ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ

କୋଣାର୍କ, ୧୪/୦୬ : ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍। ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ। କାକଟପୁର-ନୟାହାଟ ରାସ୍ତାର ଜଗନ୍ନାଥପୁର ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୮ ଗୁରୁତରଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। ସମସ୍ତ ମୃତାହତ କାକଟପୁର ଅସ୍ତରଙ୍ଗ ଅଞ୍ଚଳର ପାନଚାଷୀ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ କାକଟପୁର ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି।

ସୂଚନାନୁଯାୟୀ, ରଜ ପାଇଁ  ପାନ ବିକ୍ରି କରିବାକୁ ଏକ ପିକଅପ୍ ଡାଲାଗାଡ଼ିରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଛତିଆନା, ପଦାସାହି, କେନ୍ଦ୍ରାପଟି, କଣ୍ଟାବାଉଁଶ ଗ୍ରାମର ୨୦ରୁ ଉର୍ଦ୍ଧ୍ଵ ପାନ ବ୍ୟବସାୟୀ ନୟାହାଟ ଓ ପିପିଲି ହାଟର ପାନ ମାର୍କେଟକୁ ଯାଉଥିଲେ। ଏତିକି ବେଳେ ଦ୍ରୁତଗତିରେ ଥିବା ପିକଅପ୍ ଡାଲା ଗାଡ଼ିଟି ଭାରସାମ୍ୟ ହରାଇ କାକଟପୁର ଥାନା ନିକଟସ୍ଥ ଜଗନ୍ନାଥପୁର ଛକଠାରେ ଓଲଟିପଡିଥିଲା। ଗାଡିର ପଛ ପାର୍ଶ୍ୱରେ କୋଡିଏରୁ ଉର୍ଦ୍ଧ୍ଵ ପାନ ଟୋକେଇ ସହ ପଛ ପାର୍ଶ୍ୱରେ ବସିଥିଲେ। ୨୦ରୁ ଉର୍ଦ୍ଧ୍ଵ ଲୋକମାନେ ଗାଡ଼ି ଓଲଟି ପଡିବାରୁ ଘଟଣା ସ୍ଥଳରେ ଗୁରୁତର ହୋଇଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଘଟଣାସ୍ଥଳରେ କାକଟପୁର ଥାନା ପୋଲିସ ପହଞ୍ଚି ଗୁରୁତର ଥିବା ବ୍ୟକ୍ତିମାନଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ନିକଟସ୍ଥ ଚାରିଛକ ମେଡିକାଲ ପଠାଇଛି। ଅତି ଗୁରୁତରମାନଙ୍କୁ ଭୁବେଶ୍ୱର ସ୍ଥାନାନ୍ତରିତ କରିଛି। ଏପଟେ ଗାଡିକୁ ଜବତ କରି ତଦନ୍ତ ଚଳାଇଛନ୍ତି କାକଟପୁର ପୋଲିସ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.