ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ରାଜ୍ୟର ୧୪୬ଜଣ ବିଧାୟକଙ୍କ ମଧ୍ୟରୁ ୮ଜଣ ବିଧାୟକ ଅଣ୍ଡରମାଟ୍ରିକ୍‌, ୧୪ ମାଟ୍ରିକ ପାସ୍‌, ୩୨ ସ୍ନାତକ

ଭୁବନେଶ୍ୱର,୨୧/୦୩: ପଞ୍ଚମ ପାସ କରିଛନ୍ତି ୨ ଜଣ । ଅଷ୍ଟମ ପାସ କରିଛନ୍ତି ୬ଜଣ । ଅର୍ଥାତ୍‌ ରାଜ୍ୟର ୮ଜଣ ବିଧାୟକ ଅଣ୍ଡରମାଟ୍ରିକ୍‌ । ଏଡିଆର ରିପୋର୍ଟରୁ ଏହା ଜଣାପଡ଼ିଛି । ମୋଟ ୧୪୬ଜଣ ବିଧାୟକଙ୍କ ମଧ୍ୟରେ ୧୪ଜଣ ବିଧାୟକ ମାଟ୍ରିକ୍‌ ଯାଏ ପଢ଼ିଛନ୍ତି । ୨୨ ଜଣ ଯୁକ୍ତ ଦୁଇ, ୩୨ ଜଣ ସ୍ନାତକଧାରୀ ଅଛନ୍ତି । ଉଚ୍ଚଶିକ୍ଷିତଙ୍କ ମଧ୍ୟରେ ୨୯ ଜଣ ସ୍ନାତକ (ବୃତ୍ତିଗତ), ୩୫ଜଣ ସ୍ନାତକୋତ୍ତର (ପିଜି), ୪ ଜଣ ପିଏଚ୍‌ଡି ଓ ୨ ଜଣ ଡିପ୍ଲୋମା ଯୋଗ୍ୟତାଧାରୀ ବିଧାୟକ ଅଛନ୍ତି । ବିଜୁ ଜନତା ଦଳରେ ସର୍ବାଧିକ ୧୧୧ଜଣ ଶିକ୍ଷିତ ବିଧାୟକ ରହିଛନ୍ତି । 


ବିଜେପିରେ ୨୨, କଂଗ୍ରେସରେ ୮, ସ୍ୱାଧୀନ ୪ ଓ ସିପିଆଇ(ଏମ୍‌)ରେ ଜଣେ ଶିକ୍ଷିତ ବିଧାୟକ ଅଛନ୍ତି । ବୟସ ମାପଦଣ୍ଡ ଅନୁସାରେ, ୨୫ରୁ ୩୦ ବର୍ଷ ମଧ୍ୟରେ ୬, ୩୧-୪୦ ବର୍ଷ ମଧ୍ୟରେ ୧୪, ୪୧-୫୦ ବର୍ଷ ମଧ୍ୟରେ ୫୬, ୫୧-୬୦ ବର୍ଷ ମଧ୍ୟରେ ୪୧, ୬୧-୭୦ ବର୍ଷ ମଧ୍ୟରେ ୨୧ ଓ ୭୧-୮୦ ବର୍ଷ ମଧ୍ୟରେ ୮ଜଣ ବିଧାୟକ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.