ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଶିକାର କରିବାକୁ ଯାଇ ନିଜେ ଶିକାର ହେଲେ, ତୀର ମାଡ଼ରେ ଶିକାରୀ ଗୁରୁତର

ମାଲକାନଗିରି/ମାଥିଲି ୧୧/୬(ଆପ୍ର ) : ଜଙ୍ଗଲକୁ ଶିକାର (ବେଣ୍ଟ )କରିବାକୁ ଯାଇ  ନିଜେ ଶିକାର ହୋଇଯାଇଛନ୍ତି ଶିକାରୀ  । ତୀର ମାଡ ରେ ସେ ଆହତ ହୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତୁ।ଏଭଳି ଏକ ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନାସ୍ଥ ମହୁପଦର ଅଂଚଳରେ ।

ମହୁପଦର ନିକଟସ୍ଥ ଗୋଲିଆଗୁଡା ଗ୍ରାମ ତଥା ଆଖପାଖ ଅଂଚଳର କିଛି ଯୁବକ ସରା ସରି ଚୈତ୍ର ପର୍ବ ଉତ୍ସବ   ଉପଲକ୍ଷେ ଶିକାର କରିବାକୁ ନିକଟସ୍ଥ  ଜଙ୍ଗଲ କୁ ଯାଇଥିଲେ । ଜଙ୍ଗଲ ରେ ଏକ କୁଟୁରା କୁ ଲକ୍ଷ୍ୟ କରି ତୀର ମାରିବା ବେଳେ କୁଟୁରା (ହରିଣ ଛୁଆ )ବଦଳରେ ଏକ ପଥରରେ ବାଜିଥିଲା। ତୀରଟି  ବୀପରୀତ ଦିଗରେ ଥିବା ଅନ୍ୟଜଣେ ଶିକାରୀ   ମଙ୍ଗରାଜ ଦୂରୂଆ ନାମକ ଯୁବକ ଙ୍କୁ ବାଜିଥ୍‌ଲା ଓ ତାଙ୍କ ଦେହରେ ତୀର ଟି ଲାଖ୍ ରହିଥିଲା। ମଙ୍ଗରାଜ ଘଟଣା ସ୍ଥଳରେ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇ ଚିକିତ୍ସା କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ମାଲକାନଗିରି ଜିଲ୍ଲା ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇ  ସେଠାରେ ଡାକ୍ତର ଅସ୍ତ୍ରୋପଚାର କରି ମଙ୍ଗରାଜଙ୍କ ଶରୀରରୁ ତୀର ଟିକୁ ବାହାର ଜରିଛନ୍ତି । ଉଚ୍ଚତର ଚିକିତ୍ସା ନିମନ୍ତେ ଯୁବକଙ୍କୁ କୋରାପୁଟ ସ୍ଥାନାନ୍ତରିତ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.