ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗତି ଅବରୋଧକ ସାଜିଛି ମରଣ ଯନ୍ତା: ଠିକ୍‌ ନାହିଁ ଆକାର କି ଆୟତନ, ଗଛ ଆଢ଼ୁଆଳରେ ଦିଶୁନି ସୂଚନା ଫଳକ

ଭୁବନେଶ୍ୱର,୧୯/୦୩: ହମ୍ପସ୍‌ ବା ଗତି ଅବରୋଧକ ନୁହେଁ ତ ମରଣ ଯନ୍ତା । ରାସ୍ତାରେ ଛକି ବସିଛି ଏ ମରଣଯନ୍ତା । ହଠାତ୍‌ ରାସ୍ତାରେ ଯାଉଥିବେ ଜାଣିପାରିବେନି କାଚି ହେଇପଡ଼ିବେ । ପଡ଼ିଲା ପରେ ଜାଣିବେ ଏଠି ଗୋଟିଏ ହମ୍ପସ୍‌ ଥିଲା । ଯେହେତୁ ସ୍ମାର୍ଟସିଟି ତେଣୁ ହମ୍ପସ୍‌ ସବୁ ସ୍ମାର୍ଟ । ସହରର ମୁଖ୍ୟ ରାସ୍ତାରୁ ଗଳି କନ୍ଦି ପର୍ଯ୍ୟନ୍ତ ସବୁଠି ଏ ସମସ୍ୟା । 

ମାତ୍ର ଏଠି ଉଦାହରଣ ଭାବେ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳର କଥା କହୁଛୁ । ଖଣ୍ଡଗିରି-ପାଦଦେଶ ଚାରିଛକରୁ କୋଳଥିଆ ଦେଇ ଜାତୀୟ ରାଜପଥକୁ ଯିବା ଭିତରେ ୫ଟି ସ୍ଥାନରେ ସଂଖ୍ୟାଧିକ ହମ୍ପସ୍‌ ପାଇବେ । ଗୋଟିଏ ଗୋଟିଏ ସ୍ଥାନରେ ଗୋଟିଏ ତ ଅନ୍ୟଠି ଲଗାତର ୫-୬ଟି ହମ୍ପସ୍‌ ଏକାଠି ପାଇବେ । କିନ୍ତୁ କାହାର ଆକାର ଆୟତନ ଠିକ୍‌ ନାହିଁ । କେଉଁଠି ପୂର୍ବରୁ ହମ୍ପସ୍‌ ଥିଲା, ପୁଣି ତା’ପରେ ପିଚୁ ଢ଼ାଳି ଦିଆଯାଇଛି ତ କେଉଁଠି ନୂଆ ହମ୍ପସ୍‌ ନିର୍ମାଣ ହୋଇଯାଇଛି । ଜୟଦେବ ବାଟିକା ମୋଡ଼ ଦୁର୍ଘଟଣା ପ୍ରବଣ ଅଞ୍ଚଳ, ତେଣୁ ସୁରକ୍ଷା ଦୃଷ୍ଟିରୁ ହମ୍ପସ୍‌ ହେବା ଭଲ କଥା କିନ୍ତୁ ମନଇଚ୍ଛା ଶୈଳୀରେ ନିର୍ମାଣ ହେବା ଠିକ୍‌ ନୁହେଁ । ସରକାରଙ୍କ ପ୍ରତ୍ୟେକ ନିର୍ମାଣର ସ୍ୱତନ୍ତ୍ର ଆକାର, ଆୟତନ ଅଛି, ହେଲେ ଏହି ହମ୍ପସ୍‌ର ନାହିଁ । ମନ ଇଚ୍ଛା ଯେଉଁଠି ଯେମିତି ପାରୁଛନ୍ତି ସେହିଭଳି ହମ୍ପସ୍‌ ନିର୍ମାଣ କରିଛନ୍ତି । କିଛି ସ୍ଥାନରେ ପ୍ଲାଷ୍ଟିକ୍‌ ହମ୍ପସ୍‌ ନିର୍ମାଣ ହୋଇଛି, ତା’ର ଆକାର, ଆୟତନ ସମାନ । ମାତ୍ର ଏହା କ୍ଷଣସ୍ଥାୟୀ । ଏସବୁ ଭାଙ୍ଗିଗଲା ପରେ ରାସ୍ତାରେ କେବଳ ନଟବୋଲ୍ଟ ରହୁଛି, ଯାହା ଦୁର୍ଘଟଣାର ପ୍ରମୁଖ କାରଣ ହେଉଛି । ସେଥିପାଇଁ ସବୁଠି ପିଚୁ ଢ଼ାଳିଦିଅ । ସେ ଯେମିତି ଯାହା ଆକାର ନେଉ । ୩-୪ ଥର ଭାରି ଗାଡ଼ି ଗଡ଼ିଗଲେ ଆପେ ଆପେ ହମ୍ପସ୍‌ ହେଇଯିବ । ସେହି ନ୍ୟାୟରେ ରାସ୍ତାରେ ମନଇଚ୍ଛା ହମ୍ପସ୍‌ ନିର୍ମାଣ ଚାଲିଛି । 

ବଡ଼ କଥା ହେଲା, ପଥଚାରୀଙ୍କୁ ଏହି ହମ୍ପସ୍‌ ଦେଖାଯାଉନି । ଚିହ୍ନାଇବା ଲାଗି ରାସ୍ତାରେ ସୂଚନା ଫଳକ ଲାଗିଛି । ହେଲେ କାହା ପାଇଁ ଲାଗିଛି ବୁଝା ପଡ଼ୁନି । କାରଣ କାହା ଉପରେ ଗଛ ମାଡ଼ି ଆଢ଼ୁଆଳ କଲାଣି ତ ଆଉ କେଉଁଠି ଧୂଳି, ଶିଉଳି ଲାଗି ଲିଭିଗଲାଣି । କିଛି ଦିଶୁନି । ଅନେକ ସ୍ଥାନରେ ସୂଚନାଫଳକ ଗୁଡ଼ିକ ବୁଲି ବିପରୀତ ପାଶ୍ୱର୍ରାସ୍ତାକୁ ଅନାଇଛନ୍ତି । ଲୋକ ଦେଖିଲେ ତ ଗାଡ଼ି ଧୀର କରିବେ । 

କିଛିମାସ ପୂର୍ବରୁ ଜୟଦେବ ବାଟିକା ମୋଡ଼ ହମ୍ପସ୍‌ ପାଖରେ ବିଳମ୍ବିତ ରାତିରେ ଏକ କାର୍‌ ଦୁର୍ଘଟଣା ଘଟିଥିଲା । କାର୍‌ର ଗତି ଥିବାରୁ ଚାଳକ ହମ୍ପସ୍‌ ଜାଣି ନପାରି ମାଡ଼ି ଚାଲିଥିଲେ । ଫଳରେ ଡିଭାଇଡର ଭାଙ୍ଗି ବିପରୀତ ପାଶ୍ୱର୍ ରାସ୍ତା ଡେଇଁ ପାଖ ଶିଶୁ ଯତ୍ନଗୃହ ପାଚେରୀ ଭାଙ୍ଗି କାର୍‌ ତଳେ ପଡ଼ିଥିଲା । କାର୍‌ରେ ଥିବା ୪ଜଣ ଗୁରୁତର ଆହତ ହୋଇଥିଲେ । ଏହାପରେ ହମ୍ପସ୍‌ ପାଖରେ ସୂଚନା ଫଳକ ଲଗାଗଲା କିନ୍ତୁ ଧଳା ରଙ୍ଗର ମାର୍କ ଦିଆଗଲାନି । ଏବେ ପିଚୁଢ଼ାଳି ଆହୁରି ଉଚ୍ଚା କରାଯାଇଛି । ଫୁଟ୍‌ପାଥ୍‌ ରଙ୍ଗ ହେଉଛି, ରାସ୍ତା କଡ଼ରେ ଧଳା ରଙ୍ଗ ଚିହ୍ନ ଦିଆଯାଉଛି କିନ୍ତୁ ହମ୍ପସ୍‌ରେ ହାତ ମରାଯାଉନି । କିଛି ଜୀବନ ଗଲେ ବୋଧେ ସରକାର ଓ ପ୍ରଶାସନ ଚେତିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.