ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ଦୀପାବଳିରେ ଉପହାର ବର୍ଷା, କର୍ମଚାରୀଙ୍କୁ ଏସ୍‌ୟୁଭି ଦେଲା ଫାର୍ମା କମ୍ପାନି

ନୂଆଦିଲ୍ଲୀ,୦୫/୧୧:  ଦୀପାବଳିକୁ ଆଉ ମାତ୍ର କିଛି ଦିନ  ରହିଲା । ଏ ପରିପ୍ରେକ୍ଷୀରେ ଦେଶର  ବିଭିନ୍ନ କମ୍ପାନି ସେମାନଙ୍କ ଦକ୍ଷ କର୍ମଚାରୀମାନଙ୍କୁ ଧରି ରଖିବା ପାଇଁ  ବିଭିନ୍ନ ପ୍ରକାର ଉପହାର ବାଣ୍ଟୁଛନ୍ତି । ଏହି କ୍ରମରେ ହରିୟାଣାର ପଞ୍ଚକୁଲାସ୍ଥିତ  ଏକ ଫାର୍ମା କମ୍ପାନି ଏହାର ୧୨ ଜଣ  କର୍ମଚାରୀଙ୍କୁ ଟାଟା ପଞ୍ଚ୍‌ କମ୍ପାକ୍ଟ ଏସ୍‌ୟୁଭି  ପ୍ରଦାନ କରିଥିବାବେଳେ ଖୁବ୍‌ଶୀଘ୍ର ଆଉ ୩୮ ଜଣ କର୍ମଚାରୀ କାର ଉପହାର ପାଇବେ ବୋଲି ଘୋଷଣା କରିଛି ।  ୨୦୧୦ରେ ଏମ୍‌. କେ. ଭାଟିଆଙ୍କ ଦ୍ୱାରା  ପ୍ରତିଷ୍ଠିତ ମିଟ୍‌ସ ହେଲ୍‌ଥକେୟାର ଏହା କର୍ମଚାରୀଙ୍କ ଖୁସିକୁ ବଢ଼ାଇଦେଇଛି ।  ଏହି କର୍ମଚାରୀଙ୍କ ମଧ୍ୟରେ ଜଣେ  ଅଫିସ୍‌ ସହାୟକ ମଧ୍ୟ ଅଛନ୍ତି । 

ଏ  ପରିପ୍ରେକ୍ଷୀରେ ଶ୍ରୀ ଭାଟିଆ କହିଲେ  ଯେ, କର୍ମଚାରୀଙ୍କ କଠିନ ପରିଶ୍ରମ ଏବଂ  ନିଷ୍ଠାକୁ ନେଇ ସେ ଅତ୍ୟନ୍ତ ଖୁସି । ତେଣୁ  ଏଥର ଦୀପାବଳିରେ ସେମାନଙ୍କୁ ସ୍ୱତନ୍ତ୍ର  ଉପହାର ଦେବା ପାଇଁ ଚିନ୍ତା କରିଥିଲେ ।  ସେହିଭଳି ତାମିଲ୍‌ନାଡୁର ନୀଳଗିରି  ଜିଲ୍ଲାସ୍ଥିତ କୋଟାଗିରିରେ ଥିବା ଏକ ଟି’  ଇଷ୍ଟେଟ୍‌ କର୍ମଚାରୀମାନଙ୍କୁ ଦୀପାବଳି  ବୋନସ୍‌ ଭାବେ ରୟାଲ ଏନ୍‌ଫିଲ୍‌ଡ  ଉପହାର ଦେଇଛି । 

ସୋସିଆଲ  ମିଡିଆରେ ଏକ ଭିଡିଓ ଭାଇରାଲ  ହୋଇଛି, ଯେଉଁଥିରେ ଟି’ ଇଷ୍ଟେଟ୍‌ର  କର୍ମଚାରୀମାନଙ୍କୁ ବାଇକ୍‌ ଚାବି ଦେଇ  ସମ୍ବର୍ଦ୍ଧିତ କରାଯାଉଥିବାର ଦୃଶ୍ୟ ରହିଛି ।  କର୍ମଚାରୀମାନଙ୍କୁ ଗାଡ଼ିର ଚାବି ହସ୍ତାନ୍ତର  କରିବା ପରେ ଟି’ ଇଷ୍ଟେଟ୍‌ର ୪୨ ବର୍ଷୀୟ  ମାଲିକ ଏକ ଜୟ ରାଇଡ୍‌ରେ ଯାଇଥିଲେ ।  କମ୍ପାନି ମାଲିକ ୧୫ଟି ରୟାଲ ଏନ୍‌ଫିଲ୍‌ଡ  ବାଇକ୍‌ ଉପହାର ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.