ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୩ରୁ ଯୁକ୍ତ ତିନି ନାମଲେଖା ଆବେଦନ:ସାମ୍‌ସରେ ଯୋଡ଼ିହେଲା ବିଏ ବିଏଡ୍‌, ବିଏସ୍‌ସିବିଏଡ୍‌ ଓ ଏଲ୍‌ଏଲ୍‌ବି

ଭୁବନେଶ୍ୱର,୩୦/୦୫: ୨୦୨୪- ୨୫ ଶିକ୍ଷାବର୍ଷର ଯୁକ୍ତ ତିନି ପାଇଁ ଆସନ୍ତା ଜୁନ ୩ରୁ ନାମଲେଖା ଆବେଦନ ଆରମ୍ଭ ହେବ । ଜୁନ୍‌ ୧୭ ସୁଦ୍ଧା ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ । ଜୁନ୍‌ ୨୫ରେ ଆସିବ ପ୍ରଥମ ସିଟ୍‌  ଆଲଟମେଣ୍ଟ୍‌ । ୨୬ରୁ ୨୯ ତାରିଖ  ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା  ହେବ । ସେହିପରି ଜୁଲାଇ ୫ରେ ଦ୍ୱିତୀୟ  ପର୍ଯ୍ୟାୟ ସିଟ୍‌ ଆଲଟମେଣ୍ଟ ଆସିବ ଓ  ନାମଲେଖା ଜୁଲାଇ ୬ରୁ ୯ ମଧ୍ୟରେ  ହେବ । ଜୁଲାଇ ୧୫ରେ ତୃତୀୟ ପର୍ଯ୍ୟାୟ  ସିଟ୍‌ ଆଲଟମେଣ୍ଟ୍‌ ଆସିବ । ଏ ନେଇ  ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି  ଜାରି କରାଯାଇଛି । ସମସ୍ତ ସରକାରୀ ଓ  ବେସରକାରୀ ଅନୁଦାନପ୍ରାପ୍ତ କଲେଜ,  ଅଣ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ,  ସଂସ୍କୃତ କଲେଜ ସହ ୟୁଜି କୋର୍ସ ଥିବା  ମହାବିଦ୍ୟାଳୟରେ ନାମଲେଖା ପାଇଁ  ଛାତ୍ରଛାତ୍ରୀ ସାମ୍‌ସ ୱେବସାଇଟ୍‌ରେ  ଆବେଦନ କରିବେ ।  

ପୂର୍ବରୁ ଇଣ୍ଟିଗ୍ରେଟେଡ୍‌ ବିଏ  ବିଏଡ୍‌, ବିଏସ୍‌ସି ବିଏଡ୍‌, ବିଏସ୍‌ସି  ଆଇଟିଏମ, ଏମ୍‌ବିଏ, ଏମ୍‌ସିଏ ଓ  ଏଲ୍‌ଏଲ୍‌ବି ପାଠ୍ୟକ୍ରମ ପାଇଁ ସ୍ୱତନ୍ତ୍ର  ଭାବେ ବିଭିନ୍ନ କଲେଜରେ ନାମଲେଖା  ହେଉଥିଲା । ହେଲେ ଚଳିତବର୍ଷ ସାମ୍‌ସ  ୱେବସାଇଟ୍‌ ଯୋଗେ ଛାତ୍ରଛାତ୍ରୀ ଏହି  ସମସ୍ତ ପାଠ୍ୟକ୍ରମରେ ନାମ ଲେଖାଇବେ ।  ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ,  ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନ୍ସା  ବିଶ୍ୱବିଦ୍ୟାଳୟ, ଏସ୍‌ସିଏସ୍‌(ସ୍ୱୟଂଶାସିତ)  କଲେଜ, ଏମ୍‌ପିସି (ସ୍ୱୟଂଶାସିତ)  କଲେଜ ଓ ଫକୀର ମୋହନ  (ସ୍ୱୟଂଶାସିତ) କଲେଜରେ ୪ବର୍ଷିଆ  ଇଣ୍ଟିଗ୍ରେଟେଡ୍‌ ବିଏବିଏଡ୍‌ ଓ ବିଏସ୍‌ସି  ବିଏଡ୍‌ ପାଇଁ ଇ-ଆଡମିଶନ ସୁବିଧା  ରହିଛି । 

ରେଭେନ୍ସା ବିଶ୍ୱବିଦ୍ୟାଳୟରେ  ବିଏସ୍‌ସି ଆଇଟିଏମ୍‌(ଇନଫର୍ମେସନ  ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ) ଓ  ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ  ବିଏସ୍‌ସି ଆଇଏସଟି(ଇନଫର୍ମେସନ  ସାଇନ୍ସ ଆଣ୍ଡ ଟେଲିକମ୍ୟୁନିକେସନ)ର  ଆଡମିଶନ ହେବ । ଏଥିସହ ସରକାରୀ ଓ  ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ  ୩ ବର୍ଷିଆ ବିବିଏ ଓ ବିସିଏ ପାଠ୍ୟକ୍ରମ,  ଉତ୍କଳ ବିଶ୍ୱବିଦ୍ୟାଳୟରେ ୫ବର୍ଷିଆ  ଇଣ୍ଟିଗ୍ରେଟେଡ୍‌ ଏମବିଏ ଓ ଏମସିଏ,  ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ  ୫ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବିଏ ଏଲଏଲବି  କୋର୍ସ ପାଇଁ ଆଡମିଶନ ପ୍ରକ୍ରିୟା  ମଧ୍ୟ ସାମ୍‌ସ ପୋର୍ଟାଲରେ ହେବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.