ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ପଶୁପତିଙ୍କ ଇସ୍ତଫା, କହିଲେ-ମୋ ପ୍ରତି ହୋଇଛି ଅନ୍ୟାୟ...

ନୂଆଦିଲ୍ଲୀ,୧୯।୩: ମିଳିଲାନି ଗୋଟିଏ ବି ଆସନ। ଶେଷରେ ଏବେ ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଲୋକ ଜନଶକ୍ତି ପାର୍ଟି(ଏଲଜେପି) ଅଧ୍ୟକ୍ଷ ପଶୁପତି ପାରସ । ଆସନ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ଥିବା ପଶୁପତି  ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ଇସ୍ତଫା ସମ୍ପର୍କରେ ସେ ଘୋଷଣା କରିଛନ୍ତି। ଏହା ସହିତ ପଶୁପତି କହିଛନ୍ତି, ମୋ ପ୍ରତି ଏବଂ ମୋ ଦଳ ପ୍ରତି ଅନ୍ୟାୟ ହୋଇଛି। ‌

ମୋଦିଙ୍କ କ୍ୟାବିନେଟ୍‌ରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଥିବା ପଶୁପତି କହିଛନ୍ତି, ମୁଁ  ସବୁବେଳେ ବିଶ୍ବସ୍ଥ ଭାବରେ କାମ କରିଛି। ଏନଡିଏର ସେବା କରିଛି, କିନ୍ତୁ ମୋର ସହ ବ୍ୟକ୍ତିଗତ ଭାବରେ ଅନ୍ୟାୟ ହୋଇଛି। ଆଜି ବି ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁବ୍ ସମ୍ମାନ କରେ। ଏପରକି ତାଙ୍କ ପାଖରେ ମଧ୍ୟ କୃତଜ୍ଞ ରହିଛି। ୨୦୧୪ ଠାରୁ ମୋ ଏନଡିଏରେ ରହିଛି । ହେଲେ ଏବେ ଗୋଟିଏ ବି ଆସନ ନମିଳିବା ଦୁଃଖଦାୟକ ।’

ଉଲ୍ଲେଖନୀୟ ଯେ, ହାଜିପୁର ଆସନରେ ପଶୁପତି ନିର୍ବାଚନ ଲଢିବାକୁ ଇଚ୍ଛା ରଖିଛନ୍ତି । ଯେଉଁଠୁ ସେ ଏବେ ସାଂସଦ ଅଛନ୍ତି । ହେଲେ ଏହି ଆସନ ତାଙ୍କ ପୁତୁରା ଚିରାଗଙ୍କୁ ଦିଆଯାଇଥିବା ଜଣାପଡିଛି। ଯିଏକି ତାଙ୍କର ଅନ୍ୟତମ ବିରୋଧି । ତେଣୁ ପଶୁପତି ଏନଡିଏ ଛାଡିବେ ବୋଲି ଚର୍ଚ୍ଚା ହେଉଥିଲା । ଆଉ ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି।  ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ପରେ ବି ପଶୁପତିଙ୍କ ଦଳ ଏଲଜେପି ଏବେ ବି ଆରଜେଡି ସହ ଯୋଗାଯୋଗରେ ରହିଛି । ତେବେ ବିହାରରେ ମହାଗଠବନ୍ଧନରେ ପଶୁପତିଙ୍କୁ ଏଣ୍ଟ୍ରି ମିଳିବା ଏତେ ସହଜ ନୁହେଁ। ଯେଉଁ କାରଣରୁ ପଶୁପତି ନିଜର ଅସନ୍ତୋଷ ପ୍ରକାଶ କରି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ବିହାରରେ ଆସନ ବୁଝାମଣାରେ ବିଜେପି ୧୭ଟି ଲୋକସଭା ଆସନ, ଜେଡିୟୁ ୧୬ଟି, ଚିରାଗ ପାଶୱାନଙ୍କ ନେତୃତ୍ୱାଧୀନ ଦଳ ୫ଟି, ଉପେନ୍ଦ୍ର କୁଶୱା ଏବଂ ଜୀତନରାମ ମାଂଝିଙ୍କ ଦଳକୁ ଗୋଟିଏ ଲେଖାଏଁ ଆସନ ମିଳିଥିଲା । ଏବେ ପଶୁପତିଙ୍କ ଦଳ ଏଲଜେପିରେ ୫ ଜଣ ସାଂସଦ ରହିଛନ୍ତି ।  ହେଲେ  ଦଳକୁ ଗୋଟିଏ ବି ଆସନ ମିଳିନଥିଲା। ଏହି କାରଣରୁ ପଶୁପତି ଅସନ୍ତୁଷ୍ଟ ଥିଲେ। ତେଣୁ ସେ ମୋଦିଙ୍କ କ୍ୟାବିନେଟ୍‌ରୁ ଇସ୍ତଫା ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। 

 

 

  • prameyanews
  • PrameyaOdia
  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.