ନୂଆଦିଲ୍ଲୀ, ୨୯/୮ : ଆର ମାଧବନ ଚଳିତ ବର୍ଷ ଆରମ୍ଭ ଫିଲ୍ମ ଶୈତାନରୁ କରିଥିଲେ ଏବଂ ନିଜ ଅଭିନୟରେ ଲୋକଙ୍କୁ ପୁଣି ଥରେ ନିଜର ଫ୍ୟାନ କରିଥିଲେ । କିନ୍ତୁ ତାଙ୍କର ପପୁଲାରିଟି କେବଳ ବକ୍ସ ଅଫିସ ପର୍ଯ୍ୟନ୍ତ ସୀମିତ ନୁହେଁ । ତାଙ୍କର ଲଗାତର ସଫଳତା ତାଙ୍କୁ ବିଜ୍ଞାପନର ଦୁନିଆରେ ପୁଣି ଥରେ ଭଲ ଷ୍ଟାର କରି ଗଢି ତୋଳିଛି । ନିକଟରେ ଅଭିନେତାଙ୍କୁ ଏକ ପାନ ମସଲା ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସଡର ହେବାକୁ ବହୁ ଟଙ୍କା ଜଚା ହୋଇଥିଲା । ମାତ୍ର ମାଧବନ ନିଜ ବ୍ୟକ୍ତିତ୍ବ ପ୍ରତି ସତ୍ୟତା ରଖି ଏବଂ ଦର୍ଶକଙ୍କ ପ୍ରତି ନିଜ କର୍ତ୍ତବ୍ୟକୁ ଧ୍ୟାନ ରଖି ଏହି ପ୍ରସ୍ତାବକୁ ମନା କରିଦେଇଛନ୍ତି ।
ସୂଚନା ଅନୁସାରେ ଏକ ବଡ଼ ପାନ ମସଲା କମ୍ପାନୀ ନିଜ ବ୍ରାଣ୍ଡର ମୂଲ୍ୟ ବଢାଇବା ଲାଗି ଏକ ଲୋକାଲ ଫେସକୁ କାଷ୍ଟ କରିବାକୁ ଚାହୁଁଥିଲେ । ମାଧବନ ଏହି ପ୍ରସ୍ତାବକୁ ମନା କରିବା ପରେ ବ୍ରାଣ୍ଡ ଏବେ ବି ଏକ ନୂଆ ଚେହେରା ଖୋଜିବାରେ ଲାଗିଛି । ଏହା ପୂର୍ବରୁ ଶାହରୁଖ ଖାନ, ଅକ୍ଷୟ କୁମାର, ମହେଶ ବାବୁ ଏବଂ ଅଜୟ ଦେବଗନଙ୍କ ଭଳି କେତେକ ପ୍ରସିଦ୍ଧ କଳାକାର ଏହି ବ୍ରାଣ୍ଡର ବିଜ୍ଞାପନ କରିଛନ୍ତି । ଯେଉଁଥିରେ ବହୁତ ଲୋକ ତାଙ୍କର ବହୁ ଆଲୋଚନା କରିଥିଲେ । ମାଧବନ ଏହି ପ୍ରସ୍ତାବକୁ ମନା କରି ସାବ୍ୟସ୍ତ କରି ଦେଲେ କି ସେ ନିଜକୁ ସେହି ବ୍ରାଣ୍ଡ ସହ ଯୋଡ଼ିବାକୁ ଚାହୁଁଛନ୍ତି ଯାହା ଉପରେ ତାଙ୍କର ଭରସା ଅଛି ।