ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ମହାରାଷ୍ଟ୍ରରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ଘଟଣାରେ କ୍ଷମା ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ, କହିଲେ...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଶୁକ୍ରବାର) ମହାରାଷ୍ଟ୍ର ଗସ୍ତ ସମୟରେ ପାଲଘରର ବାଧବନ ବନ୍ଦରର ଶିଳାନ୍ୟାସ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରାୟ ୧୫୬୦ କୋଟି ଟଙ୍କା ମୂଲ୍ୟର ମତ୍ସ୍ୟପାଳନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ମଧ୍ୟ କରିଛନ୍ତି । ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ଘଟଣାରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । 

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, "ଯେତେବେଳେ ବିଜେପି ମୋତେ ୨୦୧୩ ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ନିଶ୍ଚିତ କରିଥିଲା, ସେତେବେଳେ ମୁଁ ରାୟଗଢ ଦୁର୍ଗକୁ ଯାଇ ପ୍ରାର୍ଥନା କରିଥିଲି । ଜଣେ ଭକ୍ତ ତାଙ୍କ ଆରାଧ୍ୟଙ୍କୁ ଯେଉଁଭଳି ଭାବରେ ଆରାଧନା କରିଥାଏ, ସେହି ଭାବନା ନେଇ ଦେଶ ସେବା କରିବାକୁ ଆସିଥିଲି । 

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଛତ୍ରପତି ଶିବାଜୀ ମହାରାଜଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି । ସେ କହିଛନ୍ତି, ବିଗତ ଦିନରେ "ସିନ୍ଧୁଦୁର୍ଗରେ ଯାହା ଘଟିଲା, ତାହା ମୋ ପାଇଁ, ମୋର ସମସ୍ତ ସାଥିଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ । ଆମ ପାଇଁ ଛତ୍ରପତି ଶିବାଜୀ ମହାରାଜ କେବଳ ଏକ ନାମ ନୁହଁନ୍ତି, ସେ କେବଳ ଜଣେ ରାଜା କି ମହାରାଜା ନୁହଁନ୍ତି, ଆମ ପାଇଁ ଛତ୍ରପତି ଶିବାଜୀ ମହାରାଜ ଜଣେ ଆରାଧ୍ୟ ଦେବତା । ଆଜି ମୁଁ ମୁଣ୍ଡ ନୁଆଁଇ ଛତ୍ରପତି ଶିବାଜୀ ମହାରାଜଙ୍କୁ ଚରଣରେ ମସ୍ତକ ରଖି କ୍ଷମା ପ୍ରାର୍ଥନା କରୁଛି । 

ପାଲଘରର ଲୋକଙ୍କୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ସାବରକରଙ୍କ ବିଷୟରେ ମଧ୍ୟ କହିଛନ୍ତି । ସେ କହିଛନ୍ତି, "ଆମର ସଂସ୍କାର ଅଲଗା ଅଟେ । ଆମେ ସେହି ଲୋକ ନୁହଁ, ଯେଉଁମାନେ ଭାରତ ମାତାର ସାହସୀ ପୁତ୍ର ବୀର ସାବରକରଙ୍କୁ ଦୁର୍ବ୍ୟବହାର କରନ୍ତି ଏବଂ ଦେଶପ୍ରେମୀଙ୍କ ଭାବନାକୁ ଭାଙ୍ଗି ଦିଅନ୍ତି । ବୀର୍ ସାବରକରଙ୍କୁ ଦୁର୍ବ୍ୟବହାର କରିବା ପରେ ମଧ୍ୟ କ୍ଷମା ମାଗିବାକୁ ପ୍ରସ୍ତୁତ ନୁହଁ । ମହାରାଷ୍ଟ୍ର ଜନସାଧାରଣ ଏହିପରି ସଂସ୍କାର ଜାଣିବା ଉଚିତ୍ ଯେ, ଏଠାକୁ ଆସି ମୁଁ ଛତ୍ରପତି ଶିବାଜୀ ମହାରାଜଙ୍କୁ କ୍ଷମା ମାଗିବା କାମ ଆରମ୍ଭ କରିଛି’। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.