ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆୟ ବହିର୍ଭୂତ ସମ୍ପତ୍ତି ମାମଲା: ଦୁର୍ନୀତିଗ୍ରସ୍ତଙ୍କୁ ଧରିବାରେ ଓଡ଼ିଶା ଆଗରେ, ୫ ବର୍ଷରେ ଓଡ଼ିଶା ଭିଜିଲାନ୍ସ ନମ୍ବର ୱାନ୍‌

ଭୁବନେଶ୍ୱର, ୬।୧୨: ପୂର୍ବ ଭଳି ଏଥର ମଧ୍ୟ ପୁଣି ଦେଶରେ ଶ୍ରେଷ୍ଠ ହୋଇଛି ଓଡ଼ିଶା ଭିଜିଲାନ୍ସ । ୨୦୨୨ ଏନ୍‌ସିଆରବି ରିପୋର୍ଟ କହୁଛି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରୁଥିବା ଦୁର୍ନୀତିଖୋର ଅଫିସରଙ୍କୁ ଧରିବାରେ ଓଡ଼ିଶା ଭିଜିଲାନ୍ସ ଦେଶର ଅନ୍ୟ ରାଜ୍ୟକୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛି । ଏହିଭଳି ଭାବେ ଗତ ୫ ବର୍ଷ ହେବ ଓଡ଼ିଶା ଭିଜିଲାନ୍ସ ନମ୍ବର ୱାନ୍‌ ହୋଇଚାଲିଛି । ୨୦୨୨ ଏନ୍‌ସିଆରବି ରିପୋର୍ଟ ଆନୁସାରେ, ସାରା ଦେଶରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ୩୭୨ଟି ମାମଲା ରୁଜୁ ହୋଇଥିବା ବେଳେ ସେଥିରୁ ଓଡ଼ିଶାରେ ସର୍ବାଧିକ ୮୫ଟି ମାମଲା ରୁଜୁ ହୋଇଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦ୍ୱିତୀୟ ସ୍ଥାନରେ ରହିଛି କର୍ଣ୍ଣାଟକ । ଏହି ରାଜ୍ୟ ଭିଜିଲାନ୍ସ ୫୬ଟି ମାମଲା ରୁଜୁ କରିଥିଲା । ବିହାର ତୃତୀୟ ସ୍ଥାନରେ ରହିଛି । ବିହାର ଭିଜିଲାନ୍ସ ୨୦୨୨ ମସିହାରେ ୪୮ ଟି ମାମଲା ରୁଜୁ କରିଥିଲା । ଷଷ୍ଠ ସ୍ଥାନରେ ପଶ୍ଚିମବଙ୍ଗ ଥିବା ବେଳେ ଦଶମ ସ୍ଥାନରେ ରହିଛି ଆନ୍ଧ୍ରପ୍ରଦେଶ । 

ଛତିଶଗଡ଼ ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ କୌଣସି ଗୋଟିଏ ମାମଲା ରୁଜୁ କରିନାହିଁ । ୮ ଟି ରାଜ୍ୟ ଓ ୬ଟି କେନ୍ଦ୍ରଶାସିତ ଅଞ୍ଚଳରେ ଭିଜିଲାନ୍ସ ବିଭାଗ ମଧ୍ୟ ୨୦୨୨ରେ କୌଣସି ଗୋଟିଏ ମାମଲା ରୁଜୁ କରିନାହିଁ । ୨୦୨୨ରେ ସରକାରୀ ଅର୍ଥ ଆତ୍ମସାତ କରିବା କ୍ଷେତ୍ରରେ ଦେଶରେ ପଞ୍ଜାବ ଆଗରେ ଥିବା ବେଳେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ପଞ୍ଜାବରେ ୧୩୫ ଟି ମାମଲା ହୋଇଥିବା ବେଳେ ତାମିଲନାଡୁରେ ୯୦ଟି ଓ ଓଡ଼ିଶାରେ ୮୪ଟି ମାମଲା ରୁଜୁ ହୋଇଥିଲା । ୨୦୨୨ରେ ଚାର୍ଜସିଟ୍‌ ଓ ଦଣ୍ଡାଦେଶରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ଏନ୍‌ସିଆରବିର ୨୦୨୧ ରିପୋର୍ଟ ମୁତାବକ, ୨୦୨୧ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ  ଅଭିଯୋଗରେ ସାରା ଦେଶରେ ୩୯୮ଟି ମାମଲା ରୁଜୁ ହୋଇଥିଲା । ସେଥିରୁ ସର୍ବାଧିକ ୯୨ଟି ମାମଲା ଓଡ଼ିଶା ଭିଜିଲାନ୍ସ ରୁଜୁ କରିଥିଲା । ୨୦୨୦ରେ ସାରା ଦେଶରେ ୩୦୦ଟି ମାମଲା ରୁଜୁ ହୋଇଥିଲା । ସେଥିମଧ୍ୟରୁ ଓଡ଼ିଶା ସର୍ବାଧିକ ୯୩ଟି ମାମଲା ରୁଜୁ କରିଥିଲା । 

ସେହିଭଳି ୨୦୧୯ରେ ୩୫୭ଟି ଆୟବହିର୍ଭୂତ ମାମଲାରୁ ଓଡ଼ିଶାରେ ୮୮ଟି ଏବଂ ୨୦୧୮ ମସିହାରେ ସାରା ଦେଶରେ ୪୦୧ଟି ମାମଲାରୁ ଓଡ଼ିଶାରେ ୧୧୧ ମାମଲା ରୁଜୁ ହୋଇଥିଲା । ଯାହା ସମ୍ପୂର୍ଣ୍ଣ ମାମଲାର ୨୭.୬% । ୨୦୨୨ରେ ସାରା ଦେଶରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ରୁଜୁ ହୋଇଥିବା ମାମଲା ମଧ୍ୟରୁ ଓଡ଼ିଶା ଭିଜିଲାନ୍ସର ୨୨.୮% ରହିଛି ।  ଅନ୍ୟପକ୍ଷରେ ଲାଞ୍ଚ ନେବାରେ ୨୦୨୨ରେ ସାରା ଦେଶରେ ୨୮୮୩ଟି ମାମଲା ରୁଜୁ ହୋଇଥିଲା । ମହାରାଷ୍ଟ୍ର ଭିଜିଲାନ୍ସ ୭୨୮ଟି ମାମଲା ରୁଜୁ କରି ପ୍ରଥମ ସ୍ଥାନ ଗ୍ରହଣ କରିଛି । ରାଜସ୍ଥାନ ଭିଜିଲାନ୍ସ ୪୬୫ଟି ମାମଲା ରୁଜୁ କରି ତୃତୀୟ ଓ ୨୫୭ଟି ମାମଲା ରୁଜୁ କରି ତୃତୀୟ ସ୍ଥାନରେ ରହିଛି ମଧ୍ୟପ୍ରଦେଶ । ଓଡ଼ିଶା ଭିଜିଲାନ୍ସ ୧୧୮ଟି ମାମଲା ରୁଜୁ କରିଛି । ଏହି ତାଲିକାରେ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିଛି । ଲାଞ୍ଚ ମାମଲାରେ ୨୦୨୧ ଓ ୨୦୨୦ ମସିହାରେ ଓଡ଼ିଶା ଷଷ୍ଠ ସ୍ଥାନରେ ଥିଲା । ୨୦୨୨ ମସିହାରେ ଖସି ଅଷ୍ଟମରେ ପହଞ୍ଚିଛି ।

Also Read :-

ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.