ଭୁବନେଶ୍ୱର,୧୭/୦୯: ଆସନ୍ତା ୨୩ ତାରିଖରେ ଏକ ଦେଶ ଏକ ନିର୍ବାଚନ ନେଇ ଗଠିତ କମିଟିର ପ୍ରଥମ ବୈଠକ ବସିବ । କମିଟିର ମୁଖ୍ୟ ତଥା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସୂଚନା ଦେଇଛନ୍ତି । ଏକ ଘରୋଇ ଇଞ୍ଜିନିୟରିଂ କଲେଜ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ୱର ଆସିବା ଅବସରରେ ସାମ୍ବାଦିକଙ୍କୁ ସୂଚନା ଦେଇ ସେ ଏହା କହିଛନ୍ତି ।
ଦେଶରେ ଏକକ ନିର୍ବାଚନ ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କମିଟିର ଅଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଏହି କମିଟି ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ସରକାରଙ୍କୁ ରିପୋର୍ଟ ଦେବେ । ବିଭିନ୍ନ ରାଜନୈତିକ ଦଳମାନଙ୍କ ସହ ବୈଠକ କରି କମିଟି ଏହି ରିପୋର୍ଟ ପ୍ରସ୍ତୁତ କରିବ ।