ଭୁବନେଶ୍ଵର, ୦୪/୦୯ : ୟୁପି ପ୍ରୟାଗରାଜ ମଦ୍ରାସାରେ ଜାଲ୍ ନୋଟ୍ କାରବାରରେ ଓଡ଼ିଶା ଲିଙ୍କ୍। ଭଦ୍ରକ ବାସୁଦେବପୁର ଅଞ୍ଚଳରେ ମାଷ୍ଟରମାଇଣ୍ଡ୍ ଜାହିର ଖାନର ଘର। ଜାହିର ଖାନ୍ ଓଡ଼ିଶାର ବୋଲି କହିଲା ୟୁପି ପୋଲିସ।
ସୂଚନାନୁଯାୟୀ, ଗତ ୨୮ ତାରିଖରେ ପ୍ରୟାଗରାଜର ଏକ ମଦ୍ରାସାରେ ସନ୍ଦେହଜନକ ଗତିବିଧି ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ପ୍ରୟାଗରାଜ ପୋଲିସ ମଦ୍ରାସାରେ ଚଢାଉ କରିଥିଲା। ରେଡ୍ ବେଳେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା। ମଦ୍ରାସାରେ ପାଠ ପଢାଯିବା ବଦଳରେ ଜାଲ୍ ନୋଟ୍ କାରବାର ଏବଂ ଆରଏସଏସ୍ ବିରୋଧରେ ଅପପ୍ରଚାର ପାଇଁ ପୁସ୍ତକ ପ୍ରକାଶନ କରାଯାଉଥିବା ଜଣାପଡ଼ିଥିଲା। ପୋଲିସ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିବା ସହ ପ୍ରିଣ୍ଟର, ସ୍କାନର ଜବତ କରିଥିଲା। ଏହି ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ଘଟଣାରେ ଓଡ଼ିଶା ଲିଙ୍କ୍ ଥିବା ଜଣାପଡ଼ିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ମାଷ୍ଟରମାଇଣ୍ଡ୍ ଜାହିର ଖାନର ଘର ଭଦ୍ରକ ବାସୁଦେବପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଜାହିର ଖାନ ପ୍ରାୟ ୪ ବର୍ଷ ତଳେ ଏହି ମଦ୍ରାସାକୁ ଆସିଥିଲା। ସେଠାରେ ରହି ପାଠ ପଢୁଥିଲା।