ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଷ୍ଟ୍ରେଲିଆ ମହିଳା ପ୍ରିମିୟର ଲିଗ୍‌ ଖେଳିବେ ପନ୍ଥୋଇ ଚାନୁ

ନୂଆଦିଲ୍ଲୀ,୨୮/୦୩: ଭାରତୀୟ ମହିଳା ଫୁଟବଲ୍‌ ଦଳର ପ୍ରତିଭାବାନ ଗୋଲ୍‌କିପର ଏଲଙ୍ଗ୍‌ବମ୍‌ ପନ୍ଥୋଇ ଚାନୁ ଦକ୍ଷିଣ ଅଷ୍ଟ୍ରେଲିଆ ମହିଳା ଜାତୀୟ ପ୍ରିମିୟର ଲିଗ୍‌ ଖେଳିବା ପାଇଁ ବୁଧବାର ଅଷ୍ଟ୍ରେଲିଆ ଯାତ୍ରା କରିଛନ୍ତି । ସେ ନିକଟରେ ମେଟ୍ରୋ ୟୁନାଇଟେଡ୍‌  ଡବ୍ଲ୍ୟୁଏଫ୍‌ସି ସହ ଚୁକ୍ତି ସ୍ୱାରକ୍ଷର କରିଥିଲେ । ଚଳିତ  ସିଜନରେ ସେ କ୍ଲବ୍‌  ପକ୍ଷରୁ ମୋଟ ୧୮ଟି  ମ୍ୟାଚ୍‌ ଖେଳିବାର  କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ ସେ ଲିଗ୍ କ୍ଲବ୍‌ ଆଡିଲେଡ୍‌ ୟୁନଇଟେଡ୍ ଏଫ୍‌ସି ଦଳ ପ୍ରଶିକ୍ଷଣ ନେବେ ବୋଲି ମେଟ୍ରୋ ୟୁନାଇଟେଡ୍‌ର  ମୁଖ୍ୟ କୋଚ୍‌ ପଲ୍‌ ମୋରିସ୍‌ ପ୍ରକାଶ କରିଛନ୍ତି।

ମୋରିସ୍‌ କହିଛନ୍ତି, ଅଷ୍ଟ୍ରେଲିଆରେ ମହିଳା ଫୁଟବଲ୍‌ରେ ଜଣେ ଦକ୍ଷ ଗୋଲକିପର ମିଳିବା ବହୁତ କଷ୍ଟ । ଚାନୁଙ୍କ ଗୋଲ୍‌ କିପିଙ୍ଗ୍‌ ଦକ୍ଷତା ଆମକୁ ପ୍ରଭାବିତ କରିଥିଲା । ଫଳରେ ଆମେ ତାଙ୍କ ସହ ଚୁକ୍ତି  ସ୍ୱାକ୍ଷର କରିଛୁ । ତାଙ୍କ ଭଳି ଜଣେ ଦକ୍ଷ ଗୋଲ୍‌କିପରଙ୍କୁ ପାଇ ଆମେ ବହୁତ ଉତ୍ସାହିତ ରହିଛୁ । ସେ କ୍ଲବ୍‌ ପକ୍ଷରୁ ସମ୍ପୂର୍ଣ୍ଣ ସିଜନ ଖେଳିବେ ଏବଂ ଆଡିଲେଡ୍‌ ୟୁନାଇଟେଡ୍‌ ଏଫ୍‌ସି ଦଳ ସହ ପ୍ରଶିକ୍ଷଣ ନେବେ ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.