ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଶାରେ ନୂଆ ସରକାର: କିଏ ହେବେ ମୁଖ୍ୟ ସଚିବ, ପୁଲିସ ଡିଜିପି

ଭୁବନେଶ୍ୱର,୦୬/୦୬: ଓଡ଼ିଶାରେ ୨୪  ବର୍ଷ ପରେ ନୂଆ ସରକାର ଦାୟିତ୍ୱ ନେବ ।  ପ୍ରଶାସନିକସ୍ତରରେ ହେବ ଓଲଟପାଲଟ । ପ୍ରଶାସନର ୨ ଚେହେରା ମୁଖ୍ୟ ଶାସନ  ସଚିବ ଓ ପୁଲିସ ମହାନିର୍ଦ୍ଦେଶକ ପଦରେ  ବସିବେ କିଏ? ଏହାକୁ ନେଇ କ୍ଷମତା  କରିଡରରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା । 

ଆସନ୍ତା ୧୦ରେ ବିଜେପି ସରକାରର  ନୂଆ ମୁଖ୍ୟମନ୍ତ୍ରୀ ନେବେ ଶପଥ । ବିଜେପିର  ମୁଖ୍ୟମନ୍ତ୍ରୀ ଚେହେରା କିଏ ତାହା ସ୍ପଷ୍ଟ  ହୋଇନଥିଲା ବେଳେ ମୁଖ୍ୟ ସଚିବ ଓ ଡିଜିପି  ପଦକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଚର୍ଚ୍ଚା ହେଉଛି, ବିଜେପି ‘ଓଡ଼ିଆ ଅସ୍ମିତା’  କାର୍ଡ ଖେଳି ଜନାଦେଶ ପାଇଛି । ତେଣୁ  ଦଳର ନୂଆ ସରକାର ମୁଖ୍ୟ ସଚିବ ଭାବେ  ହୁଏତ ଜଣେ ଓଡ଼ିଆଙ୍କୁ ବାଛିପାରେ । ଯଦି  ଏହା ଦଳର ଆଧାର ହୁଏ, ତେବେ ୧୯୯୧  ବ୍ୟାଚ୍‌ର ଆଇଏଏସ୍‌ ଅଫିସର ସତ୍ୟବ୍ରତ ସାହୁ  ଓ ୧୯୯୩ ବ୍ୟାଚର ନିକୁଞ୍ଜ ବିହାରୀ ଧଳଙ୍କ  ନାଁ ରେସ୍‌କୁ ଆସିପାରେ । ବର୍ତ୍ତମାନର ମୁଖ୍ୟ  ଶାସନ ସଚିବ ପ୍ରଦୀପ କୁମାର ଜେନା ଆସନ୍ତା  ୩୦ରେ ଅବସର ଗ୍ରହଣ କରିବେ । ତେଣୁ ନୂଆ ସରକାର ଶପଥ ନେବା ପରେ ନୂଆ ମୁଖ୍ୟ  ସଚିବ ବାଛିବାକୁ ଆରମ୍ଭ ହେବ କସରତ । 

ବରିଷ୍ଠ ଅଧିକାରୀ ତାଲିକା ଦେଖିଲେ, କେନ୍ଦ୍ର  ସରକାରଙ୍କ ଅର୍ଥ ମନ୍ତ୍ରାଳୟରେ କାର୍ଯ୍ୟରତ ୧୯୮୭ ବ୍ୟାଚ୍‌ର ତୁହିନକାନ୍ତ ପାଣ୍ଡେ ଜଣେ ଦକ୍ଷ ଅଫିସର ଭାବେ ପରିଚିତ । ଅଭିଜ୍ଞ ରାଜେଶ ବର୍ମା ମଧ୍ୟ କେନ୍ଦ୍ରକୁ ଡେପୁଟେସନରେ ଯାଇଛନ୍ତି ।  ସେ ଏବେ ରାଷ୍ଟ୍ରପତିଙ୍କ ସଚିବ ଦାୟିତ୍ୱରେ ଅଛନ୍ତି । ନୂଆ ସରକାର ଏ ଦୁହିଁଙ୍କ ମଧ୍ୟରୁ କାହା  ନାମକୁ ବିଚାରକୁ ନେବେ ନା ନାହିଁ ତାହା ଅସ୍ପଷ୍ଟ । କେବିକେ ପ୍ରଶାସକ ସି ଜେ ଭେଣୁଗୋପାଳ  ଅଛନ୍ତି । ତାଙ୍କର ଅବସରକୁ ଆଉ ମାତ୍ର ୫ ମାସ ରହିଛି । 

୧୯୯୦ ବ୍ୟାଚର ନୀତେନ ଚନ୍ଦ୍ରା, ମନୋଜ  ଆହୁଜା, ସଂଜୀବ ଚୋପ୍ରା, ଆରତି ଆହୁଜା ଓ ଜି  ଶ୍ରୀନିବାସ ଅଛନ୍ତି । ଏମାନେ ସମସ୍ତେ କେନ୍ଦ୍ର ସରକାରଙ୍କ ଅଧୀନରେ ଦିଲ୍ଲୀରେ କାର୍ଯ୍ୟରତ । ୧୯୯୧ ବ୍ୟାଚର ଆଇଏଏସ୍‌ ଅଫିସର  ଅନୁ ଗର୍ଗ ଏବେ ଉନ୍ନୟନ କମିଶନର ଅଛନ୍ତି । ତାଙ୍କୁ ସରକାର ନିଜ ପ୍ରଶାସନର ଚେହେରା  ଭାବେ କେତେଦୂର ଗ୍ରହଣ କରିବେ ତାକୁ  ନେଇ ସନ୍ଦେହ । ବରିଷ୍ଠତା ଭିତ୍ତିରେ ସେହି  ବ୍ୟାଚର ସୌରଭ ଗର୍ଗ, ସଂଜୟ ରସ୍ତୋଗୀ ଓ  ୧୯୯୨ ବ୍ୟାଚ୍‌ର ଚନ୍ଦ୍ରଶେଖର କୁମାର ଅଛନ୍ତି । 

କାମଚଳା ପୁଲିସ ମହାନିର୍ଦ୍ଦେଶକ ଭାବେ  ଦାୟିତ୍ୱ ତୁଲାଉଛନ୍ତି ଅରୁଣ କୁମାର ଷଡ଼ଙ୍ଗୀ ।  ସୁନୀଲ ବଂଶଲଙ୍କ ଅବସର ପରେ ଜାନୁଆରୀ ପହିଲାରୁ ସେ ଦାୟିତ୍ୱରେ ଅଛନ୍ତି । ନିର୍ବାଚନ  ପ୍ରକିୟାରୁ ଏଯାଏ ନୂଆ ଡିଜି ଚୟନ କରାଯାଇନି ।  ଏ ନେଇ ରାଜ୍ୟ ସରକାର ପଠାଇଥିବା ତାଲିକା  ମଧ୍ୟରୁ ୟୁପିଏସ୍‌ସି ମୋହର ମାରିବା ପରେ  ସରକାର ଜଣଙ୍କୁ ବାଛିବେ । ମାତ୍ର ୟୁପିଏସ୍‌ସି  ବୈଠକ ବସିନି । ନୂଆ ସରକାର ଆସିବା ପରେ  ଏ ପ୍ରକ୍ରିୟା ତେଜୀୟାନ ଧରିବ । ଉଲ୍ଲେଖଯୋଗ୍ୟ,  ୱାଇ ବି ଖୁରାନିଆ, ସୁଧାଂଶୂୁ ଷଡ଼ଙ୍ଗୀ, ବି ରାଧିକା,  ଏଏମ୍‌ ପ୍ରସାଦଙ୍କ ସହ ଅରୁଣଙ୍କ ନାଁ କେନ୍ଦ୍ରକୁ  ପଠାଯାଇଥିଲା । ଶ୍ରୀ ଷଡ଼ଙ୍ଗୀ ନୂଆବର୍ଷରୁ  କାମଚଳା ଡିଜି ଭାବେ ଦାୟିତ୍ୱରେ ଅଛନ୍ତି । ବି.  ରାଧିକା ସ୍ୱେଚ୍ଛାକୃତ ଅବସର ନେଇସାରିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.