ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ପାନ ଦୋକାନରୁ ଚୋରି ଉଦ୍ୟମ ମାରିଲା ଫେଲ୍: ଖସିଗଲେ ୨, ଧରାପଡି ମାଡ଼ ଖାଇଲା ଜଣେ ଚୋର

ସଠିପୁର,୧୧/୦୯: ପାନ ଦୋକାନରୁ ଚୋରି ଉଦ୍ୟମ ମାରିଲା ଫେଲ୍।  ଘଟଣାସ୍ଥଳରୁ ଖସି ପଳାଉଥିଲେ ତିନି ଚୋର। ଜଣକୁ ମାଡ଼ି ବସିଲେ ସ୍ଥାନୀୟ ଲୋକେ। ଖୁଣ୍ଟରେ ବାନ୍ଧି ମାଡ଼ ମାରିଲେ ପରେ ପୋଲିସକୁ ହସ୍ତାନ୍ତର କଲେ । ଏଭଳି ଚୋରି ଘଟଣା ପାଣିକୋଇଲି ଥାନା ଅନ୍ତର୍ଗତ ମାଳଆନ୍ଦପୁର ପଞ୍ଚାୟତର  ବ୍ରଜନଗର ଗ୍ରାମରେ ଘଟିଛି। ପୋଲିସ ଚୋରକୁ କାବୁ କରିବା ସହ ଅନ୍ୟ ସହଯୋଗିଙ୍କୁ ଧରିବା ପାଇଁ ଛାନ୍ ଭିନ୍ ଆରମ୍ଭ କରିଛି।

ସୂଚନା ମୁତାବିକ, ରବିବାର   ବିଳମ୍ବିତ ରାତିରେ ୩ ଜଣ ଦୁର୍ବୃତ୍ତ ବ୍ରଜନଗର ଗ୍ରାମ ଛକରେ ଥିବା ଏକ ପାନ ଦୋକାନରୁ ଚୋରି ଉଦ୍ୟମ କରିଥିଲେ। ଏହ ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଦେଖି ଅନ୍ୟମାନଙ୍କୁ ଡାକିଥିଲା ଲୋକଙ୍କୁ ଦେଖି ଦୁଇଜଣ ଖସି ପଳାଇଥିଲେ ଦିଲୀପକୁ ଧରି ଲୋକମାନେ ବାନ୍ଧି ଦେଇଥିଲେ ପରେ ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି।  ଧରାପଡିଥିବା ଚୋର ଧାମନଗର ଥାନା ଅନ୍ତର୍ଗତ ରାଧାକାନ୍ତ ମାଝୀର ପୁଅ ଦିଲ୍ଳୀପ ମାଝୀ ବୋଲି ଜଣାପଡିଛି। ଅନ୍ୟ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ଛାନ୍‌ ଭିନ୍ ଆରମ୍ଭ କରିଛି।

Copyright © 2022 - Summa Real Media Private Limited. All Rights Reserved.