ଷରୁ ପ୍ରକାଶ । ଏହାର କଥାବସ୍ତୁ  ଓଡ଼ିଶାର ଦଣ୍ଡନାଚ ଉପରେ ଆଧାରିତ ।  ଅନ୍ଧବିଶ୍ୱାସ ବିରୋଧରେ ଲୋକଙ୍କୁ  ସଚେତନ କରିବା ଊଦ୍ଦେଶ୍ୟରେ ସିନେମା  ‘ବିଗୁଲ୍‌’ ନିର୍ମିତ ହୋଇଛି । ଗାଁର ଜଣେ  ଶିକ୍ଷିତା ଯୁବତୀ କିଭଳି ଏହା କରିବାରେ  ସକ୍ଷମ ହେଉଛନ୍ତି ତାହା ସିନେମାରେ  ଦର୍ଶାଯାଇଛି । 

ନିର୍ଦ୍ଦେଶକ ଅଜୟ ପାଢ଼ୀଙ୍କ ଅନୁସାରେ ‘ବିଗୁଲ୍‌’ ହେଉଛି ପ୍ରଥମ  ଓଡ଼ିଆ ସାଂସ୍କୃତିକ ସିନେମା । ଏଥିରେ ନାୟିକା ସୁପ୍ରିୟା । ତାଙ୍କ ବିପକ୍ଷରେ ‘ଶଙ୍କର’ ଫେମ୍‌ ନାୟକ ଦେବାନନ୍ଦ ଅଛନ୍ତି । ଏନ୍‌ଏସ୍‌ଡି ନିର୍ଦ୍ଦେଶକ ତଥା  ବିଶିଷ୍ଟ ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ  ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ  କରିଛନ୍ତି । ଫିଲ୍ମର ଟିଜର୍‌କୁ ଦର୍ଶକ ବହୁ  ମାତ୍ରାରେ ପସନ୍ଦ କରିଛନ୍ତି । ଟିଜର୍‌ରେ  ଶେଷ ଭାଗରେ ଓଲିଉଡ୍‌ର ଲୋକପ୍ରିୟ  ଅଭିନେତା ଅନୁଭବ ମହାନ୍ତିଙ୍କୁ ଦେଖିବାକୁ  ମିଳିଛି ଯାହାକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା  ଅଧିକ ରହିଛି । ଶୁଣିବାକୁ ମିଳୁଛି  ‘ବିଗୁଲ୍‌-୨’ ଆସିବ । ସେଥିରେ ମୁଖ୍ୟ  ଭୂମିକାରେ ଅନୁଭବ ଆସିବେ । ତେବେ  ସାଇ ଦରବାର ଫିଲ୍ମସ୍‌ ବ୍ୟାନରରେ  ପ୍ରସ୍ତୁତ ଏହି ସିନେମାର ପ୍ରଯୋଜକ  ରହିଛନ୍ତି ଦେବାନନ୍ଦ ବେହେରା । ଅମିତ  କୁମାର ଦାସ ସଂଳାପ ରଚନା କରିଥିବା  ବେଳେ ସୁରଜ ପୁରୋହିତ ସ୍ୱର  ସଂଯୋଜନା କରିଛନ୍ତି । ସତ୍ୟରଞ୍ଜନ ବଳ,  ମୋହିତ ଚକ୍ରବର୍ତ୍ତୀ ଓ ଜେମ୍‌ସ ୱାର୍ଡସ୍ମିଥ୍‌  ଗୀତ ରଚନା କରିଛନ୍ତି । ଡିଓପିରେ  ଯୁଧିଷ୍ଠିର ବେହେରା ଓ ସମ୍ପାଦନାରେ ରଶ୍ମି  ରଞ୍ଜନ ଦାଶ କାର୍ଯ୍ୟ କରିଛନ୍ତି । ସେହିପରି  ଗତ ଫେବ୍ରୁଆରୀ ୨୩ରେ ମୁକ୍ତିଲାଭ  କରିଥିବା ‘ଭୋଟ’ ପୁଣି ଭୁବନେଶ୍ୱର ଓ  ରାଉରକେଲାରେ ରିଲିଜ୍‌ ହେଉଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.