ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଶୁତୋଷଙ୍କ ଦମଦାର ପ୍ରଦର୍ଶନ; ରାଜସ୍ଥାନ ଆଗରେ ପଞ୍ଜାବ ରଖିଲା ୧୪୮ ରନ୍‌ର ବିଜୟ ଲକ୍ଷ୍ୟ

ଚଣ୍ଡିଗଡ଼,୧୩/୦୪: ଆଇପିଏଲ୍‌ ୨୦୨୪ର ୨୭ତମ ମ୍ୟାଚ୍‌ ଚଣ୍ଡିଗଡ଼ର ମହାରାଜା ୟଜବିନ୍ଦ୍ର ସିଂ ଆନ୍ତର୍ଜାତୀୟ ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଛି। ତେବେ ପ୍ରଥମ ଇନିଂସରେ ପଞ୍ଜାବ ରାଜସ୍ଥାନ ରୟାଲ୍ସକୁ ବିଜୟ ପାଇଁ ୧୪୮ ରନ୍‌ ଲକ୍ଷ୍ୟ ରଖିଛି। ପଞ୍ଜାବ ପକ୍ଷରୁ ଆଶୁତୋଷ ଶର୍ମା ଭଲ ପ୍ରଦର୍ଶନ କରିଥିଲେ। ସେ ୧୬ ଟି ବଲରେ ୩୧ ରନ୍ ସଂଗ୍ରହ କରିଥିଲେ। ଆଶୁତୋଷଙ୍କ ଏହି ଇନିଂସରେ ୩ ଟି ଛକା ଏବଂ ଗୋଟିଏ ଚାରିଟି ରହିଛି। ଜିତେଶ ଶର୍ମା ୨୪ ବଲରେ ୨୯ ରନ୍ ସଂଗ୍ରହ କରିଥିଲେ। ସେ ୨ ଟି ଛକା ଓ ଗୋଟିଏ ଚାରି ମାରିଥିଲେ। 

ପଞ୍ଜାବର ଆରମ୍ଭ ଭଲ ନଥିଲା। ଓପନର୍ ଅଥର୍ବ ତାୟଡେ ୧୫ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ବେୟାରଷ୍ଟୋ ମଧ୍ୟ ୧୫ ରନ୍‌ କରି ପାଭିଲିୟନ ଚାଲି ଯାଇଥିଲେ। ପ୍ରବୀଣ ସିଂ ୧୦ ରନ ସ୍କୋର କରିଥିଲେ। କ୍ୟାପଟେନ ସାମ କୁରେନ ୬ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଏହିପରି ପଞ୍ଜାବ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୭ ରନ୍ ସଂଗ୍ରହ କରିଥିଲା।

ରାଜସ୍ଥାନ ପକ୍ଷରୁ କେଶବ ମହାରାଜ ଏବଂ ଅଓ୍ବେଶ ଖାନ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ମହାରାଜ ୪ ଓଭରରେ ୨୩ ରନ୍ ଦେଇଥିଲେ। ଟ୍ରେଣ୍ଟ ବୋଲ୍ଟ ଏବଂ କୁଲଦୀପ ସେନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ୟୁଜବେନ୍ଦ୍ର ଚହଲଙ୍କୁ ମଧ୍ୟ ଗୋଟିଏ ସଫଳତା ପାଇଥିଲେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.