ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୋମବାରଠୁ ଆରମ୍ଭ ହେବ ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ, ଅକ୍ଟୋବର ୬ ସୁଦ୍ଧା ଶେଷ ହେବ ପ୍ରକ୍ରିୟା

ଭୁବନେଶ୍ୱର,୦୩/୦୯: ଆସନ୍ତା  ୪ ତାରିଖରୁ ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ  ନାମଲେଖା ଆବେଦନ ଆରମ୍ଭ ହେବ ।  ୧୩ ତାରିଖ ଆବେଦନର ଶେଷ  ତାରିଖ ରହିଛି । ୧୪ ଓ ୧୫ ତାରିଖରେ  ଆବେଦନ ଫର୍ମ ସଂଶୋଧନ କରିବାକୁ  ସୁଯୋଗ ଦିଆଯିବ । ୨୨ ତାରିଖ ମଧ୍ୟାହ୍ନ  ୧୨ଟାରେ ପ୍ରୋଭିଜନାଲ୍‌ ସିଟ୍‌ ଆଲ୍‌ଟମେଣ୍ଟ  ପ୍ରକାଶିତ ହେବ । ଏଥିସହ ୱେଟ୍‌ଲିଷ୍ଟ  ମଧ୍ୟ ପ୍ରକାଶ ପାଇବ । ଚୟନ ହୋଇଥିବା  ଆବେଦନକାରୀମାନେ ୨୨ରୁ ୨୫ ତାରିଖ  ମଧ୍ୟରେ ଅନ୍‌ଲାଇନ୍‌ରେ ଆଡମିଶନ ଫି  ଦାଖଲ କରିବେ । ୨୩ରୁ ୨୬ ତାରିଖ  ମଧ୍ୟରେ ପ୍ରଥମ ରାଉଣ୍ଡ ନାମଲେଖା ହେବ ।  

୨୭, ୨୮ ତାରିଖରେ ୱେଟ୍‌ଲିଷ୍ଟରେ ଥିବା  ଆବେଦନକାରୀମାନେ ନିଜର କମନ୍‌  ଆପ୍ଲିକେଶନ ଫର୍ମ ସହ ସମସ୍ତ ଡକ୍ୟୁମେଣ୍ଟ  ଦାଖଲ କରିବେ । ଅକ୍ଟୋବର ୩ ତାରିଖ  ଅପରାହ୍ନ ୪ଟାରେ ୱେଟିଂ ମେରିଟ୍‌ ଲିଷ୍ଟ  ପ୍ରକାଶ ପାଇବ । ଅକ୍ଟୋବର ୫ ସୁଦ୍ଧା  କଲେଜ ଚୟନ କରିବେ। ୬ ତାରିଖରେ  ସଂଧ୍ୟା ୫ ଟା ମଧ୍ୟରେ ନାମଲେଖାଇବାର  ସୁଯୋଗ ମିଳିବ । 

ବିଭାଗ ପକ୍ଷରୁ  କୁହାଯାଇଛି, ଅନେକ ଛାତ୍ରଛାତ୍ରୀ ବିଭିନ୍ନ  କାରଣ ଯୋଗୁ ପ୍ରଥମ ପର୍ଯ୍ୟାୟରେ  ନାମଲେଖା ଆବେଦନ କରିପାରିନଥିଲେ । ତେଣୁ ସେମାନଙ୍କୁ ନାମଲେଖାଇବାର  ସୁଯୋଗ ଦିଆଯିବ । ବିଭାଗ ପକ୍ଷରୁ ଜାରି  ହୋଇଥିବା ମାର୍ଗଦର୍ଶିକାରେ ଦର୍ଶାଯାଇଛି,  ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଥିବା  ଛାତ୍ରଛାତ୍ରୀଙ୍କୁ ଏହି ଦ୍ୱିତୀୟ ପର୍ଯ୍ୟାୟ  ନାମଲେଖା ପାଇଁ ସୁଯୋଗ ଦିଆଯିବ  ନାହିଁ । ଯଦି କୌଣସି ଆବେଦନକାରୀ  କମନ୍‌ ଆପ୍ଲିକେଶନ ଫର୍ମ ଫି ପ୍ରଥମ  ପର୍ଯ୍ୟାୟ ନାମଲେଖାରେ ଦାଖଲ କରିଥାନ୍ତି  ତେବେ ସେମାନେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ପାଇଁ ଫି ଦାଖଲ  କରିବେ ନାହିଁ। ଦ୍ୱିତୀୟ ପର୍ଯ୍ୟାୟ  ନାମଲେଖାରେ ଆବେଦନକାରୀଙ୍କୁ ଫ୍ରିଜ୍‌,  ସ୍ଲାଇଡ୍‌ ଓ ଫ୍ଲୋଟ୍‌ ଅପସନ୍‌ ଦିଆଯିବ  ନାହିଁ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖାର  ପ୍ରଥମ ରାଉଣ୍ଡରେ ଚୟନ ହୋଇଥିବା  ଆବେଦନକାରୀମାନେ ୱେଟିଂଲିଷ୍ଟରେ ରହିବେ ନାହିଁ । ସୂଚନାଯୋଗ୍ୟ, ରାଜ୍ୟରେ  ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଆହୁରି  ୧ଲକ୍ଷ ୧୧ ହଜାର ୧୦୮ ସିଟ୍‌ ଖାଲି ପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.