ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୀମାନ୍ତ ଜଙ୍ଗଲରୁ ଜଣେ ମାଓବାଦୀ ଗିରଫ

ମାଲକାନଗିରି,୨୧।୩(ଆପ୍ର):ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ଜଗରଗୁଣ୍ଡା ଥାନା ଜଙ୍ଗଲ ଅଞ୍ଚଳରୁ ମାଓ ସଂଗଠନରେ ସକ୍ରିୟ ଥିବା ଆରପିସି ମିଲିସିଆ ସଦସ୍ୟକୁ  ସୁରକ୍ଷାକର୍ମୀ ଗିରଫ କରିଛନ୍ତି l 

 ସୁକମା ଜିଲ୍ଲାର ଜଗରଗୁଣ୍ଡା ଥାନା ଅଞ୍ଚଳରେ ସୁରକ୍ଷା କର୍ମୀ ଦ୍ୱାରା ତଲାସି ଅଭିଯାନ ଚାଲିଥିଲା। ଜଣେ ମାଓବାଦୀ ସାଧା ପୋଷାକରେ ଘୁରିବୁଲୁଥିବା ଖବର ପାଇ ସୁକମା ଡିଆରଜି, ସିଆରପିଏଫ-୨୨୩ ବାହିନୀର ମିଳିତ ଦଳ ଜଗରଗୁଣ୍ଡା ଥାନା ଅଞ୍ଚଳର ପହଞ୍ଚି ତାଲାସୀ ଅଭିଯାନ ଆରମ୍ଭ କରିଥିଲେ । ଏହି  ସମୟରେ ଜଣେ ବ୍ୟକ୍ତି ସୁରକ୍ଷାକର୍ମୀଙ୍କୁ ଦେଖି ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀ ତାକୁ ଘେରାବନ୍ଦୀ କରି କାବୁ କରିବା ସହ ପଚରା ଉଚ୍ଚରା କରିବାରୁ ସେ ମାଓ ସଂଗଠନ ପାଇଁ କାର୍ଯ୍ୟ କରୁଥିବା ସ୍ଵୀକାର କରିଥିଲା । ତେବେ ସୁରକ୍ଷାକର୍ମୀଙ୍କ ଗତିବିଧି ଉପରେ ନଜର ରଖିବାକୁ ସେ ଆସିଥିଲା ବୋଲି କହିବା ପରେ ସୁରକ୍ଷାକର୍ମୀ ତାକୁ ଗିରଫ କରି ଜଗରଗୁଣ୍ଡା ଥାନାକୁ ଆଣିଥିଲେ l 

ସୁକମା ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ଗିରଫ ମାଓବାଦୀ ଜଣଙ୍କ ନାମ ଭୀମା କାରାମ ଏବଂ ସେ ମାଓବାଦୀ ସଂଗଠନରେ ଆରପିସି ମିଲିସିଆ ସଦସ୍ୟ ରହି ଦୀର୍ଘ ୬ବର୍ଷ ହେବ ମାଓ କାର୍ଯ୍ୟକଳାପ କରିଆସୁଥିଲା ବୋଲି ଜଣା ପଡିଛି । ଗିରଫ ମାଓବାଦୀ ଗତ ଫେବୃଆରୀ ୨୧ ତାରିଖରେ ସୁକମାର ସୁରକ୍ଷାକର୍ମୀଙ୍କ ନୂତନ କ୍ୟାମ୍ପ ଉପରେ ଆକ୍ରମଣ କରିବା ଘଟଣାରେ ଜଡିତ ରହିଥିବା ମଧ୍ୟ ସୁକମା ପୁଲିସ ପକ୍ଷରୁ ସୂଚନା ମିଳିଛି l ସୁକମା ପୁଲିସ ଭୀମା କାରାମଙ୍କୁ ଗିରଫ କରି ପଚାରାଉଚାରା କରିବା ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.