ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ସମ୍ମାନ,୧୪୦ କୋଟି ଭାରତୀୟଙ୍କୁ ଉତ୍ସର୍ଗ କଲେ ପୁରସ୍କାର

ଥିମ୍ପୁ/ନୂଆଦିଲ୍ଲୀ,୨୩/୦୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍‌ ଦି ଡ୍ରୁକ୍‌ ଗ୍ୟାଲପୋ’ରେ ସମ୍ମାନିତ କରାଯାଇଛି । ଭୁଟାନର ରାଜା ଜିଗ୍‌ମେ ଖେସର ନାମଗ୍ୟେଲ ୱାଙ୍ଗଚୁକ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏଭଳି ସମ୍ମାନ ପାଇବାରେ ମୋଦି ହେଉଛନ୍ତି ପ୍ରଥମ ବିଦେଶୀ ରାଷ୍ଟ୍ରନେତା । ଭାରତ-ଭୂଟାନ ସମ୍ପର୍କରେ ଉନ୍ନତି ଏବଂ ଭୁଟାନ ଓ ସେଠାକାର ଦେଶବାସୀଙ୍କ ପାଇଁ ଉଲ୍ଲେଖନୀୟ ସେବା କରିଥିବାରୁ ମୋଦିଙ୍କୁ ଏହି ସମ୍ମାନ ମିଳିଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୪୦ କୋଟି ଭାରତୀୟଙ୍କୁ ଏହି ପୁରସ୍କାର ଉତ୍ସର୍ଗ କରିଥିଲେ । କହିଥିଲେ ପ୍ରତ୍ୟେକ ପୁରସ୍କାରର ସ୍ୱତନ୍ତ୍ରତା ରହିଛି । ଯଦି ଗୋଟିଏ ଦେଶର ସର୍ବୋଚ୍ଚ ରାଷ୍ଟ୍ରୀୟ ପୁରସ୍କାର ଅନ୍ୟ ଏକ ଦେଶର ରାଷ୍ଟ୍ରନେତାଙ୍କୁ ଦିଆଯାଏ ତେବେ ସେଥିରୁ ସ୍ପଷ୍ଟ ଜଣାପଡିଥାଏ କି ଦୁଇଦେଶର ସମ୍ପର୍କ ଠିକଣା ବାଟରେ ଆଗଉଛି । ଭାରତ ଓ ଭୁଟାନ ମଧ୍ୟରେ ଐତିହ୍ୟ ସମ୍ପର୍କ ରହିଛି । ଭାରତ ହେଉଛି ଭଗବାନ ବୁଦ୍ଧଙ୍କ ଭୂମି, ତାଙ୍କ ତପୋସ୍ଥଳୀ । ଭାରତ ହେଉଛି ସେହି ଭୂମି ଯେଉଁଠାରେ ବୁଦ୍ଧଙ୍କ ବୋଧପ୍ରାପ୍ତ ହୋଇଥିଲା । ଭୁଟାନ ଭଗବାନ ବୁଦ୍ଧଙ୍କ ସେହି ଶିକ୍ଷାକୁ ଆତ୍ମସାତ୍‌ କରିଛି ଓ ସଂରକ୍ଷିତ ରଖିଛି । ଭାରତ ଓ ଭୁଟାନର ସମ୍ପର୍କ କେବଳ ଭୂମି ଓ ପାଣିରେ ସୀମିତ ନାହିଁ । ଭୁଟାନ ବର୍ତ୍ତମାନ ଭାରତର ମହାକାଶ କାର୍ଯ୍ୟକ୍ରମର ଅଂଶୀଦାର । ଭୁଟାନର ବୈଜ୍ଞାନିକମାନେ ଇସ୍ରୋ ସହ ମିଶି ଉପଗ୍ରହ ପ୍ରକ୍ଷେପଣ କରିଛନ୍ତି । ଆମେ ପରସ୍ପରର ସଫଳତାକୁ ଉତ୍ସବ ଭାବେ ପାଳନ କରୁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ । ସୂଚନାଯୋଗ୍ୟ ଯେ ମୋଦିଙ୍କୁ ଏହି ପୁରସ୍କାର ପ୍ରଦାନ କରିବା ଲାଗି ଭୁଟାନ ରାଜା ୨୦୨୧ ଡିସେମ୍ବର ୧୭ ଦେଶର ୧୧୪ତମ ଜାତୀୟ ଦିବସ ଉତ୍ସବରେ ଘୋଷଣା କରିଥିଲେ ।

ମୋଦି ବର୍ତ୍ତମାନ ଦୁଇଦିନିଆ ଭୁଟାନ ଗସ୍ତରେ ଅଛନ୍ତି । ଆଜି ସକାଳେ ସେ ଥିମ୍ପୁଠାରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପାରୋ ବିମାନବନ୍ଦର ଠାରେ ସେଠାକାର ପ୍ରଧାନମନ୍ତ୍ରୀ ସେରିଂ ତୋବ୍‌ଗେ ତାଙ୍କୁ ସ୍ୱାଗତ ଜଣାଇବା ସହ ପାଛୋଟି ନେଇଥିଲେ । ବିମାନବନ୍ଦର ଠାରୁ ଥିମ୍ପୁ ପର୍ଯ୍ୟନ୍ତ ଦୀର୍ଘ ୪୫ କି.ମି. ରାସ୍ତାର ଉଭୟ ପାଶ୍ୱର୍ରେ ହଜାର ହଜାର ଲୋକ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ମୋଦିଙ୍କୁ ସ୍ୱାଗତ ଜଣାଉଥିବା ଦେଖିବାକୁ ମିଳିଥିଲା । ମୋଦିଙ୍କୁ ସ୍ୱାଗତ ଜଣାଇବା ଲାଗି ଆଜି ଭୁଟାନର ସବୁ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଥିଲା । ହୋଟେଲରେ ମଧ୍ୟ ତାଙ୍କୁ ପାରମ୍ପରିକ ଗର୍‌ବା ନୃତ୍ୟ ଓ ଗୁଜରାଟୀ ସଙ୍ଗୀତରେ ସ୍ୱାଗତ କରାଯାଇଥିଲା । ସେ ଥିମ୍ପୁସ୍ଥିତ ତାଶିଚ୍ଛୋ ଦଜୋଙ୍ଗ ରାଜପ୍ରସାଦା ଯାଇ ରାଜା ଜିଗ୍‌ମେ ଖେସରଙ୍କୁ ଭେଟିଥିଲେ । ରାଜାଙ୍କ ସହ ସେ ଟେଣ୍ଡ୍ରେଲଥାଙ୍ଗ ଫେଷ୍ଟିଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଭୁଟାନର ବିଭିନ୍ନ ନେତାଙ୍କ ସହ ଭେଟି ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିବେ । ଦେଶରେ ସାଧାରଣ ନିର୍ବାଚନ ଘୋଷଣା ହେବା ପରେ ବିଦେଶ ଯିବାରେ ମୋଦି ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.