ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଭାରତରେ ବିଶ୍ବର ପ୍ରଥମ ‘ଓମ୍’ ଆକୃତିର ମନ୍ଦିର, ଖୁବ୍ ଶୀଘ୍ର ହେବ ପ୍ରାଣ ପ୍ରତିଷ୍ଠା

ଜୟପୁର,୩୦।୧: ଭାରତକୁ ମନ୍ଦିରର ଦେଶ କୁହାଯାଏ। ଛୋଟ ଛୋଟ ସହରରେ ଏଭଳି କିଛି ମନ୍ଦିର ରହିଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବ। ଏଭଳି କିଛି ଏକ ମନ୍ଦିର ରାଜସ୍ଥାନ ଛୋଟିଆ ଏକ ସହର ପାଲିରେ ରହିଛି। ପାଲି ଜିଲ୍ଲାର ଜାଡନ ଗାଁରେ ତିଆରି ହେଉଥିବା ଏହି ମନ୍ଦିର  ଦେଖିବାକୁ ‘ଓମ୍’ ଆକୃତିର ରହିଛି।  ଏହ ମନ୍ଦିରର ନିର୍ମାଣ କାର୍ଯ୍ୟ ୨୦୨୪-୨୫ ଭିତରେ ସରିବ। ଓମ୍ ଆକୃତିର ଏହି ମନ୍ଦିର ଦୁନିଆର ପ୍ରଥମ ଶିବ ମନ୍ଦିର ହେବ।

୨୫୦ ଏକରରେ ତିଆରି ଏହି ‘ଓମ୍’ ଆକାରର ମନ୍ଦିରର ଶିଳାନ୍ୟାସ ୧୯୯୫ ରେ ହୋଇଥିଲା। ଏଠାରେ ଶିବଲିଙ୍ଗର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ୧୦-୧୯ ଫେବୃଆରୀ ୨୦୨୪ ଭିତରେ ରେ ହେବ। ରାଜସ୍ଥାନର ସବୁଠାରୁ ବଡ ମନ୍ଦିର ଭାବରେ ଏହାକୁ ପରିଗଣିତ କରାଯାଏ। ମନ୍ଦିରକୁ ନେଇ ସ୍ବାମୀ ମହେଶ୍ବରାନନ୍ଦ ମହାରାଜ କହିଛନ୍ତି, ପୁରା ଭୂମଣ୍ଡଳରେ ଏହା ଏପର୍ଯ୍ୟନ୍ତର ଏକମାତ୍ର ମନ୍ଦିର, ଯାହାର ଆକୃତି ‘ଓମ୍’ ଭଳି ରହିଛି।

ମନ୍ଦିରକୁ ନେଇ କୁହାଯାଉଛି ଯେ, ଏଠାରେ ଭଗବାନ ଶିବଙ୍କର ୧୦୦୮ ପ୍ରତିମା ଲଗାଯିବ। ସେଭଳି ଏଠାରେ ୧୨ ଜ୍ୟୋର୍ତିଂଲିଙ୍ଗର ଦର୍ଶନ ମଧ୍ୟ ମିଳିବ। ମନ୍ଦିର ଉଚ୍ଚତା ଶିଖର ପର୍ଯ୍ୟନ୍ତ ୧୩୫ ଫୁଟ ରହିଛି। ସେଭଳି ମନ୍ଦିର ପରିସରରେ ୧୦୮ କକ୍ଷ ତିଆରି କରାଯାଇଛି। ପୁରା ମନ୍ଦିର ପରିସରରେ ୨୦୦୦ ସ୍ତମ୍ଭ ମଧ୍ୟ ତିଆରି କରାଯାଇଛି। ସେଭଳି ଓମ୍ ଆକୃତି ମଝିରେ ଗୁରୁ ମାଧବାନନ୍ଦଜୀଙ୍କ ସମାଧି ରହିଛି। ନାଗର ଶ୍ରେଣୀରେ ତିଆରି ଏହି ଓମ୍ ଆକୃତିର ମନ୍ଦିରକୁ ତିଆରି କରିବାକୁ ଖାସ୍‌ ପଥର ଧୌଲପୁରର ବଂଶୀ ପାହାଡକୁ ନିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.