ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଯୁକ୍ତ ୨ ପ୍ରଥମବର୍ଷ ନାମଲେଖା ଆବେଦନ ଅବଧି ବୃଦ୍ଧି, ଜୁଲାଇ ୧୨ ଯାଏ ମିଳିବ ଆବେଦନ ସୁଯୋଗ

ଭୁବନେଶ୍ୱର,୦୨/୦୭: ଯୁକ୍ତ ୨ ପ୍ରଥମବର୍ଷ ନାମଲେଖା ଆବେଦନ ଅବଧି ବୃଦ୍ଧି ହୋଇଛି । ଆସନ୍ତା ୧୨ ତାରିଖ ଯାଏ ଆବେଦନ ସୁଯୋଗ ମିଳିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । 

ଜୁନ୍‌ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଆବେଦନ ପ୍ରକ୍ରିୟା ଜୁଲାଇ ୬ ତାରିଖ ଯାଏ ରହିଥିଲା । ସୋମବାର ଉଚ୍ଚ ମାଧ୍ୟମିକଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆବେଦନ ଅବଧି ବୃଦ୍ଧି କରାଯାଇଛି । ସେହିପରି କାର୍ଯ୍ୟସୂଚୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଜୁଲାଇ ୧୮ରେ ପ୍ରଥମ ଚୟନ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଏହାକୁ ଘୁଞ୍ଚାଇ ୨୦ ତାରିଖ କରାଯାଇଛି । ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୨୨ରୁ ୨୭ ତାରିଖ ମଧ୍ୟରେ ନାମଲେଖାଇ ପାରିବେ । ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଥିବା ଛାତ୍ରଛାତ୍ରୀମାନେ ଅନ୍ୟ ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଇଚ୍ଛୁକ ଥିଲେ ୨୨ରୁ ୩୦ ତାରିଖ ମଧ୍ୟରେ ସ୍ଲାଇଡ୍‌ ଅପ୍‌ ଅପସନ୍‌ ଦେଇପାରିବେ । 

ସେହିପରି ଅଗଷ୍ଟ ୧ରେ ଦ୍ୱିତୀୟ ଚୟନ  ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଏହାକୁ ଅଗଷ୍ଟ ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏଥିରେ ଚୟନ ହୋଇଥିବା ଶିକ୍ଷାର୍ଥୀମାନେ ଅଗଷ୍ଟ ୭ରୁ ୧୦ ତାରିଖ ମଧ୍ୟରେ ନାମଲେଖାଇବେ । ଅନ୍ୟ ଶିକ୍ଷାନୁଷ୍ଠାନରେ ସ୍ପଟ୍‌ ନାମଲେଖାରେ ଅଂଶଗ୍ରହଣ କରିବା ପାଇଁ ଅଗଷ୍ଟ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଚଏସ୍‌ ଲକିଂ କରିପାରିବେ । ଅଗଷ୍ଟ ୨୦ ତାରିଖରେ ସ୍ପଟ୍‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ୨୨ ତାରିଖ ମଧ୍ୟାହ୍ଣରୁ ୨୮ ତାରିଖ ଅପରାହ୍ଣ ୬ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ । ଅଗଷ୍ଟ ୧ରୁ ପାଠପଢ଼ା ଆରମ୍ଭ ହେବ । ସାମ୍‌ସର ତଥ୍ୟ ଅନୁସାରେ, ରାଜ୍ୟରେ ମୋଟ ୪ ଲକ୍ଷ ୭୪ ହଜାର ୯୪୦ ସିଟ୍‌ ଥିବା ବେଳେ ୪ ଲକ୍ଷ ୩୨ ହଜାର ୬୨୬ ଜଣ ଆବେଦନ କରିଛନ୍ତି । ୪ ଲକ୍ଷ ୨୮ ହଜାର ୬୨୦ ପିଲା ଅନ୍‌ଲାଇନ ଫି ଦାଖଲ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.