ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ସୈନିକ ସ୍କୁଲ ଡମ୍ପିଂୟାର୍ଡକୁ ନେଇ ନୂଆ ସରକାରଙ୍କ ଆଭିମୁଖ୍ୟ ଉପରେ ନଜର, କେବେ ପୂରଣ ହେବ ପ୍ରତିଶ୍ରୁତି ?

ଚନ୍ଦ୍ରଶେଖରପୁର, ୨୪/୦୬: ବିଜେପି ଆସିଲେ ସୈନିକ ସ୍କୁଲ ପାଖରୁ  ଡମ୍ପିଂୟାର୍ଡ ହଟାଇବୁ । ସହର ବାହାରକୁ ନେବୁ । ନିର୍ବାଚନ ସମୟରେ ଲୋକଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏପରିକି ଡମ୍ପିଂୟାର୍ଡକୁ ନେଇ ବିଜେପି  ନେତାମାନେ ୧୫ ଦିନ ସତ୍ୟାଗ୍ରହ କରିଥିଲେ । ଏବେ ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଡମ୍ପିଂୟାର୍ଡକୁ  ନେଇ ସେମାନଙ୍କ ଆଭିମୁଖ୍ୟ କ’ଣ ରହିବ,  ତା ଉପରେ ପୂରା ସହରବାସୀଙ୍କ ନଜର ।  

ଶୁକ୍ରବାର ରାଜଧାନୀରେ ବର୍ଷା ହୋଇଥିଲା । ବର୍ଷା ପାଇଁ ଡମ୍ପିଂୟାର୍ଡ ବା ଟିଟିଏସ୍‌ (ଟେମ୍ପରାରୀ ଟ୍ରାନ୍ସଫର  ଷ୍ଟେସନ୍‌)କୁ ନେଇ ପୁଣି ଚିନ୍ତାରେ ପଡ଼ିଛନ୍ତି ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ  ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି  ଯେ, ଦୀର୍ଘ ବର୍ଷ ଧରି ଏହି ସମସ୍ୟା  ଲାଗି ରହିଥିଲେ ହେଁ ସରକାର ଏହାର  ସ୍ଥାୟୀ ସମାଧାନ କରୁନାହାନ୍ତି । ନୂଆ ସରକାର ଆସିଥିବାରୁ ତୁରନ୍ତ ଡମ୍ପିଂୟାର୍ଡ  ହଟାଇବାକୁ ପଦକ୍ଷେପ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି ।  

କିଛି ମାସ ପୂର୍ବରୁ ସୈନିକ ସ୍କୁଲ  ପାଖରୁ ଟିଟିଏସ୍‌ ସ୍ଥାନାନ୍ତର ପାଇଁ ବିଜେପି  ସତ୍ୟାଗ୍ରହ କରିଥିଲା । ୧୫ ଦିନ ଧରି  ସୈନିକ ସ୍କୁଲ ନିକଟରେ ଧାରଣାରେ  ବସିଥିଲା ବିଜେପି । ବରିଷ୍ଠ ନେତାମାନେ  ସାମିଲ ହୋଇ ବିଜେଡି ସରକାର  ଉପରେ ବର୍ଷିଥିଲେ । ଅଳିଆ ଗଦାକୁ ସ୍ଥାନାନ୍ତର ପାଇଁ ଦାବି କରିଥିଲେ । ଏମିତି  କି ବିଜେପି ସରକାର ଆସିଲେ ତୁରନ୍ତ  ଡମ୍ପିଂୟାର୍ଡ ଏଠାରୁ ସ୍ଥାନାନ୍ତର ହେବ ବୋଲି  କହିଥିଲେ । ଏବେ ସରକାର ବଦଳିଛନ୍ତି ।  ତେଣୁ ଡମ୍ପିଂୟାର୍ଡ ହଟିବ ବୋଲି ସ୍ଥାନୀୟ  ଲୋକେ ଆଶା ବାନ୍ଧି ବସିଛନ୍ତି । 

ବିଏମ୍‌ସିର ୬୭ଟି ୱାର୍ଡରୁ ଦୈନିକ  ପ୍ରାୟ ୮୦୦ ଟନ୍‌ ବର୍ଜ୍ୟ ବାହାରୁଛି ।  ଏଥିରୁ ୩୮୪ ଟନ୍‌ ଓଦା ବର୍ଜ୍ୟ  ବାହାରୁଥିବାବେଳେ ୪୧୬ ଟନ୍‌ ଉଭୟ  ଓଦା ଓ ଶୁଖୁଲା ମିଶ୍ରିତ ବର୍ଜ୍ୟ ବାହାରୁଛି ।  ଟିଟିଏସ୍‌ ଭିତରକୁ ଦୈନିକ ପ୍ରାୟ ୫୦୦  ଟନ୍‌ ବର୍ଜ୍ୟ ଯାଉଛି । ଟିଟିଏସ୍‌ରେ  ଟେରେକ୍ସ ଓ ଟ୍ରମେଲ ମେସିନ୍‌  ବ୍ୟବହାର କରି ବର୍ଜ୍ୟ ପୃଥକୀକରଣ  ସହିତ ପ୍ରକ୍ରିୟାକରଣ କରାଯାଉଛି ।  ଆଗରୁ ପାହାଡ଼ ଭଳି ଗଦା ହୋଇଥିବା ଡମ୍ପିଂୟାର୍ଡର ଉଚ୍ଚତା ଏବେ ବହୁତ  କମିଯାଇଛି । କିନ୍ତୁ ବର୍ଷା ଦିନେ ଟିଟିଏସ୍‌ରୁ  ପ୍ରବଳ ଦୁର୍ଗନ୍ଧ ବାହାରୁଥିବାରୁ ଏହାକୁ  ନେଇ ଲୋକେ ଚିନ୍ତାରେ ପଡ଼ିଛନ୍ତି । ଏହାକୁ ହଟାଇବାକୁ ଦାବି କରିଛନ୍ତି ।  

ଏନେଇ ସ୍ଥାନୀୟ ବାସିନ୍ଦା ସୁରେନ୍ଦ୍ର  ସାମଲ କହିଛନ୍ତି, ପୂର୍ବରୁ ବର୍ଷା ଦିନେ  ଟିଟିଏସ୍‌ ଗନ୍ଧରେ ଘରେ ରହି ହୁଏନି ।  ବିଜେଡି ସରକାର ଥିବା ସମୟରେ  ଡମ୍ପିଂୟାର୍ଡ ହଟାଇବାକୁ ବିଜେପି ଧାରଣାରେ  ବସିଥିଲା । ଏବେ ରାଜ୍ୟରେ ବିଜେପି  ସରକାର ଆସିଥିବାରୁ ଏହା ହଟିବ ବୋଲି ଆଶା ରଖିଛୁ । ସମାଜସେବୀ ସନାତନ  ସାହୁ କହିଛନ୍ତି, ସରକାର ଚାହିଁଲେ ଏହାକୁ  ସହର ବାହାରକୁ ସ୍ଥାନାନ୍ତର କରିପାରିବେ । ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି,  ଡମ୍ପିଂୟାର୍ଡକୁ ଜିରୋ ୱେଷ୍ଟ୍‌ କରିବାକୁ  ଯେଉଁ ଲକ୍ଷ୍ୟ ଥିଲା ତାହା ପୂରା ହୋଇଛି ।  

ଡମ୍ପିଂୟାର୍ଡରୁ ଅଳିଆ ବୋଝ କମିଛି ।  ଏବେ ପ୍ରତିଦିନ ଯେତିକି ବର୍ଜ୍ୟ ଆସୁଛି  କେବଳ ତାକୁ ପୃଥକୀକରଣ କରିବା ସହ  ଟ୍ରିଟ୍‌ମେଣ୍ଟ କରୁଛୁ । ବର୍ଜ୍ୟକୁ ଖତ କରି ବିକ୍ରି  କରାଯାଉଛି । ପଳାଶୁଣି ଓ ହାତିଆଶୁଣିରେ  ଦୁଇ ମେଗା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର୍‌  (ଏମ୍‌ସିସି) ତିଆରି ହୋଇଛି । ବର୍ଜ୍ୟକୁ  ଧୂପକାଠି ତିଆରି କରିବାର ଯୋଜନା ବି  ରହିଛି । ଖୁବ୍‌ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ  ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.