ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାହାରିଲାନି ପେଟ୍ରୋଲ୍‌ କି ପ୍ରାକୃତିକ ଗ୍ୟାସ, ଗୋପରୁ ଫେରିଲା ଅଏଲ୍‌ ଇଣ୍ଡିଆ କମ୍ପାନି

ଗୋପ,୧୧/୦୬: ପୁରୀ ଜିଲ୍ଲା ଗୋପ ବ୍ଲକ୍‌ର ଦୁଇଟି ସ୍ଥାନରୁ ଫେରିଲା ଅଏଲ୍‌  ଇଣ୍ଡିଆ କମ୍ପାନି । ବର୍ଷ ବର୍ଷ ଧରି କମ୍ପାନି  ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇ ପେଟ୍ରୋଲ୍‌ ଓ  ପ୍ରାକୃତିକ ଗ୍ୟାସ୍‌ ସନ୍ଧାନ କାର୍ଯ୍ୟ ଚାଲିଥିଲା ।  ହେଲେ ସନ୍ଧାନ କାର୍ଯ୍ୟ ସମ୍ପୂର୍ଣ୍ଣ ଫେଲ୍‌  ମାରିବା ପରେ କମ୍ପାନି ସମସ୍ତ ଯନ୍ତ୍ରାଂଶ  ସହ ଫେରି ଯାଇଥିବା ଜଣାପଡ଼ିଛି ।  

ଅଏଲ୍‌ ଇଣ୍ଡିଆ କମ୍ପାନି ୨୦୨୦ରେ  ଗୋପ ଅଞ୍ଚଳରେ ପେଟ୍ରୋଲ୍‌ ଗ୍ୟାସ  ଥିବା ସୂଚନାପାଇ ଆରମ୍ଭ କରିଥିଲା  ସର୍ଭେ କାର୍ଯ୍ୟ । ଏହା କରୁଥିଲା ଆଲ୍‌ଫା  ଜିଓ ଲିମିଟେଡ୍‌ କମ୍ପାନି । ସାଟେଲାଇଟ୍‌  ମାଧ୍ୟମରେ ଜଣାପଡ଼ିଥିଲା ଗୋପର  କୁଶୁପୁର ଓ ମହଲପଡ଼ା ପଞ୍ଚାୟତର ଚିତ୍ତେରା ନିକଟରେ ରହିଛି ପେଟ୍ରୋଲ୍‌ ଓ  ଗ୍ୟାସ୍‌ । କମ୍ପାନି ତାର ପ୍ରାଥମିକ କାର୍ଯ୍ୟ  ପ୍ରଥମେ ଗୋପର କୁଶୁପୁରଠାରେ ଆରମ୍ଭ  କରି ଯେଉଁ ଅଞ୍ଚଳରେ ପେଟ୍ରୋଲ୍‌ ଓ ଗ୍ୟାସ୍‌  ସନ୍ଧାନ ପାଇଥିଲା ସେଠାକୁ ଯାଇ ଜମି  ଚିହ୍ନଟ କରିଥିଲା । ଗୋପ ଅଞ୍ଚଳର ପ୍ରାୟ  ୩୩ ଜଣ ଜମି ମାଲିକଙ୍କୁ ଡାକି ୩ ବର୍ଷ  ପାଇଁ ସେମାନଙ୍କଠାରୁ ଜମିଗୁଡ଼ିକ ଲିଜ୍‌ରେ  ନେଇ କୋଟି କୋଟି ଟଙ୍କା ଦେଇଥିଲା । ପରେ ସେହି ସ୍ଥାନରେ ପାଚେରି କରାଯାଇ  କାର୍ଯ୍ୟ ଆରମ୍ଭ ହୋଇଥିଲା । କିଛିଦିନ  ପରେ ବୋରିଂ ହେଉଥିବା ସ୍ଥାନରେ ବଡ଼  ପଥର ପାହାଡ଼ ପଡ଼ିବାରୁ ରିଗ୍‌ ମେସିନ୍‌  ବୋରିଂ କରିପାରି ନଥିଲା । ଫଳରେ  ଗୋପରେ ପେଟ୍ରୋଲ୍‌ ସନ୍ଧାନ କାର୍ଯ୍ୟ ବନ୍ଦ  ହୋଇଥିଲା ।

ଏହାପରେ କୁଶୁପୁରଠାରେ  କାର୍ଯ୍ୟ ବନ୍ଦ କରି ଚିତ୍ତେରା ଫେରି  ଯାଇଥିଲା । ସେଠାରେ ମାଲିକଙ୍କଠାରୁ  ଜମି ଅଧିଗ୍ରହଣ କରିଥିଲା । କୁଶୁପୁରଠାରୁ  ସମସ୍ତ ଯନ୍ତ୍ରାଂଶ ଉଠାଇ ନେଇ ମହଲପଡ଼ା  ଚିତ୍ତେରାଠାରେ କାର୍ଯ୍ୟ ଆରମ୍ଭ କରି ରିଗ୍‌  ମେସିନ୍‌ ମାଧ୍ୟମରେ ବୋରିଂ କରାଯାଇ  ପେଟ୍ରୋଲ୍‌ ସନ୍ଧାନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.