ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ପ୍ୟାରିସ୍ ଅଲିମ୍ପିକ୍‌ ୨୦୨୪: ଗଲ୍ଫରେ ଅଦିତି, ଦୀକ୍ଷାଙ୍କୁ ଅଲିମ୍ପିକ୍‌ ଟିକେଟ୍

ନୂଆଦିଲ୍ଲୀ,୨୫/୦୬: ଭାରତୀୟ ମହିଳା ଗଲ୍ଫର ଅଦିତି ଅଶୋକ ଓ ଦୀକ୍ଷା ଡାଗର ଅଲିମ୍ପିକ୍‌ ଟିକେଟ୍‌ ହାସଲ କରିଛନ୍ତି । ଅଲିମ୍ପିକ୍‌  ଗଲ୍ଫ ମାନ୍ୟତା (ଓଜିଆର୍‌) ତାଲିକା ଆଧାରରେ ଅଦିତିଙ୍କୁ ଟିକେଟ୍‌ ମିଳିଛି । ସେ ମାନ୍ୟତା  ତାଲିକାରେ ୬୦ତମ ରହିଛନ୍ତି । 

ଅନ୍ୟ ପଟରେ  ଦକ୍ଷିଣ ଆଫ୍ରିକାର ଜଣେ ମହିଳା ଗଲ୍ଫର ଅଲିମ୍ପିକ୍ସରୁ  ଓହରିଯିବା ଫଳରେ ଦୀକ୍ଷାଙ୍କୁ ଏହି ସ୍ଥାନ ପ୍ରଦାନ  କରାଯାଇଛି । ସେ ୧୬୪ତମ ସ୍ଥାନରେ ରହିଛନ୍ତି । ଆଗାମୀ ଅଲିମ୍ପିକ୍ସରେ ଗଲ୍ଫ କ୍ରୀଡ଼ାରେ ଭାରତରୁ ମୋଟ ୪ଜଣ ଖେଳାଳି ଭାଗ ନେବେ । ଅଦିତି  ଓ ଦୀକ୍ଷାଙ୍କ ବ୍ୟତୀତ ପୁରୁଷ ବର୍ଗରେ ଶୁଭଙ୍କର  ଶର୍ମା ଏବଂ ଗଗନଜୀତ ଭୁଲାର ଯୋଗ୍ୟତା  ଅର୍ଜନ କରିଛନ୍ତି । ଗତ ଟୋକିଓ ଅଲିମ୍ପିକ୍ସରେ  ଅଦିତିଙ୍କ ପ୍ରଦର୍ଶନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା ।  ସେ ଅଳ୍ପକେ ବ୍ରୋଞ୍ଜରୁ ବଞ୍ଚିତ ହୋଇଥିଲେ  ଏବଂ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.