ଚନ୍ଦାହାଣ୍ଡି,୯/୮ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ପଞ୍ଚାୟତ ଅଧିନ ନୂଆପଡା ଗ୍ରାମ ରାସ୍ତା କାଦୁଅ ପଚ ପଚ ହୋଇପଡ଼ିଛି । ଫଳରେ ଘିଭେଲା ସାହି ସମେତ ଅନ୍ୟ ଲୋକମାନେ ନଳକୂପରୁ ପାଣି ନେବା ପାଇଁ ଏକ ପ୍ରକାର ଭୟଭୀତ ହୋଇ ପଡ଼ୁଥିବା ନେଇ ଅଭିଯୋଗ କରିଛନ୍ତି l ଏ ସବୁ ପ୍ରଶାସନ ଦେଖି କି ମଧ୍ୟ ନ ଦେଖିଲା ପରି ଅଭିନୟ କରୁଥିବା ନେଇ ସାହିବାସୀଙ୍କ ମନରେ ତୀବ୍ର ଅସନ୍ତୋଷ୍ଟ ଦେଖା ଦେଇଛି l ଏହାବ୍ୟତୀତ ରାସ୍ତାରେ ପାଣି ଜମି କାଦୁଅ ପଚପଚ ହେବାରୁ ସାଧାରଣ ଲୋକେ ଯାତାୟତରେ ଘୋର ଅସୁବିଧା ହେଉଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି l ଏ ଦିଗରେ ବ୍ଲକ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାହିବାସିନ୍ଦାମାନେ ଦାବି କରିଛନ୍ତି l
ସୂଚନା ମୁତାବକ ନୂଆପଡା ଘିଭେଲା ସାହିରେ ୧୫ଟି ଘର ରହିଥିବାବେଳେ ଲୋକ ସଂଖ୍ୟା ୫୦ରୁ ଊର୍ଦ୍ଧ୍ବ ବସବାସ କରିଥାନ୍ତି l ପ୍ରଶାସନ ଦ୍ୱାରା ସାହିରେ ଦୀର୍ଘ ଦିନ ହେବ ରାସ୍ତା ମରାମତି କିମ୍ବା ଡ୍ରେନ ନିର୍ମାଣ ନ କରିବା ଫଳରେ ନୂଆପଡା ସ୍କୁଲଠାରୁ ଖଡ଼ଖଡ଼ି ରାସ୍ତା ପର୍ଯ୍ୟନ୍ତ କାଦୁଅ ପଚ ପଚ ହେବା ଫଳରେ ସାହିବାସୀଙ୍କ ଯାତାୟତରେ ଘୋର ଅସୁବିଧା ଦେଖାଦେଇଛି । ଛୋଟ ଛୋଟ ଛୁଆ ରାସ୍ତା ଦେଇ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ଯିବାକୁ ଘୋର ଅସୁବିଧା ଭୋଗୁଛନ୍ତି । ରାସ୍ତା ପାର୍ଶ୍ୱରେ ଥିବା ନଳକୂପ କାଦୁଅ ପଚ ପଚ ହେବା ଯୋଗୁଁ ସାହିର ମହିଳାମାନେ ନଳକୂପରୁ ପାଣି ନେବା ସମୟରେ କାଦୁଅରେ ଗୋଡ଼ ଖସିଯିବା ଆଶଙ୍କା କରି ଭୟଭୀତ ଅବସ୍ଥାରେ ରହୁଛନ୍ତି । ଏ ନେଇ ସାହିର ଲିବେନ୍ଧି ଘିଭେଲା, ସଜନା ଘିଭେଲା, କୈକେଇ ଘିଭେଲା, ମାଳତି ସାହୁ ପ୍ରମୁଖ ଗୃହିଣୀମାନେ ପ୍ରକାଶ କରିଛନ୍ତି l ଏ ଦିଗରେ ବ୍ଲକ ପ୍ରଶାସନ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି l