ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କର୍ଣ୍ଣାଟକର ସବୁ ମୁସଲମାନଙ୍କୁ ମିଳୁଛି ଓବିସି ସଂରକ୍ଷଣ, କେନ୍ଦ୍ର ସରକାର ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୨୪।୪: ଲୋକସଭା ନିର୍ବାଚନରେ ସଂରକ୍ଷଣ ଏକ ବଡ ପ୍ରସଙ୍ଗ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ଅଭିଯୋଗ କରିଛନ୍ତି ସେ ଏସ୍‌ସି, ଏସଟି ଓ ଓବିସିର ଅଧିକାରକୁ ମାରି ମୁସଲମାନଙ୍କୁ ଦେବାକୁ ଚାହାନ୍ତି। ଏହା ଭିତରେ ରାଷ୍ଟ୍ରୀୟ ପଛୁଆ ବର୍ଗ କମିଶନ୍‌ଙ୍କ ବୟାନ ଆସିଛି, ଯେଉଁଥିରେ କୁହାଯାଇଛି କର୍ଣ୍ଣାଟକରେ ଶିକ୍ଷାସଂସ୍ଥାନ ଓ ଚାକିରୀରେ ମୁସଲମାନଙ୍କୁ ସଂରକ୍ଷଣ ମିଳୁଛି। କମିଶନ ପ୍ରେସ୍‌ ରିଲିଜ୍ ଜାରି କରି କହିଛନ୍ତି, କର୍ଣ୍ଣାଟକରେ ମୁସଲମାନଙ୍କୁ ସବୁ ଜାତି ଓ ସମ୍ପ୍ରଦାୟକୁ ସରକାରୀ ଚାକିରୀ ଏବଂ ଶିକ୍ଷା ସଂସ୍ଥାନରେ ସଂରକ୍ଷଣ ଦିଆଯାଉଛି। ହଂସରାଜ ଅହିର କହିଛନ୍ତି, ଆମେ ଏହାକୁ ନେଇ କର୍ଣ୍ଣାଟକ ସରକାରଙ୍କୁ ପଚାରିଥିଲୁ  କେଉଁ ଆଧାରରେ ଏହି କୋଟା ଦିଆଯାଉଛି। ଏହି ଉପରେ ଆମେ କୌଣସି ସ୍ପଷ୍ଟିକରଣ ମିଳିନାହିଁ।

କମିଶନଙ୍କ ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଅହିରଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, କର୍ଣ୍ଣାଟକ ସରକାର ନିୟନ୍ତ୍ରଣାଧିନ ଚାକିରୀ ଓ ଶିକ୍ଷା ସଂସ୍ଥାନକୁ ପ୍ରବେଶରେ ସଂରକ୍ଷଣ ହେତୁ କର୍ଣ୍ଣାଟକର ସବୁ ମୁସଲମାନ ଧର୍ମାବଲମ୍ବୀଙ୍କୁ ଓବିସିର ରାଜ୍ୟ ସୂଚୀରେ ସାମିଲ କାଯାଇଥିଲା। ଏହାର ଆଗକୁ ଲେଖାଯାଇଛି ଯେ, କର୍ଣ୍ଣାଟକ ସରକାର ପଛୁଆ ବର୍ଗ ବିଭାଗ ରାଷ୍ଟ୍ରୀୟ ପଛୁଆ ବର୍ଗ କମିଶନଙ୍କୁ ଲିଖିତ ଭାବରେ କହିଛନ୍ତି, ମୁସଲମାନ ଓ ଇଶାଇ ଭଳି ସମ୍ପ୍ରଦାୟ ନା ତ ଜାତି କିମ୍ବା ନା ଧର୍ମ। କର୍ଣ୍ଣାଟକରେ ମୁସଲମାନ ଜନସଂଖ୍ୟା ୧୨.୯୨% ରହିଛି। ରାଜ୍ୟରେ ମୁସଲମାନଙ୍କୁ ଧାର୍ମିକ ସଂଖ୍ୟାଲଘୁ ବୋଲି କୁହାଯାଏ।

କେବଳ ସେତିକି ନୁହେଁ ଓବିସି କମିଶନ କର୍ଣ୍ଣାଟକରେ ମୁସଲମାନଙ୍କୁ ମିଳୁଥିବା ସଂରକ୍ଷଣ ନିୟମାବଳୀ ବିଷୟରେ ବିସ୍ତାରିତ ଭାବରେ କହିଛନ୍ତି। କମିଶନ୍ କହିଛନ୍ତି, କର୍ଣ୍ଣାଟକରେ କାଟାଗୋରୀ ୧ ଅନୁସାରେ, ୧୭ ମୁସଲମାନ ଜାତିଙ୍କୁ ସାମିଲ କରାଯାଇଛି, ଯାହାକି ୪% ଓବିସି କୋଟା ଅନ୍ତର୍ଗତ ଆବେଦନ କରିପାରିବେ। ଏହାପରେ କାଟାଗୋରୀ 2A ରେ ୧୯ ମୁସଲମାନ ଜାତି ସାମିଲ କରାଯାଇଛି ଓ ମୋଟ ଭାବରେ ୩୯୩ ଜାତି ଏହି ସୁଚୀରେ ରହିଛି। ଏହା ଅନୁସାରେ ୧୫% ଓବିସି କୋଟା ମିଳିଥାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.