ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ତିନି ଦଳକୁ ଘାରିଛି ଟିକେଟ୍ ଟେନ୍‌ସନ୍: ଆଶାୟୀଙ୍କ ଚାପରେ ମୁଖିଆ, ଟିକଟ ନ ଦେଲେ ଦଳ ଛାଡ଼ିବାର ମୃଦୁ ଧମକ

ଭୁବନେଶ୍ୱର,୨୪/୦୩: ପାଖାପାଖି ୧୩୦ ବିଧାନସଭା ଓ ୧୮ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚୟନ କରି ସାରିଛି । ବିଜେପି ୧୬ ଲୋକସଭା ଆଉ ୧୧୫ ବିଧାନସଭା ପ୍ରାର୍ଥୀ ବାଛି ସାରିଛି । କଂଗ୍ରେସ ୪୨ ବିଧାନସଭା ଓ ୧୦ ଲୋକସଭା ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିଛି । ଏମିତି ସୂଚନା ମିଳୁଛି ଏ ତିନି ପ୍ରମୁଖ ଦଳର ଭିତିରି ସୂତ୍ରରୁ । ସମ୍ଭବତଃ ରବିବାର ଘୋଷଣା ହୋଇପାରେ ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା । କଂଗ୍ରେସ ଶୀର୍ଷ ନେତୃତ୍ୱ ବି କହୁଛନ୍ତିି, ଖୁବ୍‌ଶୀଘ୍ର ଘୋଷଣା ହେବ ପ୍ରଥମ ପର୍ଯ୍ୟାୟ । 

ଟିକଟ୍‌ ଟେନ୍‌ସନ୍‌ ଘାରିଛି ଆଶାୟୀଙ୍କୁ, ତିନି ଦଳର ମୁଖିଆଙ୍କୁ ବି । ଆଶାୟୀଙ୍କୁ ଏଇଥିପାଇଁ ଯେ ସେମାନଙ୍କ ଭାଗ୍ୟ ଝୁଲି ରହିଛି । ଗୋଟିଏ ଦଳରୁ ନ ମିଳିବା ନିଶ୍ଚିତ ହେଲେ ଅନ୍ୟ ଦଳକୁ ଡେଇଁବେ, ଆଉ ଯଦି ସେ ଦଳ ବି ଫାଇନାଲ୍‌ କରି ଦେଇଛି ତ ସବୁ ସରିଯିବ ।ମୁଖିଆମାନଙ୍କ ଚିନ୍ତା, କାହାକୁ ଦେବେ, କାହାକୁ କାଟିବେ, ବିଦ୍ରୋହୀଙ୍କୁ ମନାଇବେ କିପରି, ଦଳ ଡିଆଁକୁ ରୋକିବେ କେମିତି? 

ଭୋଟ ଦିନ ଘୋଷଣା ହୋଇଗଲା । ମେଣ୍ଟରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ଏବେ ଦଳୀୟ ଟିକଟ ପାଇଁ ତେଜିଛି ଧାଁ ଦୌଡ଼ । କଳେବଳେ କୌଶଳେ ଟିକଟ ହାତେଇବାକୁ ଲବି ଜୋର୍‌ ଧରିଛି । ଆଶାୟୀମାନଙ୍କର ଏବେ ଗୋଟିଏ ଲକ୍ଷ୍ୟ ‘ଟିକଟ’ । ବିଭିନ୍ନ ସ୍ଥାନରେ ଆଶାୟୀଙ୍କ ରୁଦ୍ଧଦ୍ୱାର ବୈଠକ ଚାଲିଛି, ନିଜ ନିଜ ରାଜନୈତିକ ଭବିଷ୍ୟତ ସୁରକ୍ଷା ପାଇଁ ରଣନୀତି ଚାଲିଛି । ଟିକଟ ପାଇଁ ମୁଖିଆଙ୍କ ଉପରେ କିପରି ଚାପ ପ୍ରୟୋଗ କରାଯିବ ସେ ପ୍ରୟାସ ଜୋର୍‌ ଧରିଛି, ବିଶେଷ କରି ବିଜେଡି ଶିବିରରେ ।

ମେଣ୍ଟକୁ ନେଇ ପ୍ରାୟ ମାସେ ହେବ ରାଜ୍ୟ ରାଜନୀତି ଟିକେ ଧିମା ଧରିଥିଲା । ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ବିଜେପିରେ ରାଜନୈତିକ ସ୍ଥାଣୁତା ଏକରକମ ଲାଗି ରହିଥିଲା । ଆଶାୟୀମାନେ ମଧ୍ୟ ଚାପରେ ଥିଲେ । ଦୁଇଦଳର ବହୁ ନେତା ମେଣ୍ଟରେ ଯେ ବଳିପଡ଼ିବେ ଶତପ୍ରତିଶତ ନିଶ୍ଚିତ ଥିଲେ । 

କେବଳ କଂଗ୍ରେସରେ ଯାହା କିଛି କାର୍ଯ୍ୟକ୍ରମ ଚାଲୁ ରହିଥିଲା । ମାତ୍ର ମେଣ୍ଟରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଏବେ ଫୁଲ୍‌ ଗିଅରରେ ବିଜେଡି ଓ ବିଜେପିର ଆଶାୟୀମାନେ ଦଳୀୟ ଟିକଟ ପାଇବାକୁ କସରତ ଆରମ୍ଭ କରିଛନ୍ତି ।

ନବୀନ ନିବାସରେ କିଛି ଦିନ ହେବ ସଂସଦୀୟ କ୍ଷେତ୍ରୱାରୀ ବିଧାନସଭାର ସମୀକ୍ଷା ଚାଲିଛି । ସମ୍ଭାବ୍ୟ ପ୍ରାର୍ଥୀଙ୍କ ସଂପର୍କରେ ଆଲୋଚନା ହେଉଛି । ମାତ୍ର ଦଳ କୌଣସି ଆସନ ସଂପର୍କରେ କିଏ ପ୍ରାର୍ଥୀ ହେବ କିଛି ସ୍ପଷ୍ଟ କରିନି । ବିଜେଡି ସୁପ୍ରିମୋ ୧୧ ଲୋକସଭା ସହ ୭୭ ବିଧାନସଭା ନେଇ ସମୀକ୍ଷା କରିସାରିଲେଣି । ଦଳ ଅଧିକାଂଶ ବିଧାନସଭା ସିଟ୍‌ରେ ନୂଆମୁହଁ ଦେବାକୁ ବିଚାର କରୁଛି । ତେଣୁ ଆଶାୟୀମାନେ ନବୀନ ନିବାସ, ଶଙ୍ଖ ଭବନ ସହ ବିଜେଡିର ପ୍ରଭାବଶାଳୀ ଗୋଷ୍ଠୀଙ୍କ ପାଖରେ ଚକ୍କର ମାରୁଛନ୍ତି । ନିଜର ବିଜୟ ସମ୍ଭାବନା ଯେ ଶତପ୍ରତିଶତ ଏ ଯୁକ୍ତି ମଧ୍ୟ ଦର୍ଶାଉଛନ୍ତି । ଏପରିକି କିଛି ନେତା ଟିକଟ୍‌ ନପାଇଲେ ଦଳ ଛାଡ଼ିଦେବାର ମୃଦୁ ଭୟ ମଧ୍ୟ ଦେଖାଉଛନ୍ତି । 

ବିଜେଡିରୁ ଟିକେଟ ହରାଇବା ଆଶଙ୍କାରେ ବହୁ ବିଧାୟକ ଏବେ ବିଜେପି ଓ କଂଗ୍ରେସ ଯୋଗାଯୋଗରେ ଅଛନ୍ତି । ଟିକଟ୍‌ କଟିଲେ ଠିକଣା ବେଳେ ସେମାନେ ମଧ୍ୟ ଦଳ ଡେଇଁବେ । ଏହାକୁ  ଦୃଷ୍ଟିରେ ରଖି ଦଳର କୋର୍‌ ଗ୍ରୁପ୍‌ ମଧ୍ୟ  ଚାପରେ । କେଉଁ ନେତାମାନେ ଦଳ ଡେଇଁ ଅନ୍ୟ ଖୁଆଡ଼କୁ ଯାଇପାରନ୍ତି, ତା’ର ସମ୍ଭାବ୍ୟ ତାଲିକା ପ୍ରସ୍ତୁତ କରି ଦଳ ସ୍କାନରରେ ରଖିଛି । 

ଲୋକସଭାର ୨୧ ଆସନ ମଧ୍ୟରୁ ୩୩ ପ୍ରତିଶତ ସିଟ୍‌ରେ ବିଜେଡି ମହିଳା ପ୍ରାର୍ଥୀ ଦେବ ବୋଲି ଆଗରୁ କହିଛି । ଏପରିକି ହାଣ୍ଡିଶାଳ ଭୋଟ ଭିଡ଼ିବାକୁ ଦଳ ବିଧାନସଭାରେ ମଧ୍ୟ ୩୩ ପ୍ରତିଶତ ଟିକଟ ଦେଇପାରେ । ଏହାକୁ ନେଇ ବିଜେଡିର ଆଶାୟୀଙ୍କ ମନରେ ଛନକା । ଅଧିକ ମହିଳା ଏମ୍‌ପି ଓ ଏମ୍‌ଏଲ୍‌ଏ ଟିକଟ ପାଇଁ ଲବିକୁ ଜୋରଦାର କରିଛନ୍ତି । ବିଜେଡି ମୁଖିଆ କି ନିଷ୍ପତ୍ତି ନେବେ ତା ଉପରେ ଏବେ ସମସ୍ତଙ୍କ ଆଖି । 

ବିଜେପି ଟିକଟ ପାଇଁ ମଧ୍ୟ ଆଶାୟୀଙ୍କ ତାଲିକା ବଢ଼ି ବଢ଼ି ଚାଲିଛି । ଏଥିପାଇଁ ବିଜେପି ରାଜ୍ୟ କାର୍ଯ୍ୟାଳୟ ସହ ହେଭିୱେଟଙ୍କ ନେତାଙ୍କ ଘର ଆଗରେ ଲାଗିଛି ଭିଡ଼ । ଯେମିତି ହେଉ ପଦ୍ମ ଚିହ୍ନ ଟିକଟ ପାଇବାକୁ କସରତ ତେଜିଛି । ଦଳକୁ ଅନ୍ୟ ଦଳରୁ ଆଗକୁ କିଛି ନେତା ଆସିବା ନେଇ ଯୋଗସୂତ୍ର ଆରମ୍ଭ କରିଛନ୍ତି । ବିଜେପିର ପ୍ରଭାବଶାଳୀ ଗୋଷ୍ଠୀକୁ ଧରି ଟିକଟ ହାତେଇବା କସରତ ଆହୁରି ତେଜିଛି ।

ଶନିବାର ରାତିରେ ଦିଲ୍ଲୀରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ଓଡ଼ିଶାର ଉଭୟ ଲୋକସଭା ଓ ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ସମ୍ପର୍କରେ ଆଲୋଚନା ପରେ କେତେକ ଆସନ ପାଇଁ ନାମ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି । ବୈଠକରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ ।  

ଦଳ ପକ୍ଷରୁ ପର୍ଯ୍ୟାୟକ୍ରମେ ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି କୁହାଯାଉଥିଲା ବେଳେ ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭାର ଆଶାୟୀମାନେ ନିଜ ଉଦ୍ୟମକୁ ଆହୁରି ତେଜିଛନ୍ତି । ଦଳ କାହାକୁ ଟିକଟ ଦେବ । ବିଜୟୀ ହେବାର ସମ୍ଭାବନା କାହା ପାଖରେ ଅଧିକ? ଦଳ ଏହାକୁ ଗମ୍ଭୀରତାର ସହ  ଅନୁଧ୍ୟାନ କରୁଛି । ମାତ୍ର ବହୁ ନିର୍ବାଚନମଣ୍ଡଳୀରେ ଟିକଟ ଅଶାୟୀଙ୍କ ମଧ୍ୟରେ ଭିଡ଼ାଓଟରା ଜୋର୍‌ ଧରିଛି । ଟିକଟ ପାଇବା ସର୍ତ୍ତରେ ବିଜେପିକୁ ଅନ୍ୟ ଦଳରୁ ଆସିଥିବା ନେତାମାନେ ଲବି ଜୋରଦାର  କରୁଛନ୍ତି । 

 ପୁରୁଣା ଆଶାୟୀମାନେ କିନ୍ତୁ ନଛୋଡ଼ବନ୍ଦା । ଦଳ ଟିକଟ ନ ଦେଲେ ଦଳ ଡେଇଁବାର ନାଲିଆଖି ଦେଖାଉଛନ୍ତି । ଟିକଟକୁ ନେଇ ଦଳରେ ଟଣାଓଟରା ଜୋର ଧରିଛି । ଏହା ଏବେ ଦଳର ମୁଖିଆଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.