ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

୨୦୩୬ ଯାଏ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା

ପ୍ୟାରିସ୍ ୧୦/୦୮: ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ  କ୍ରମାନ୍ୱୟରେ ଦୁଇ ଥର ବ୍ରୋଞ୍ଜ ପଦକ  ଜିତିବା ଦେଶ ପାଇଁ ଯେତିକି, ଓଡ଼ିଶା ପାଇଁ  ମଧ୍ୟ ସେମିତି ଗୌରବର ବିଷୟ । ଜଣେ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଏଥର ଦଳରେ ଥିଲେ, ରାଜ୍ୟକୁ ଦ୍ୱିତୀୟ ଅଲିମ୍ପିକ୍ସ ପଦକ ଭେଟି ଦେଇଛନ୍ତି । ଏଥିପାଇଁ  ରାଜ୍ୟବାସୀ ବେଶ୍‌ ଖୁସି ରହିଛନ୍ତି । କିନ୍ତୁ ମୂଳ କଥା ହେଉଛି, ଆଜି ଭାରତୀୟ ହକି ଯେଉଁଠି ପହଞ୍ଚି ପାରିଛି ତା’ ପଛରେ ଓଡ଼ିଶାର  ଅବଦାନ ଅତୁଳନୀୟ । ଫଳରେ ଭାରତୀୟ ଦଳ  କ୍ରମାନ୍ୱୟରେ ଦୁଇ ଥର ଅଲିମ୍ପିକ୍ସ ପଦକ ଜିତିବାରେ  ସଫଳ ହୋଇଛି । ୨୦୧୩ରେ ହକି ଇଣ୍ଡିଆ ଲିଗ୍‌ (ହିଲ୍‌)ରେ ଦଳ (କଳିଙ୍ଗ  ଲାନସର୍ସ) କିଣି ଓଡ଼ିଶା ପ୍ରତ୍ୟକ୍ଷ ଭାବେ ହକି ସହ ଯୋଡ଼ି  ହୋଇଥିଲା । ୨୦୧୪ରେ ଭୁବନେଶ୍ୱରରେ ଆୟୋଜିତ  ହୋଇଥିଲା ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହକି ଚାମ୍ପିଅନ୍ସ ଟ୍ରଫି । 

୨୦୧୮ ଓ  ୨୦୨୩ରେ ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ କରିଥିଲା । ୨୦୧୮ ବିଶ୍ୱକପ୍‌ ପୂର୍ବରୁ  ଓଡ଼ିଶା ଭାରତୀୟ ହକିକୁ ପ୍ରୋତ୍ସାହିତ କରିବା ପାଇଁ ବଡ଼ ପଦକ୍ଷେପ ନେଇଥିଲା । ୫ ବର୍ଷ  ପାଇଁ ହକି ଇଣ୍ଡିଆର ମୁଖ୍ୟ ପ୍ରାୟୋଜକ ହୋଇଥିଲା । ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିବା  ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଦଳକୁ ଆର୍ଥିକ ରାଶି ସହ ସମ୍ବର୍ଦ୍ଧିତ  କରି ଓଡ଼ିଶା ଆଉ ୧୦ ବର୍ଷ ହକି ଇଣ୍ଡିଆର ପ୍ରାୟୋଜକ ରହିବେ ବୋଲି ଘୋଷଣା କରିଥିଲେ । 

ଗତ ଜୁନ ମାସ ୨୧ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହକି ପାଇଁ ଆଉ  ଏକ ବଡ଼ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ‘ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୩୬ରେ  ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି । ସେଥିପାଇଁ ଭାରତୀୟ  ହକି ଦଳର ପ୍ରାୟୋଜକ ଅବଧି ସମୟକୁ ୨୦୩୩ରୁ ଆଉ ତିନି ବର୍ଷ ପାଇଁ ବୃଦ୍ଧି କରାଯିବ । ହକିର  ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ।’ 

ହକି ଇଣ୍ଡିଆର ମୁଖ୍ୟ ପ୍ରାୟୋଜକ ହେବା ପରେ ଓଡ଼ିଶା ବାର୍ଷିକ ୨୦ କୋଟିରୁ ଊଦ୍ଧ୍ୱର୍ ଟଙ୍କା ପ୍ରଦାନ କରି  ଆସୁଛି । ଯେଉଁ ଅର୍ଥରେ ଭାରତୀୟ ଖେଳାଳିଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ, ପ୍ରଶିକ୍ଷଣ ମିଳିପାରିଥିଲା ଏବଂ  ଦଳର ପ୍ରଦର୍ଶନରେ ଉନ୍ନତି ଆସିଥିଲା । 

ପ୍ୟାରିସରେ ବ୍ରୋଞ୍ଜ ଜିତିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭାରତୀୟ ଦଳ ଏବଂ ଓଡ଼ିଆ ଖେଳାଳି ଅମିତଙ୍କ ପାଇଁ  ପୁରସ୍କାର ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ, ‘ ମୁଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଖେଳାଳିଙ୍କୁ  ୧୫ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦେବାକୁ ଘୋଷଣା କରୁଛି । ଓଡ଼ିଆ  ଖେଳାଳି ଅମିତ୍‌ ରୋହିଦାସଙ୍କୁ ୪ କୋଟି ଟଙ୍କାର ସ୍ୱତନ୍ତ୍ର ପୁରସ୍କାର ମଧ୍ୟ ପ୍ରଦାନ କରାଯିବ ।’ 

ସବୁଠୁ ବଡ଼ କଥା ଓଡ଼ିଶା ଭାରତୀୟ ହକିର ପୁନରୁଦ୍ଧାର କରିବାରେ ପ୍ରମୁଖ ଭୂମିକା ନେଇଛି । କିନ୍ତୁ ରାଜ୍ୟ ହକି ଧୀରେ  ଧୀରେ ଅସ୍ଥିତ୍ୱ ହରାଉଛି । ଭିତ୍ତିଭୂମି ରହିଛି, ଅତ୍ୟାଧୁନିକ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଉଛି । କିନ୍ତୁ ଜାତୀୟ ଦଳରେ  ଓଡ଼ିଶା ଖେଳାଳିଙ୍କ ପ୍ରତିନିଧିତ୍ୱ ହ୍ରାସ ପାଇଁ ୧ରେ ପହଞ୍ଚିଲାଣି । ଏହି ସଂଖ୍ୟା କେମିତି ଆଗକୁ ବୃଦ୍ଧି ପାଇବ ସେ ଦିଗରେ ନୂଆ  ସରକାର ଗଭୀର ଭାବେ ଦୃଷ୍ଟି ଦେବେ ବୋଲି ଆଶା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.