ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ୱ ପରିବେଶ ଦିବସ , 'ଏକ୍ ପେଡ଼୍ ମାଁ କେ ନାମ 'ଅଭିଯାନ ଆରମ୍ଭ କଲେ ମୋଦି

ନୂଆଦିଲ୍ଲୀ,୫/୬ : ଆଜି ବିଶ୍ୱ ପରିବେଶ ଦିବସ । ଏହି ଅବସରରେ ଲୋକଙ୍କୁ ସଚେତନ କରିବା ନିମନ୍ତେ ଏକ ଅଭିଯାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅଭିଯାନର ନାଁ ହେଉଛି 'ଏକ୍ ପେଡ଼୍ ମାଁ କେ ନାମ ' । ବୁଦ୍ଧ ଜୟନ୍ତୀ ପାର୍କରେ ଚାରା ରୋପଣ କରି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନ ଅନ୍ତର୍ଗତ ଦେଶରେ ଚାରାରୋପଣ କରାଇବା ଏହାର ମୂଳ ଉଦ୍ଦେଶ୍ୟ ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୦ଟା ୪୫ ପାଖାପାଖି ଦିଲ୍ଲୀ ସ୍ଥିତ ବୁଦ୍ଧ ଜୟନ୍ତୀ ପାର୍କରେ ବିଶ୍ୱ ପରିବେଶ ଦିବସ ପାଳନ କରିଛନ୍ତି। ଏୈହି ଅବସରରେ ସେ 'ଏକ୍ ପେଡ଼୍ ମାଁ କେ ନାମ' ଅଭିଯାନ ଅନ୍ତର୍ଗତ ଚାରା ରୋପଣ କରିଥିଲେ । ଏହି ସମୟରେ ତାଙ୍କ ସହ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏବଂ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ନର ବିନୟ କୁମାର ସକ୍ସେନା ଉପସ୍ଥିତ ଥିଲେ । ଏହି ଅଭିଯାନ ମାଧ୍ୟମରେ ବୃକ୍ଷରୋପଣକୁ ନେଇ ଲୋକଙ୍କ ମନରେ ଗ୍ଲୋବାଲ ୱାର୍ମିଂ ଠାରୁ ବର୍ତ୍ତିବା ପାଇଁ ସଚେତନତା ସୃଷ୍ଟି କରାଯାଇ ପାରିବ । ପ୍ରଥମ ଥର ପାଇଁ ୧୯୭୨ ମସିହା ଜୁନ୍ ୫ରେ ୟୁଏନଜିଏ ବିଶ୍ୱ ପରିବେଶ ଦିବସ ଆରମ୍ଭ କରିଥିଲା । ସେହିପରି ଏଥର ସାଉଦି ଆରବକୁ ଆୟୋଜକ ଦେଶ ଭାବେ ଚୟନ କରାଯାଇଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.