ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

ବିମାନ ବନ୍ଦରରୁ ଟେକ୍‌ ଅଫ୍‌ ପରେ ପରେ କ୍ରାଶ୍‌ ହେଲା ବିମାନ,ଦୁଇ ଜଣ ପାଇଲଟ୍‌ ନିଖୋଜ

ନୂଆଦିଲ୍ଲୀ,୨୧/୮: ଜାମସେଦପୁରରେ ଅଘଟଣ। ବିମାନ ବନ୍ଦରରୁ ଟେକ୍‌ ଅଫ୍‌ ପରେ ପରେ କ୍ରାଶ୍‌ ହେଲା ବିମାନ। ଦୁର୍ଘଟଣାଗ୍ରସ୍ତ ହୋଇ ଡ୍ୟାମ୍‌ ଖସି ପଡିଲା। ଏଥିରେ ଥିବା ଦୁଇ ଜଣ ପାଇଲଟ୍‌ ନିଖୋଜ ଥିବା ସୂଚନା ମିଳିଛି। ତେବେ ଗତକାଲି ସକାଳ ୧୧ଟାରେ ଜାମସେଦପୁର ସୋନାରୀ ବିମାନବନ୍ଦରରୁ ଆଲକେମିଷ୍ଟ ଆଭିଏସନ୍‌ର ଏକ ଟୁ-ସିଟ୍‌ର୍‌ ଟ୍ରେନି ବିମାନ ଉଡାଣ ଭରିଥିଲା। ହେଲେ ଟେକ୍‌ ଅଫ୍‌ର କିଛି ମିନିଟ୍‌ ମଧ୍ୟରେ ହିଁ ବିମାନଟି ଚଣ୍ଡିଲ ଡ୍ୟାମରେ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା କ୍ୟାପଟେନ ଶୁତ୍ରନନ୍ଦ ଏବଂ ଟ୍ରନି ପାଇଲଟ୍ ଶୁଭ୍ରୋଦୀପ ଦତ୍ତଙ୍କ କୌଣସି ପତ୍ତା ମିଳୁନାହିଁ। ଟ୍ରନି ପାଇଲଟ୍ ଶୁଭ୍ରୋଦୀପ ଦତ୍ତା ଆଦିତ୍ୟପୁରର ହୋଇଥିବାବେଳେ କ୍ୟାପଟେନ ଶୁତ୍ରନନ୍ଦ ପାଟନାର ବାସିନ୍ଦା ବୋଲି ଜଣାପଡିଛି।

ବିମାନଟି ବିମାନ ଉଡ଼ାଣର ମାତ୍ର ୧୫ ମିନିଟ ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା। ଏହାପରେ ବିମାନ ନିଖୋଜ ସମ୍ପର୍କରେ ସୋନାରୀ ବିମାନବନ୍ଦର ଏବଂ ପ୍ରଶାସନକୁ ସୂଚନା ଦିଆଯାଇଥିଲା। ଆଲକେମିଷ୍ଟ ଆଭିଏସନ କମ୍ପାନୀର ମାଲିକ ମୃଣାଳ କାନ୍ତି ପାଲଙ୍କ ଠାରୁ ସାହାଯ୍ୟ ମାଗିବା ପରେ ପୂର୍ବ ସିଂହଭୂମ ଏବଂ ସେରାଇକେଲା ପୁଲିସ ପ୍ରଶାସନ ବିମାନ ଖୋଜାଖୋଜି ଆରମ୍ଭ କରିଥିଲା। ତେବେ ଜାମସେଦପୁର ପୁଲିସର ତଦନ୍ତ ସମୟରେ କ୍ୟାପଟେନ ପାଇଲଟ ଏବଂ ଟ୍ରେନି ପାଇଲଟଙ୍କ ଶେଷ ଲୋକେସନ୍‌ ଚାନ୍ଦିଲ ଡ୍ୟାମର ନିମଡିହରେ ରାତି ୧୧.୧୯ ରେ ମିଳିଥିଲା। ସେରାଇକେଲାର ଏସପି ମୁକେଶ ଲୁନାୟତଙ୍କ ସମେତ ସମଗ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋଟର ଯାନ ଦ୍ୱାରା ଖୋଜାଖୋଜି କରୁଛନ୍ତି। ତେବେ ବିମାନ କିମ୍ବା ଦୁଇ ପାଇଲଟ୍‌ଙ୍କ କୌଣସି ଖୋଜ ଖବର ମିଳିନଥିବାରୁ ରାଞ୍ଚିରୁ ଏକ NDRF ଟିମ୍‌ ଆସି ଆଜି ସକାଳେ ଡ୍ୟାମ୍‌ ନିକଟସ୍ଥ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରଖିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.