ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା: ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୩୧/୦୫: ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇଛି ଭଦ୍ରକ । ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ମରଣାନ୍ତ ଆକ୍ରମଣ ଅଭିଯୋଗ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଅଭିଳାଷଙ୍କ ମଣ୍ଡ ଫାଟିଥିବା ବେଳେ କାର ଭାଙ୍ଗିଛି। ଏହି ଘଟଣାରେ ଥାନରେ ଅଭିଯୋଗ ପରେ ୫ ଜଣଙ୍କୁ ଗିରଫ କରିଛି ବାଂଶଡ଼ା ପୋଲିସ।

ସୂଚନା ମୁତାବିକ,ଗୁରୁବାର ସଂଧ୍ୟାରେ ପ୍ରଚାର ସରିଥିଲା । ଏହାପରେ  ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ପଣ୍ଡା କେତେକ ସହଯୋଗୀଙ୍କୁ ଧରି  କରଞ୍ଜମାଳ ପଞ୍ଚାୟତରେ ଅଭିମୁଖେ ଗାଡିରେ ଯାଉଥିଲେ। ଦୁର୍ବୃତ୍ତମାନେ ଆସି ଅଭିଳାଷ ପଣ୍ଡା ଓ ତାଙ୍କ ସହଯୋଗୀ ମରଣାନ୍ତ ଆକ୍ରମଣ କରିଥିଲେ ।ଯେଉଁଥିରେ ଅଭିଳାଷଙ୍କ ମୁଣ୍ଡ ଫାଟି ଯାଇଥିଲା। ଏଥି ସହିତ ତାଙ୍କ କାର କାଚ ମଧ୍ୟ ଭାଙ୍ଗାରୁଜା କରିିଥିଲେ ଦୁର୍ବୃତ୍ତ। ଅଭିଳାଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲେ। ପରେ ଏନେଇ ବିଜେପି ପକ୍ଷରୁ ବାଂଶଡ଼ା ଥାନରେ ଅଭିଯୋଗ କରାଯାଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.