ଗୋଛାପଡା, ୧/୯ : ଫିରିଙ୍ଗିଆ ବ୍ଲକରେ ଶୁକ୍ରବାର ଦିନ ୧୨ ଟାରେ ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଡ୍ରାଇଭର ଜନ୍ମ ଦିବସ ପାଳିତ ହୋଇଛି l ଫିରିଙ୍ଗିଆ ବ୍ଲକ ଓଡ଼ିଶା ଡ୍ରାଇଭର ମହାସଙ୍ଘ ବ୍ଲକ ଉପ ସଭାପତି ବଂଶୀଧର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଡ୍ରାଇଭର ଜନ୍ମ ଦିବସରେ ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଘର ସମ୍ପାଦକ ରମାକାନ୍ତ ପ୍ରଧାନ, ବ୍ଲକ ଆଡମିନ ଉମାକାନ୍ତ ପ୍ରଧାନ, ମାନୁଏଲ ଦିଗାଲ, ଟୁକୁନ ପ୍ରଧାନ, ରଘୁ ଦିଗାଲ, ତ୍ରିନାଥ ବିନ୍ଧାଣି, ସିମନ ଦିଗାଲଙ୍କ ସହ ଫିରିଙ୍ଗିଆ ବ୍ଲକର ୨୪ଟି ପଞ୍ଚାୟତର ପାଞ୍ଚ ଶହରୁ ଉର୍ଦ୍ଧ୍ଵ ଡ୍ରାଇଭର ଯୋଗ ଦେଇଥିଲେ l
ଓଡ଼ିଶା ଡ୍ରାଇଭର ମହାସଙ୍ଘ ଫିରିଙ୍ଗିଆ ବ୍ଲକର ଡ୍ରାଇଭରମାନେ ବିଭିନ୍ନ ସଚେତନ ବାର୍ତା ଓ ସ୍ଲୋଗାନ ଦେଇ ତଣ୍ଡରୀଗାଁ ଘାଇରୁ ଏକ ରାଲି ଶୋଭାଯାତ୍ରାରେ ବାହାରି ଫିରିଙ୍ଗିଆ ବ୍ଲକ ଛକ, ବଜାର, ତହସିଲ କାର୍ଯ୍ୟଳୟ ରାସ୍ତା ପର୍ଯ୍ୟନ୍ତ ଯିବା ସହ ସେଠାରୁ ଫେରି ଫିରିଙ୍ଗିଆ ବସଷ୍ଟାଣ୍ଡ ନିକଟରେ ବିଭିନ୍ନ ସ୍ଲୋଗାନ ଦେଇ କେକ କାଟି ଡ୍ରାଇଭର ଜନ୍ମ ଉତ୍ସବ ପାଳନ କରିଥିଲେ l