ନୂଆଦିଲ୍ଲୀ,୧୦।୧୨: ଭାରତ ସହିତ ଅନ୍ୟ ଦେଶର ଲୋକ ଭଲ ଜୀବନ ପାଇଁ ବିଦେଶରେ ରୁହନ୍ତି। ବିଶେଷ ଭାବରେ ପଞ୍ଜାବର ଲୋକଙ୍କୁ କାନାଡାରେ ରହିବା ଖୁବ୍ ପସନ୍ଦ। ଏବେ କିନ୍ତୁ ଏଠାରେ ରହିବାର ଅର୍ଥ ଅଧିକ ଖର୍ଚ୍ଚ କରିବା। ଘର ଗୁଡିକର ଭଡା ବଢିବା କାରଣରୁ ବହୁ ଲୋକ କାଡାଡା ଛାଡି ଦେଉଛନ୍ତି। ୨୦୨୩ର ପ୍ରଥମ ୬ ମାସ ପ୍ରାୟ ୪୨,୦୦୦ ଲୋକ କାନାଡା ଛାଡି ଦେଇଥିଲେ। ଏହା ପଛର କାରଣ ହେଉଛି ଜଷ୍ଟିନ୍ ଟ୍ରୁଡୋ ସରକାରଙ୍କ ଦୁର୍ବଳ ଅର୍ଥନୀତି ଓ ଜୀବନ ଯାପନ ପ୍ରଣାଳୀ ବଢିବାରେ ଲାଗିଛି। ନିକଟରେ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରର ହତ୍ୟାକୁ ନେଇ କରାଯାଇଥିବା ଦାବି ପରେ କାନାଡା ଓ ଭାରତ ଭିତରେ ବିବାଦ ବଢିଯାଇଛି, ଯାହାର ପ୍ରଭାବ ଭାରତରୁ କାନାଡା ଯାଉଥିବା ଲୋକଙ୍କ ଉପରେ ନିଶ୍ଚୟ ପଡିବ। ଏବେ ରିପୋର୍ଟ ଆସୁଛି ଯେ, କାନାଡାର ସାଧାରଣ ଲୋକଙ୍କ ପାଇଁ ଏଠାରେ ରହିବା ଖୁବ୍ କଷ୍ଟକର ହୋଇଯାଇଛି।
ସେଠାର ଲୋକଙ୍କ କହିବା ଅନୁସାରେ, କାନାଡାରେ ଜୀବନ ଜାପନ କରିବା ଖୁବ୍ କଷ୍ଟକର ହୋଇପଡିଛି। କାନାଡା ବୟସ୍କ ଲୋକଙ୍କ ଜନସଂଖ୍ୟା ଅଧିକ ରହିଛି ଓ ସେଠାର ଅର୍ଥବ୍ୟବସ୍ଥା ଅଧିକ ପ୍ରବାସୀଙ୍କ ଉପରେ ନିର୍ଭର କରିଥାଏ, ସେଠାର ଲୋକଙ୍କର କାନାଡା ଛାଡିକି ଯିବା ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଉଛି। ଅଧିକାରୀଙ୍କ କହିବା ଅନୁସାରେ, ୨୦୨୩ର ପ୍ରଥମ ୬ ମାସରେ ପ୍ରାୟ ୪୨,୦୦୦ ଲୋକ କାନାଡା ଛାଡି ଦେଇଥିଲେ। ଗତ ବର୍ଷ ୨୦୨୨ ରେ ଏହି ସଂଖ୍ୟା ୯୩,୮୧୮ ଥିଲା। ୨୦୨୧ ର କଥା ଯଦି ହେବା ତେବେ ୮୫,୯୨୭ ଲୋକ କାନାଡ ଛାଡି ଦେଇଥିଲେ। ବହୁ ଲୋକ ନିଜର ଦରମାର ୩୦ ପ୍ରତିଶତ ଅଂଶ କେବଳ ଘର ଭଡା ଭାବରେ ଦେଉଛନ୍ତି। ରଏଟର୍ସର ସୂଚନା ଅନୁସାରେ, ପୂର୍ବ ଟରୋଣ୍ଟେର ସ୍କାରବୋରାରେ ଗୋଟିଏ ରୁମ୍ ଥିବା ବେସମେଣ୍ଟ ଆପାର୍ଟମେଣ୍ଟର ଭଡା ୬୫୦ କାନାଡୀୟ ଡଲାର(ଭାରତୀୟ ମୁଦ୍ରା ଅନୁସାରେ ୩୯,୮୯୩) ରହିଛି।
ଆରବିସିର ସେପେଣ୍ଟରମ୍ବର ଏକ ରିପୋର୍ଟରେ କୁହାଯାଇଥିଲା, କାନାଡାରେ ଆଭରେଜ୍ ଘରୋଇ ଆୟ ପ୍ରାୟ ୬୦% ଘର ଚଳାଇବା ପାଇଁ ଆବଶ୍ୟକ ରହିଛି, ଏହା ଭାନକୁଭେର ପାଇଁ ପ୍ରାୟ ୯୮% ଓ ଟରୋଣ୍ଟୋ ପାଇଁ ୮୦% ପଯ୍ୟନ୍ତ ବଢିଯାଇଥାଏ। ଗତ ମାସ ଟ୍ରୁଡୋ ସରକାର ନିଜର ଆବାସ ବଜାରରେ ଚାପ କମ୍ କରିବା ପାଇଁ ୨୦୨୫ରୁ ପ୍ରତିବର୍ଷ ନୂଆ ନିବାସୀଙ୍କ ପାଇଁ ଭଡା ମୂଲ୍ୟ କମ୍ କରିବାକୁ କହିଥିଲେ, କିନ୍ତୁ କିଛି ଲୋକଙ୍କୁ ଦୁଇ ବର୍ଷ ହେବ ଅପେକ୍ଷା କରିବା ଖୁବ୍ କଷ୍ଟକର ହେଉଛି।