ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଗତ ହେଲା ରାଜ୍ୟ ଅନ୍ତରୀଣ ବଜେଟ୍‌ : ଜଳସେଚନ ପ୍ରକଳ୍ପ ପାଇଁ ୮୬୦ କୋଟିର ପ୍ରସ୍ତାବ

ଭୁବନେଶ୍ୱର : ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ଅନ୍ତରୀଣ ବଜେଟ। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରାଜ୍ୟ ବଜେଟ ଉପସ୍ଥାପିତ କରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ୨,୫୫,୦୦୦ କୋଟି ଟଙ୍କାର ବଜେଟ୍ ଆକଳନ ହୋଇଥିବା ବେଳେ ଏପ୍ରିଲରୁ ଜୁଲାଇ ପାଇଁ ୧,୧୮,୦୦୦ କୋଟି ଟଙ୍କାର ଲେଖାନୁଦାନ ଆଗତ କରାଯାଇଛି ।

ବିଧାନସଭାରେ କାମଚଳା ବଜେଟ ଆଗତ; ୨୦୨୪-୨୫ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫% ଆକଳନ

ଜଳସେଚନ ଉପରେ ଫୋକସ କରିଛନ୍ତି ରାଜ୍ୟ ସରକାର। ଏହି ଅନୁସାରେ  ୨୦୨୪-୨୫ରେ ୨୫ଟି ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ୮୬୦ କୋଟିର ପ୍ରସ୍ତାବ ରହିଛି। ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୫ ବର୍ଷ ମଧ୍ୟରେ ୧୦୭୫୯ କୋଟି ବ୍ୟୟରେ ୧୭୦ଟି ନୂଆ ପ୍ରକଳ୍ପ ନିର୍ମାଣ ହେବ । ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ ୧୨୨୫ କୋଟିର ବ୍ୟୟବରାଦ କରାଯାଇଛି।

ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା ଅଧିନରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ମୋଟ ୧ ହଜାର ୨ଶହ ୬୭ କିଲୋମିଟର କେନାଲ ଲାଇନିଂ କାର୍ଯ୍ୟ ସମାପ୍ତ ପାଇଁ ମୋଟ ୨ହଜାର ୩୨ କୋଟି ଟଙ୍କା ଅନୁମୋଦନ ହୋଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ ୪୨୫ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବିତ ହୋଇଛି। ପୁରାତନ ସେଚ ପ୍ରକଳ୍ପ ଗୁଡ଼ିକର ଆଧୁନିକୀକରଣ ତଥା କେନାଲ ପୁନରୁଦ୍ଧାର ପାଇଁ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୨୪୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। 

ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରତିରୋଧି ଲୁଣି ବନ୍ଧ ପ୍ରକଳ୍ପ ଅଧିନରେ ବାଲେଶ୍ୱର , ଭଦ୍ରକ , କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ମୋଟ ୧୯୪ କିଲୋମିଟର ଲୁଣି ବନ୍ଧ ସୁଦୃଢ ପାଇଁ ୭୬୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.