ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ବକେୟା କ୍ଷୀର ଟଙ୍କା ପାଇଁ ବହିଲା ରକ୍ତର ନଦୀ; ଗୁଳିମାଡରେ ୩ ମୃତ, ଜଣେ ଗୁରୁତର…

ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନା ନିକଟ ଫତୁଆରେ ବକେୟା କ୍ଷୀର ଟଙ୍କା ଦେଣନେଣକୁ ନେଇ ବହିଲା ରକ୍ତର ନଦୀ । ବକେୟା କ୍ଷୀର ଟଙ୍କାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଛି । ପରିସ୍ଥିତି ଏପରି ହୋଇଥିଲା ଯେ, ପରିଶେଷରେ ଏହି ଝଗଡା ଗୁଳିମାଡର ରୂପ ନେଇଥିଲା । ଏଥିରେ ଉଭୟ ପକ୍ଷରୁ ପରସ୍ପର ଉପରକୁ ଗୁଳିମାଡ କରାଯାଇଥିଲା । ଗୁଳିମାଡରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଗୁରୁତର ଯୁବକଙ୍କୁ ପାଟନାରେ NMCH ରେ ଭର୍ତ୍ତି କରାଯାଇଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଗାଁରେ ବହୁପରିମାଣର ପୋଲିସ ନିୟୋଜିତ କରାଯାଇଛି । ଏହି ଘଟଣା ପରେ ଗାଁରେ ଆତଙ୍କ ଖେଳିଯାଇଛି । 

 ଏହି ଘଟଣା ସମ୍ପର୍କରେ ଗ୍ରାମବାସୀ କହିଛନ୍ତି ଯେ, ମାତ୍ର ୪ଶହ ଟଙ୍କା ପାଇଁ ଏହି ଭୟଙ୍କର ଘଟଣା ଘଟିଛି । ଗାଁର କିଛି ଲୋକ ଉଭୟ ପକ୍ଷଙ୍କୁ ଏକାଠି କରି ଏହି ବିବାଦର ଅନ୍ତ ଘଟାଇବାକୁ ଯାଉଥିଲେ, କିନ୍ତୁ ଗୁରୁବାର ରାତିରେ ଏହି ମାମଲା ଏତେ ବଢିଯାଇଥିଲା ଯେ ତିନି ଜଣଙ୍କୁ ହତ୍ୟା କରାଯାଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଉଭୟ ପକ୍ଷର ଲୋକଙ୍କୁ ଡାକି ପଚରାଉଚୁରା କରୁଛି । 

 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.