ପ୍ୟାରିସ,୦୭/୦୯: ଆସନ୍ତା ୮ ତାରିଖରେ ପ୍ୟାରିସ ପାରାଲିମ୍ପିକ୍ସ ଉଦଯାପିତ ହେବ । ଉଦ୍ଯାପନୀରେ ଭାରତୀୟ ଦଳର ନେତୃତ୍ୱ ନେଇ ତ୍ରିରଙ୍ଗା ଧାରଣ କରିବେ ହରବିନ୍ଦର ସିଂ ଏବଂ ପ୍ରୀତି ପାଲ । ୩୩ ବର୍ଷୀୟ ହରବିନ୍ଦର ତୀରନ୍ଦାଜୀରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ପୂର୍ବରୁ କୌଣସି ଭାରତୀୟ ଏହି ଇଭେଣ୍ଟ ଚାମ୍ପିଅନ ହୋଇନଥିଲେ ।
ଗତ ଟୋକିଓ ପାରାଲିମ୍ପିକ୍ସରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ୨୩ ବର୍ଷୀୟା ପ୍ରୀତି ଡବଲ ବ୍ରୋଞ୍ଜ ଜିତିବାରେ ସଫଳ ହୋଇଛନ୍ତି । ସେ ଟି-୩୪ ମହିଳା ୧୦୦ ଓ ୨୦୦ ମିଟରରେ ଏହି ସଫଳତା ହାସଲ କରିଛନ୍ତି । ଉଦ୍ଯାପନୀ ପରେଡରେ ଦଳର ନେତୃତ୍ୱ ନେଉଥିବାରୁ ଉଭୟ କ୍ରୀଡ଼ାବିତ ଖୁସି ରହିଛନ୍ତି । ଏହା ସେମାନଙ୍କ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ।