ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପିଆଜ ରପ୍ତାନୀ ଉପରେ ପୁଣି ଲାଗିଲା ପ୍ରତିବନ୍ଧକ, ମାର୍ଚ୍ଚ ୩୧ରେ ସରୁଥିଲା କଟକଣା

ନୂଆଦିଲ୍ଲୀ, ୨୩/୦୩: ଲୋକସଭା ନିର୍ବାଚନ ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ପିଆଜ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି । ପୂର୍ବରୁ ଲାଗିଥିବା ପ୍ରତିବନ୍ଧକ ଅନୁସାରେ, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପିଆଜ ରପ୍ତାନୀ ବାରଣ ଥିଲା । ଏବେ ଏହି କଟକଣାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବଢ଼ାଇ ଦିଆ ଯାଇଛି ।

ତେବେ କେନ୍ଦ୍ର ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଲୋକସଭା ନିର୍ବାଚନ ସହ ଯୋଡ଼ି ଦେଖା ଯାଉଛି । କାରଣ କେନ୍ଦ୍ର ସରକାର ଚାହୁଁ ନାହାନ୍ତି ନିର୍ବାଚନ ସମୟରେ ପିଆଜର ଦର ବଢ଼ୁ । ତେବେ ପିଆଜ ରପ୍ତାନୀ ଉପରେ କଟକଣା ନେଇ ଭାରତ ସରକାର ନେଇଥିବା ନିଷ୍ପତ୍ତି ଯୋଗୁଁ ବିଦେଶୀ ବଜାର ପ୍ରଭାବିତ ହୋଇପାରେ ।

ପିଆଜର ସବୁଠୁ ବଡ଼ ରପ୍ତାନୀକାରୀ ହେଉଛି ଭାରତ । ଦେଶରେ ପିଆଜର ବର୍ଦ୍ଧିତ ଦରକୁ ଦେଖି ସରକାର ୨୦୨୩ ଡିସେମ୍ବରରେ ସରକାର ରପ୍ତାନୀ ଉପରେ କଟକଣା ଲଗାଇ ଥିଲେ । ଯାହାକି ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଛି । ରପ୍ତାନୀ ଉପରେ କଟକଣା ପରେ ପିଆଜର ଦର ପ୍ରାୟ ଅଧା ଖସି ଆସିଥିଲା । ଏଥିସହ ନୂଆ ଅମଳ ପିଆଜ ବି ବଜାରକୁ ଆସିଛି । 

ଏହା ପରେ ବ୍ୟବସାୟୀ ଆଶା ବାନ୍ଧିଥିଲେ ସରକାର ରପ୍ତାନୀ କଟକଣା ହଟାଇ ଖୁସି ଖବର ଦେବେ । କିନ୍ତୁ ଏବେ ସରକାର ଲାଗିଥିବା ପ୍ରତିବନ୍ଧକକୁ ବଢ଼ାଇ ଦେଇଛନ୍ତି । ଶୁକ୍ରବାର ରାତିରେ ସରକାର ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁଥିରେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ପିଆଜ ରପ୍ତାନୀ ଉପରେ କଟକଣା ଲଗା ଯାଇଛି ।

ତେବେ ପିଆଜ ରପ୍ତାନୀ ବ୍ୟବସାୟକାରୀଙ୍କ କହିବା କଥା, ସପ୍ଲାଏ ବଢ଼ିବା ଓ ଦର କମିବା ପରେ ବି ରପ୍ତାନୀ ଉପରେ କଟକଣା ଲାଗିଛି । ଏହା କଦାପି ଠିକ୍ ନୁହେଁ । ଏବେ ମହାରାଷ୍ଟ୍ରରେ ପିଆଜ କ୍ୱିଣ୍ଟାଲ୍ ଦର ୧୨୦୦ ଟଙ୍କା ପାଖାପାଖି ରହିଛି । ଡିସେମ୍ବରରେ ଏହି ଦର ୪୫୦୦ ଟଙ୍କା ଉପରେ ରହିଥିଲା । ବାଂଲାଦେଶ, ମାଲେସିଆ, ନେପାଳ ଓ ୟୁଏଇ ଭାରତର ପିଆଜ ଉପରେ ନିର୍ଭରଶୀଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.