ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାର୍ଚ୍ଚ ୮ରେ ମୁକ୍ତିଲାଭ କରିବ ‘ଅପରେସନ୍‌ ୧୨/୧୭’, ପ୍ରମୋସନ୍ ବ୍ୟସ୍ତ ହିରୋ ହିରୋଇନ୍

ଭୁବନେଶ୍ୱର,୦୩/୦୩: ଏକ ମୌଳିକ କାହାଣୀକୁ ନେଇ  ଲୁମ୍ବିନୀ ପ୍ରଡକ୍ସନ୍ସ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର "ଅପରେସନ୍‌ ୧୨/୧୭’  ଆସନ୍ତା ୮ ତାରିଖ ବିଶ୍ୱ ମହିଳା ଦିବସରେ ସାରା ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟାରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଅବସରରେ ବିଭିନ୍ନ  ସ୍ଥାନରେ ସିନେମାରେ ପ୍ରଚାର, ପ୍ରସାର ଜାରି ରହିଛି । 

ଚଳଚ୍ଚିତ୍ରର ଅଭିନେତା ଶ୍ରେୟାନ, ଅଭିନେତ୍ରୀ ଭୂମିକା,  ଅଭିନେତା ଅମର, କାହାଣୀକାର ଦ୍ୱୀପାୟନ ପଟ୍ଟନାୟକ, କ୍ରିଏଟିଭ୍‌  ହେଡ୍‌ ପ୍ରଣୟ ଜେଠୀ ପ୍ରମୁଖ ବିଭିନ୍ନ କଲେଜରେ ପହଞ୍ଚି ଛାତ୍ରଛାତ୍ରୀଙ୍କ  ଗହଣରେ ନାଚ, ଗୀତ ଓ ସଂଳାପ ମାଧ୍ୟମରେ  ଚଳଚ୍ଚିତ୍ରର ପ୍ରଚାର, ପ୍ରସାର କରିଛନ୍ତି ।  ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଶୁଭ୍ରା  ପଟ୍ଟନାୟକ । କାହାଣୀ ଦ୍ୱୀପାୟନ ପଟ୍ଟନାୟକ, ସଂଳାପ ଦିଲ୍ଲୀପ ଚୌଧୁରୀ, ନିର୍ଦ୍ଦେଶନା ସୁଧାଂଶୁ  ମାହନ ସାହୁ ଓ ସଙ୍ଗୀତ ଦେଇଛନ୍ତି ବୈଦ୍ୟନାଥ ଦାଶ । ଚିତ୍ରତ୍ତୋଳନ ପ୍ରଶାନ୍ତନୁ ମହାପାତ୍ର, ସମ୍ପାଦନା ଓ ଲାଇନ ପ୍ରଡୁସର ଅମର ମହାପାତ୍ର ରହିଛନ୍ତି । ସିନେମାକୁ ଦର୍ଶକ ସମର୍ଥନ ଓ ଭଲପାଇବା ଦେଇ ହଲ୍‌ ଆସି ଦେଖିବେ । ପ୍ରତି  ଶୋ’ ହାଉସ୍‌ଫୁଲ୍‌ କରି ରେକର୍ଡ କରିବେ ବୋଲି ପ୍ରଯୋଜନା ସଂସ୍ଥା ନିବେଦନ ସହ ସିନେମାକୁ  ନେଇ ବହୁତ ଆଶା ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.