ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଅଜବ ଗାଁ; କେବଳ ଜନ୍ମ ହୁଅନ୍ତି ଝିଅ, ପୁଅ ଜନ୍ମ ହେଲେ ସରକାର ଦେବେ ପୁରସ୍କାର

ନୂଆଦିଲ୍ଲୀ, ୧୪।୧୧: ପୃଥିବୀରେ ରହିଛି ଅନେକ ରହସ୍ୟମୟ ସ୍ଥାନ । ପୂର୍ବରୁ ଆମେ ଅନେକ ଏଭଳି ସ୍ଥାନ ବିଷୟରେ କହିଛୁ ଯାହାର ରହସ୍ୟ ପଛର କାରଣ ବୈଜ୍ଞାନିକମାନେ ଏଯାଏ ପାଇନାହାନ୍ତି । ଆଜି ଆମେ ଠିକ୍ ଏହିପରି ଏକ ରହସ୍ୟମୟ ସ୍ଥାନ ବିଷୟରେ କହିବୁ, ଯାହା ବେଶ୍ ଆଶ୍ଚର୍ଯ୍ୟକର । ବିଶ୍ୱରେ ଏକ ଏଭଳି ଗାଁ ଅଛି, ଯେଉଁଠାରେ ଦୀର୍ଘ ୧୨ ବର୍ଷ ଧରି କେବଳ ଝିଅ ହିଁ ଜନ୍ମ ହେଉଛନ୍ତି । ଅର୍ଥାତ୍, ଗତ ୧୨ ବର୍ଷ ଧରି ଏଠାରେ ଜନ୍ମ ହୋଇନାହାନ୍ତି ପୁଅ । ଏହା କେମିତି ସମ୍ଭବ ହୋଇପାରେ । ଅଜବ ଲାଗୁଥିଲେ ବି ଏହା ସତ । ଏହି ରହସ୍ୟ ବିଷୟରେ ଜାଣି ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ତେବେ ଏ ରହସ୍ୟ ପଛରେ କ’ଣ ରହିଛି କାରଣ ? 

ପୋଲାଣ୍ଡରେ ଅବସ୍ଥିତ ଏହି ଗାଁ । ଯାହାର ନାଁ ମିଜେସ୍କ ଆଦ୍ରଜେନସ୍କି । ଏହି ଗାଁର ବିଶେଷତା ହେଉଛି, ଗତ ୧୨ ବର୍ଷ ଧରି ଏଠାରେ କେବଳ ଝିଅ ହିଁ ଜନ୍ମ ହୋଇଆସୁଛନ୍ତି । ୨୦୧୦ ମସିହା ପରଠାରୁ ଗାଁରେ ଜନ୍ମ ହୋଇନାହାନ୍ତି ଗୋଟିଏ ହେଲେ ପୁଅ । ଏହା କେମିତି ସମ୍ଭବ ? ଏହି ଗାଁର ଜନସଂଖ୍ୟା ପାଖାପାଖି ୩୦୦ । ଏଥିରୁ ଅଧିକାଂଶ ମହିଳା ଥିବାବେଳେ ପୁରୁଷଙ୍କ ସଂଖ୍ୟା ଖୁବ୍ କମ୍ । ଗାଁରେ ଏକମାତ୍ର ନାବାଳକ ଥିବା ଜଣାପଡ଼ିଛି । । ଯାହାର ବୟସ ୧୨ ବର୍ଷ । ଗାଁରେ ଅଗ୍ନିଶାମକୋର ୟୁଥ୍ ଭଲ୍ୟୁଣ୍ଟର୍‌ଙ୍କ ପାଇଁ ଏକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଗାଁର ପୂରା ଟିମ୍‌ରେ କେବଳ ଝିଅ ହିଁ ଥିଲେ । ଏହା ପରେ ଲୋକ ନଜରକୁ ଆସିଥିଲା ଏହି ଗାଁ । 

ଏଠାକାର ମେୟର କ୍ରିଷ୍ଟିନା ଜିଡଜିୟାକ୍‌ଙ୍କ କହିବାନୁସାରେ, ଗାଁର ସ୍ଥିତି ଖୁବ୍ ଅଜବ । ୨୦୧୯ ମସିହାରେ ଗାଁ ଲୋକଙ୍କ ପାଇଁ ମେୟର ଏକ ଆଶ୍ଚର୍ଯ୍ୟକର ଘୋଷଣା କରିଥିଲେ । ଘୋଷଣାରେ ସେ କହିଥିଲେ ଯେ, ଗାଁରେ ଯଦି କୌଣସି ଦମ୍ପତ୍ତିଙ୍କର ପୁଅ ହୁଏ, ତେବେ ସେହି ପରିବାରକୁ ପୁରସ୍କୃତ କରାଯିବ । ତାଙ୍କ ପାଇଁ ପୁରସ୍କାର ରାଶି ମଧ୍ୟ ରଖାଯାଇଥିଲା । ବୈଜ୍ଞାନିକମାନେ ଏଭଳି ଗାଁ ବିଷୟରେ ଜାଣିବାକୁ ପାଇଲେ । ଗାଁକୁ ଆସି ଏହା ପଛରେ ଥିବା ରହସ୍ୟର କାରଣ ସେ ଖୋଜିବାକୁ ଲାଗିଲେ । କିନ୍ତୁ, ପରିଶେଷରେ କୌଣସି ତଥ୍ୟ ମିଳିନଥିଲା । ଗାଁରେ କାହିଁକି କେବଳ ଝିଅ ହିଁ ଜନ୍ମ ନେଉଛନ୍ତି ? ଏହା ପଛରେ କାରଣ ଖୋଜି ପାଇନଥିଲେ । ପୋଲାଣ୍ଡର ରାଜଧାନୀ ବାରସାର ଏକ ବିଶ୍ୱବିଦ୍ୟାଳୟ ଏହି ରହସ୍ୟର ଖୁଲାସା ଉପରେ ରିସର୍ଚ୍ଚ କରିଥିଲେ । କିନ୍ତୁ, ତାଙ୍କୁ ମଧ୍ୟ କୌଣସି ସମାଧାନ ମିଳିନଥିଲା । ଏ ଗାଁ ଆଜି ବି ରହସ୍ୟ ଘେରରେ । 

Copyright © 2022 - Summa Real Media Private Limited. All Rights Reserved.