ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ଓଏସ୍‌ଆର୍‌ଟିସି ବସ୍‌ର କମୁଛି ଚାହିଦା, ୩ ବର୍ଷରେ ୩୧ କୋଟି କ୍ଷତି: ଯାତ୍ରୀଙ୍କ ପ୍ରଥମ ପସନ୍ଦ ପାଲଟିଛି ଘରୋଇ ବସ୍

ଭୁବନେଶ୍ୱର,୧୫/୦୯: ଚକାଚକ୍‌ ଘରୋଇ ବସ୍‌ରେ ଯିବାକୁ ଯାତ୍ରୀ ଆଗଭର । କିନ୍ତୁ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ବସ୍‌କୁ ମୁହଁ ମୋଡୁଛନ୍ତି । ନିମ୍ନମାନର ସେବା ଓ ଅସ୍ୱାସ୍ଥ୍ୟକର  ପରିବେଶ ଯୋଗୁ ଅଧିକାଂଶ ସମୟ ଖାଲି ପଡୁଛି  ସିଟ୍‌ । ଗତ ୩ ବର୍ଷରେ ନିଗମ ପ୍ରାୟ ୩୧ କୋଟି ୪  ଲକ୍ଷ ୮୦ ହଜାର ଟଙ୍କା କ୍ଷତି ସହିଲାଣି । 

ଭୁବନେଶ୍ୱରରୁ ବରଗଡ଼ ପଦ୍ମପୁର ଯାଉଥିବା  ଲିପୁ ନାୟକ ନାମକ ଜଣେ ଯାତ୍ରୀଙ୍କ କହିବା  ମୁତାବକ, ଏସି ଯୁକ୍ତ ନାଇଟ୍‌ କୋଚ ବସ୍‌ରେ ଭଡ଼ା  ହେଉଛି ୫୫୦ ଟଙ୍କା । ବସ୍‌ରେ ଶାନ୍ତିରେ ଶୋଇକି  ଉଠିଲା ବେଳକୁ ଗନ୍ତବ୍ୟସ୍ଥଳରେ ପହଞ୍ଚୁଛୁ । ହେଲେ  ଓଏସ୍‌ଆର୍‌ଟିସି ବସ୍‌ ଏତିକି ବାଟକୁ ୬୦୦ ଟଙ୍କା  ଦେବାକୁ ପଡୁଛି । ସେଥିରେ ପୁଣି ଭଙ୍ଗାଦଦରା  ସିଟ୍‌ରେ ବସିକି ଯିବା ନିହାତି କଷ୍ଟଦାୟକ । ଏହା  କେବଳ ଜଣେ ଯାତ୍ରୀଙ୍କ ବେଦନା ନୁହେଁ, ଏଭଳି  ହଜାର ହଜାର ଯାତ୍ରୀ ସରକାରୀ ବସ୍‌ ସେବାରୁ ମୁହଁ  ଫେରାଉଛନ୍ତି ।  

ନିମ୍ନମାନର ବସ୍‌ ସେବାକୁ ନେଇ କେହି  ବରିଷ୍ଠ ଅଧିକାରୀ ମୁହଁ ଖୋଲିବାକୁ ନାରାଜ ।  ଓଲଟି ଘରୋଇ ବସ୍‌ ଉପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ)ଙ୍କ ଢ଼ିଲାପଣକୁ ଦାୟୀ  କରିଛନ୍ତି । ବର୍ଷା ଓ ଉଦୁଉଦିଆ ଖରାବେଳେ ଯାତ୍ରୀ  ସଂଖ୍ୟା ବଢ଼ୁନଥିବାର ଆଳ ଦେଖାଉଛନ୍ତି । ନାମ  ଗୋପନ ରଖିବା ସର୍ତ୍ତରେ ଜଣେ ବରିଷ୍ଠ ଅଧିକାରୀ  କହିଛନ୍ତି, ବସ୍‌ ସମୟ ସୀମାକୁ ନେଇ ଏସ୍‌ଟିଏ  ପକ୍ଷରୁ ଗାଇଡ୍‌ଲାଇନ୍‌ ରହୁଛି । ଜଣେ ବି ଘରୋଇ  ବସ କର୍ତ୍ତୃପକ୍ଷ ଏହାକୁ ମାନୁନାହାନ୍ତି । ରାସ୍ତାରେ  ମନଇଚ୍ଛା ଚାଲୁଥିବା ବସ୍‌କୁ ଧରି ଜରିମାନା ଆଦାୟ  ପାଇଁ ଏସ୍‌ଟିଏ ମନ ବଳାଉନି । ସରକାରୀ ବସ୍‌ କ୍ଷତି  ସହୁଛି । ଡାଉନ୍‌ ସିଜିନ୍‌ ଓ ଘରୋଇ ବସ୍‌ ସେବାକୁ  ଆଳ ଦେଖାଇ ଗଳିବାର ବାଟ ଖୋଜୁଛନ୍ତି ।  ଗତ ବିଧାନସଭା ଅଧିବେଶନରେ ପରିବହନ  ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ପ୍ରଦତ୍ତ ତଥ୍ୟ  ମୁତାବକ, ଗତ ଆର୍ଥିକ ବର୍ଷରେ ବସ୍‌ ଚଳାଚଳ  ପାଇଁ ପ୍ରାୟ ୧୦୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।  କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ  ମିଶିଲେ, ନିଗମ ପାଣ୍ଠିରୁ ୧୬୪ କୋଟି ଟଙ୍କା ବ୍ୟୟ  କରାଗଲା । କିନ୍ତୁ ଯାତ୍ରୀ ଭଡ଼ା ବାବଦକୁ ରୋଜଗାର  ହେଲା ମାତ୍ର ୧୧୦ କୋଟି ଟଙ୍କା । ଯାତ୍ରୀଙ୍କ ଲଗେଜ,  ଠିକାଦାର ସେବା, ସିଟ୍‌ ସଂରକ୍ଷଣ ବାବଦକୁ ଆୟ  ୧୪୬ କୋଟି ବି ଛୁଇଁଲାନି । ପାଖାପାଖି ୧୮ କୋଟି  ଟଙ୍କା ପାଣିରେ ପଡିଲା ।

ତା’ ପୂର୍ବବର୍ଷ ନିଗମ ପାଣ୍ଠିରୁ ସମୁଦାୟ ୯୮  କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଯାତ୍ରୀଙ୍କଠାରୁ ମାତ୍ର  ୬୩ କୋଟି ଟଙ୍କା ଭଡ଼ା ଆଦାୟ ହେଲା। ସର୍ବମୋଟ  ୯୬ କୋଟିରେ ଆୟ ସୀମିତ ରହିଲା । ୨୦୨୦-୨୧  ମସିହାରେ ବସ୍‌ ଚଳାଚଳ, କର୍ମଚାରୀଙ୍କ ଦରମା ଓ  ଅନ୍ୟାନ୍ୟ ଖର୍ଚ୍ଚ ୬୨ କୋଟି ଟଙ୍କା ଖର୍ଚ୍ଚ ହେଲା । କିନ୍ତୁ  ମିଳିଲା ମାତ୍ର ୫୨ କୋଟି ଟଙ୍କା । ସିଧା ୧୦ କୋଟି କ୍ଷତି  ସହିଲା ଓଏସ୍‌ଆର୍‌ଟିସି । ସେହିବର୍ଷ ଓଏସ୍‌ଆର୍‌ଟିସି  ବସ୍‌ର ମରାମତି ବାବଦରେ ମୋଟ ୧ କୋଟି ୪ ଲକ୍ଷ  ୯୫ ହଜାର ୧୪୪ ଟଙ୍କା ଖର୍ଚ୍ଚ ହୋଇଥିଲା ।  

ସୂଚନାଯୋଗ୍ୟ, ରାଜ୍ୟର ମୋଟ ୨୬୧ଟି  ରୁଟ୍‌ରେ ୭୦୪ଟି ଘରୋଇ ବସ୍‌ ଗଡୁଛି । ୭୪ଟି  ରୁଟ୍‌ରେ ଓସ୍‌ଆର୍‌ଟିସି ବସ ଚାଲୁନି । ବ୍ରହ୍ମପୁରର  ୧୦ଟି ରୁଟ୍‌ରେ ଯାତ୍ରୀମାନେ ଓଏସ୍‌ଆର୍‌ଟିସି ବସ୍‌  ସେବାରୁ ବଞ୍ଚିତ ହେଉଛନ୍ତି । ଭୁବନେଶ୍ୱରର ୯ଟି  ରୁଟ୍‌ରେ ବସ୍‌ ଚଳାଚଳ କରୁନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.