ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଦୁଇ ଦିନିଆ ଋଷ ଗସ୍ତରେ ମୋଦି, ପୁଟିନଙ୍କ ସହ ଦ୍ବିପାକ୍ଷିକ ବୈଠକ... ସେଠାରୁ ଯିବେ ଅଷ୍ଟ୍ରିଆ

ନୂଆଦିଲ୍ଲୀ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନିଜର ଦୁଇ ଦିବସୀୟ ଗସ୍ତରେ ଋଷ ଯାଇଛନ୍ତି। ମଧ୍ୟାହ୍ନରେ ଋଷ ପହଁଞ୍ଚିବା ପରେ ଆଜି ମୋଦି ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍‌ଙ୍କ ସହିତ ମସ୍କୋର ନୋ‌ଭେ ଓଗେରେଭୋ ସ୍ଥିତି ତାଙ୍କ ଡାଚା(ନିବାସ)ରେ କରିବେ ରାତ୍ରୀଭୋଜନ। ଦୁଇ ନେତା ଆସନ୍ତାକାଲି କ୍ରେମାଲିନ୍‌ରେ ହେବାକୁ ଥିବା ବୈଠକରେ ଏକାନ୍ତରେ ଆଲୋଚନା କରିବେ। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ମୋଦିଙ୍କ ଯାତ୍ରା ଦ୍ବାରା ଦ୍ବିପାକ୍ଷିକ ସମ୍ପର୍କ ଆହୁରି ମଜବୁତ ହେବାର ଆଶା କରାଯାଉଛି। 

ପୁଟିନ୍‌ଙ୍କ ମୋଦି ଭେଟିବା ସହ ଋଷରେ ଥିବା ଭାରତୀୟ ସମୁଦାୟଙ୍କୁ  ଭେଟିବାର କାର୍ଯ୍ୟକ୍ରମ ରହିଛି । ୟୁକ୍ରେନ ଉପରେ ଋଷର ଆକ୍ରମଣ ପରଠାରୁ ଏହି ମୋଦିଙ୍କ ପ୍ରଥମ ଗସ୍ତ ହେବ । ତିନି ବର୍ଷର ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀ ଋଷ ଗସ୍ତ କରୁଛନ୍ତି । ଏନେଇ ଋଷରେ ଥିବା ଭାରତୀୟ ରାଷ୍ଟ୍ରଦୂତ ସୂଚନା ଦେଇଛନ୍ତି ।

ଋଷରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଭେଙ୍କଟେଣ ବର୍ମା କହିଛନ୍ତି, ମୋଦିଙ୍କ ଯାତ୍ରା ବର୍ତ୍ତମାନ ଗୁରୁତ୍ବପୂର୍ଣ୍ଣ, କାରଣ ଏହା ଦୁଇ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବ।ଦୁଇପକ୍ଷ ମତରେ ଏହା ତାଙ୍କର ଭୂ-ରାଜନୈତିକ ଦୃଷ୍ଟିକୋଣରେ ସମାନତା ଭାବରେ ମାନ୍ୟତାପ୍ରାପ୍ତ ବିଚାରଠାରୁ ଅଧିକ ବ୍ୟାପକ।’ଋଷ ବୈଦେଶିକ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଜମିର କାବୁଲୋଭାଙ୍କ କହିବା ଅନୁସାରେ, ପ୍ରଧାନମନ୍ତ୍ରୀ ଆସିବାର କିଛି ଘଣ୍ଟା ପୂର୍ବରୁ ଏକ ଜଏଣ୍ଟ ଷ୍ଟେଟମେଣ୍ଟର ଅନ୍ତିମ ରୂପ ଦିଆଯାଉଛି। ଏହାର ଉଦେଶ୍ୟ ଦ୍ବିପାକ୍ଷିକ ସମ୍ପର୍କକୁ ଆଗାମୀ ଦଶକରେ ଆହୁରି ମଜବୁତ କରିବା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.