ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତ ସହ ଭଲ ସଂପର୍କ ଚାହୁଁଛନ୍ତି ନୱାଜ ସରିଫ, ହେଲେ ଏହି ସର୍ତ୍ତରେ…

ନୂଆଦିଲ୍ଲୀ: ଫେବୃଆରୀ ୮ ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଦେଶର ଲୋକଙ୍କ ଦୁଃଖ ଦୂର କରିବା ପାଇଁ ଦଳମାନେ ବିଭିନ୍ନ ପ୍ରତିଶୃତି ଦେଉଛନ୍ତି। ଆଉ ଏହି ସମୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପାର୍ଟି ପିଏମଏଲ-ଏନ ଏହାର  ନିର୍ବାଚନୀ ଇସ୍ତାହାର ଜାରି କରିଛି, ଯେଉଁଥିରେ ଭାରତ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି । ନିର୍ବାଚନୀ ଇସ୍ତାହାରରେ ଭାରତ ସହ ଶାନ୍ତି ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯାଇଛି । 

ପାକିସ୍ତାନ ମୁସଲିମ ଲିଗ୍-ନୱାଜଙ୍କ ନିର୍ବାଚନୀ ଇସ୍ତାହାରରେ ଭାରତ ସମେତ ଅନ୍ୟ ଦେଶ ସହ ଶାନ୍ତି ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯାଇଛି । ଦେଶମାନଙ୍କୁ ଶାନ୍ତି ବାର୍ତ୍ତା ପଠାଇବାକୁ ଏକ ପ୍ରତିଶ୍ରୁତି ଦିଆଯାଇଛି । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଜମ୍ମୁ-କଶ୍ମୀର ରାଜ୍ୟରେ ଧାରା ୩୭୦ ରଦ୍ଦ କରିବାର ନିଷ୍ପତ୍ତି ପ୍ରତ୍ୟାହାର କରିବା ସର୍ତ୍ତରେ ପାକିସ୍ତାନରୁ ଭାରତକୁ ଶାନ୍ତି ବାର୍ତ୍ତା ପଠାଯିବ ବୋଲି ଏଥିରେ କୁହାଯାଇଛି । ଏହା ସହିତ, ଅଗଷ୍ଟ ୨୦୧୯ର ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ । ଏହାର ଅର୍ଥ ନୱାଜ ସରିଫ ଭାରତ ସହ ଭଲ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛନ୍ତି କିନ୍ତୁ ନିଜ ସର୍ତ୍ତରେ । 

ହେଲେ ନଓ୍ବାଜ ସରିଫ୍‌ଙ୍କ ସର୍ତ୍ତ କେବେ ପୂରଣ ହେବ ନାହିଁ । ଥରେ କିମ୍ବା ଦୁଇଥର ନୁହେଁ ଅନେକ ଥର ଭାରତ ସ୍ପଷ୍ଟ କରିଛି ଯେ ଜାମ୍ମୁ କାଶ୍ମୀର ହେଉଛି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଭାରତ କହିଛି ଯେ ୨୦୧୯ ରେ ଭାରତ ସଂସଦ ଦ୍ବାରା ଧାରା ୩୭୦ର ଧାରାକୁ ରଦ୍ଦ କରିବା ଭାରତ ଏବଂ ଏହାର ସମ୍ବିଧାନର ଆଭ୍ୟନ୍ତରୀଣ ପ୍ରସଙ୍ଗ।

ଏହା ବ୍ୟତୀତ, PML-N ର ନିର୍ବାଚନୀ ଇସ୍ତାହାରରେ ପାକିସ୍ତାନର ହ୍ରାସ ପାଉଥିବା ଅର୍ଥନୀତିରେ ଉନ୍ନତି ଆଣିବା, ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମୁକାବିଲା କରିବା, ଲୋକଙ୍କୁ ଶସ୍ତା ବିଦ୍ୟୁତ୍ ଯୋଗାଇବା, ବିଦ୍ୟୁତ୍ ବିଲ୍କୁ ୨୦ ରୁ ୩୦ ପ୍ରତିଶତ ହ୍ରାସ କରିବା ସହିତ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ମଧ୍ୟ କରାଯାଇଛି। । ଇସ୍ତାହାରରେ ଦେଶର ଅଗ୍ରଗତି ଉପରେ ଗୁରୁତ୍ୱ ଦିଆଯାଇଛି । PML-N ଏହାର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ 'ପାକିସ୍ତାନ କୋ ନୱାଜ ଦୋ' ଶୀର୍ଷକ ମଧ୍ୟ ପ୍ରକାଶ କରିଛି। ସୂଚନାଥାଉକି ଯେ ୨୦୧୭ ରେ PML-N ମୁଖ୍ୟ ନୱାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.