ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୦୨୪-୨୫ ପାଇଁ କାମଚଳା ବଜେଟରେ ଶିକ୍ଷାକୁ ଗୁରୁତ୍ବ, ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପରିଚାଳନା ପାଇଁ ୮୮୦ କୋଟି…

ଭୁବନେଶ୍ବର ୦୮/୦୨: ଗୁରୁବାର ବିଧାନସଭାରେ ୨୦୨୪-୨୫ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ । ନିର୍ବାଚନୀ ବର୍ଷ ଥିବାରୁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ । ବଜେଟରେ ଶିକ୍ଷାର ମାନ ଉପରେ ଗୁରୁତ୍ବ ଦିଆଯାଇଛି । ଓଡିଶାର ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଓ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବା ନିମନ୍ତେ 5T ପଦକ୍ଷେପ ଅଧିନରେ ଅତ୍ୟାଧୁନିକ ଭିତ୍ତିଭୂମି ପ୍ରଦାନ ନିମିତ୍ତ ବିଦ୍ୟାଳୟ ଗୁଡିକର ନବୀକରଣ କରାଯାଉଛି । ବିଦ୍ୟାଳୟ ଗୁଡିକର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ସହ ଶୈକ୍ଷିକ ପରିବେଷର ରୂପାନ୍ତରୀକରଣରେ ପୂର୍ବତନ ଛାତ୍ରଛାତ୍ରୀ ଓ ବିଭିନ୍ନ ସମୁଦାୟର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରାଯାଇଛି । ମୋ ସ୍କୁଲ ଅଭିଯାନ ଅଧୀନରେ ୮ ଲକ୍ଷ ୨୯ ହଜାର ପୂର୍ବତନ ଛାତ୍ରଛାତ୍ରୀ ଏହି ଅଭିଯାନରେ ଯୋଗଦାନ କରିବା ସହ ୨୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ବିଦ୍ୟାଳୟ ଗୁଡିକର ସାମଗ୍ରିକ ବିକାଶ ପାଇଁ ୪୩୭ କୋଟି ଟଙ୍କା ପ୍ରଦାନ କରାଯାଇଛି । 

ସେହିଭଳି ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପରିଚାଳନା ପାଇଁ ୮ ଶହ ୮୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରେ ବିନା ମୂଲ୍ୟରେ ସାଇକେଲ ଯୋଗାଣ ପାଇଁ ୧୯୧ କୋଟି ଟଙ୍କା ଏବଂ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ପ୍ରଦାନ ପାଇଁ ୧୯୯ କୋଟି ଟଙ୍କା ଦିଆଯାଇଛି ।   

 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.