ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକିସ୍ତାନରେ ଦରଦାମ ବୃଦ୍ଧିକୁ ନେଇ ତାତିଲେଣି ଜନତା, ବିରୋଧ ପ୍ରଦର୍ଶନ ବେଳେ ସୁରକ୍ଷାକର୍ମୀଙ୍କୁ ଗୋଡେଇ ପିଟିଲେ ଲୋକେ, ଜଣେ ପୋଲିସ ମୃତ...

ନୂଆଦିଲ୍ଲୀପାକିସ୍ତାନ ଅଧିକୃତ କାଶ୍ମୀର (POK)ରେ ଯୁଦ୍ଧ ଭଳି ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସରକାରଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରକୁ ଗୁଳିମାଡ କରାଯାଉଥିବା ଖବର ସାମ୍ନାକୁ ଆସୁଛି । ଶୁକ୍ରବାର ଦିନ ପାକିସ୍ତାନର ଅତ୍ୟାଚାର ବିରୋଧରେ ବହୁ ସଂଖ୍ୟାରେ କାଶ୍ମୀରବାସୀ ରାସ୍ତାକୁ ଓହ୍ଲାଇଥିଲେ । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଏହି ବିରୋଧ ପ୍ରଦର୍ଶନ ମୁଦ୍ରାସ୍ଫୀତି ବୃଦ୍ଧି, ଭାରି ଟିକସ ଏବଂ ବିଦ୍ୟୁତ ଅଭାବ ହେତୁ କରାଯାଉଛି । ଏହି ସମୟରେ ଜନସାଧାରଣ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଏଥିରେ ଜଣେ ପୋଲିସ କର୍ମଚାରୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏଥି ପାଇଁ ପିଓକେର ଲୋକମାନେ ୧୧ ମଇ ଶନିବାର ଦିନ ଏକ ବିଶାଳ ବିରୋଧର ଯୋଜନା କରିଥିଲେ, କିନ୍ତୁ ଗୋଟିଏ ଦିନ ପୂର୍ବରୁ ମୁଜାଫରବାଦରେ ଅତିରିକ୍ତ ପୋଲିସ ଫୋର୍ସ ଡକାଯାଇ ଲୋକଙ୍କୁ ଅଟକାଇବା ଆରମ୍ଭ କରିଯାଇଥିଲା, ଯାହା ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଥିଲା । ଏତଦ୍ ବ୍ୟତୀତ ଦାଦିଆଲ୍, ମିରପୁର ଏବଂ ପୋଖର ସମାହାନି, ରାୱାଲକୋଟ ସମେତ ଅନ୍ୟାନ୍ୟ ସ୍ଥାନରୁ ସଂଘର୍ଷର ଖବର ଆସିଛି ।

ଖବର ଅନୁଯାୟୀ, ପାକିସ୍ତାନୀ ସୈନ୍ୟବାହିନୀ ଶୁକ୍ରବାର ଦିନ ମିରପୁର ଜିଲ୍ଲାର ୭୦ ରୁ ଅଧିକ ଲୋକଙ୍କୁ ଗିରଫ କରିଛନ୍ତି । ଗିରଫଦାରୀକୁ ବିରୋଧ କରି ସାଧାରଣ ଜନତା ସୁରକ୍ଷା ବାହିନୀ ଉପରେ ପଥର ଫିଙ୍ଗିଥିଲେ ଏବଂ ଅନେକ ସ୍ଥାନରେ ସଂଘର୍ଷ ହୋଇଥିଲା । ରିପୋର୍ଟ ଅନୁଯାୟୀ, ଏହି ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.