ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପେଟିଏମ୍‌ ବନ୍ଦ କରିବ ଏହାର ବୀମା କମ୍ପାନୀ; ଇରଡା ଠାରୁ ଫେରାଇନେଲା ଆପ୍ଳିକେସନ୍‌

ନୂଆଦିଲ୍ଲୀ,୨୬/୦୫: ଧୂଳିସାତ୍‌ ହୋଇଛି ପେଟିଏମ୍‌ର ବୀମା କମ୍ପାନୀ ହେବାର ସ୍ବପ୍ନ। ଏଥିସହିତ ପେଟିଏମ୍‌ ଜେନେରାଲ ଇନ୍‌ସିଓରାନ୍ସ ଲିମିଟେଡ୍‌ର ଯାତ୍ରା ମଧ୍ୟ ଶେଷ ହୋଇଛି। ବୀମା ନିୟାମକ ଇରଡା (IRDAI)କୁ ଦେଇଥିବା ଆପ୍ଳିକେସନ୍‌ ଫେରସ୍ତ ନେଇଛି। ଏବେ କମ୍ପାନୀ ବୀମା ଉତ୍ପାଦ ତିଆରି କରିବା ପରିବର୍ତ୍ତେ କେବଳ ଡେଲିଭଳି ଉପରେ କାମ କରିବ। 

ପେଟିଏମ୍‌ ଜେନେରାଲ ଇନ୍ସୁରାନ୍ସକୁ ବନ୍ଦ କରିବ କମ୍ପାନୀ:

ନୋଏଡା ସ୍ଥିତ ପେଟିଏମ୍ କହିଛି ଯେ ଏହାର ବୀମା କମ୍ପାନୀ ପେଟିଏମ୍ ଜେନେରାଲ୍ ଇନସୁରାନ୍ସ ଆଉ ଚଳାଇବ ନାହିଁ। ଆମେ ଏ ବାବଦରେ ଆଇଆର୍‌ଡିଏଆଇକୁ ସୂଚନା ଦେଇଛୁ। ପେଟିଏମ୍ ଜେନେରାଲ୍ ଇନସୁରାନ୍ସ, ପେଟିଏମ୍‌ର ପ୍ୟାରେଣ୍ଟ୍ କମ୍ପାନୀ ଓ୍ବାନ୍‌ ୯୭ (One97) କମ୍ୟୁନିକେସନର ଏକ ସହାୟକ କମ୍ପାନୀ ବର୍ତ୍ତମାନ ବୀମା ବଣ୍ଟନ ଉପରେ ଧ୍ୟାନ ଦେବ। ଏହି କାର୍ଯ୍ୟ ପେଟିଏମ୍ ଇନସୁରାନ୍ସ ବ୍ରୋକିଂ ପ୍ରାଇଭେଟ ଲିମିଟେଡ୍ (PIBPL) ମାଧ୍ୟମରେ କରାଯିବ। ବଜାରରେ ବୀମା ଉତ୍ପାଦ ଲଞ୍ଚ କରିବାକୁ କମ୍ପାନୀ ଏହାର ଇଚ୍ଛାରେ ପୂର୍ଣ୍ଣଚ୍ଛେଦ ପକାଇଛି।

ଏହି ପଦକ୍ଷେପରୁ ୯୫୦ କୋଟି ଟଙ୍କା ସଞ୍ଚୟ କରିବ ପେଟିଏମ୍:

ଓ୍ବାନ୍‌ ୯୭ କମ୍ୟୁନିକେସନ୍ ପେଟିଏମ୍ ଜେନେରାଲ୍ ଇନସୁରାନ୍ସରେ ପ୍ରାୟ ୯୫୦ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଥିଲା। ବର୍ତ୍ତମାନ କମ୍ପାନୀ ଏହି ଟଙ୍କା ସଞ୍ଚୟ କରିବାରେ ସକ୍ଷମ ହେବ। ମେ ୨୦୨୨ ରେ, କମ୍ପାନୀ ପେଟିଏମ୍ ଜେନେରାଲ୍ ଇନସୁରାନ୍ସରେ ବିନିଯୋଗ କରିବାକୁ ୧୦ ବର୍ଷର ଯୋଜନା କରିଥିଲା। ଏଥି ସହିତ, ୱାନ ୯୭ କମ୍ୟୁନିକେସନ୍ ବୋର୍ଡ କମ୍ପାନୀରେ ଏହାର ଅଂଶଧନକୁ ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।

ପେମେଣ୍ଟ ବ୍ୟାଙ୍କ୍‌ ଉପରେ ପ୍ରତିବନ୍ଧକ ଭିତରେ ବଳଦିଲା ରଣନୀତି:

ଜାନୁଆରୀରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ ପେଟିଏମକୁ ଏହାର ରଣନୀତି ବଦଳାଇବାକୁ ପଡ଼ିଛି। ବର୍ତ୍ତମାନ କମ୍ପାନୀ ସ୍ୱାସ୍ଥ୍ୟ, ଜୀବନ, ମୋଟର, ଦୋକାନ ଏବଂ ଗ୍ୟାଜେଟ୍ ବୀମା ବଣ୍ଟନରେ ଏହାର ଅଂଶଧନକୁ ଦ୍ୱିଗୁଣିତ କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ପେଟିଏମ୍ ଡିଜିଟ୍, ଇକୋ, ଆଇସିଆଇସିଆଇ ଲମ୍ବୋର୍ଡ, ନ୍ୟୁ ଇଣ୍ଡିଆ, ବଜାଜ ଆଲିଆନ୍ଜ, ଟାଟା ଏଆଇଜି, ଆଦିତ୍ୟ ବିର୍ଲା ହେଲ୍‌ଥ ଏବଂ ୟୁନିଭର୍ସାଲ ସୋମ୍ପୋ ଭଳି କମ୍ପାନୀ ସହ ସହଭାଗୀ ହୋଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.