ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ପିଏମ୍ ମୋଦିଙ୍କ ପସନ୍ଦ ସଜନାଛୁଇଁ, ଜାଣନ୍ତୁ ଏଥିରେ କଣ ଅଛି ବିଶେଷତା...

ଭୁବନେଶ୍ଵର, ୨୪/୦୫ : ପିଏମ୍ ନରେନ୍ଦ୍ର ମୋଦିଙ୍କୁ ସବୁଠୁ ଅଧିକ ସଜନା ଛୁଇଁର ତରକାରୀ ପସନ୍ଦ । କିନ୍ତୁ କଣ ଆପଣ ଜାଣିଛନ୍ତି କି, ସଜନାଛୁଇଁ ଖାଇବାଦ୍ୱାରା କଣ କଣ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ଏହାର ଓୌଷଧିୟ ଗୁଣ ବିଷୟରେ। ସୋସିଆଲ୍ ମିଡିଆରେ ମଧ୍ୟ ଅଧିକାଂଶ ଲୋକ ଏହି ପ୍ରଶ୍ନ ପଚାରୁଛନ୍ତି, ନରେନ୍ଦ୍ର ମୋଦି ନିଜ ପିଏମ୍ ଆବାସରେ କେଉଁ ପନିପରିବା ସବୁଠୁ ଅଧିକ ଖାଉଛନ୍ତି। ଆଜି ଆମେ ଆପଣଙ୍କୁ ସେବିଷୟରେ ବିସ୍ତାର ରୂପରେ ଜଣାଇବୁ। 

ସଜନାଛୁଇଁ : ପିଏମ୍ ନରେନ୍ଦ୍ର ମୋଦିଙ୍କୁ ସବୁଠାରୁ ଅଧିକ ସଜନାଛୁଇଁ ପସନ୍ଦ। ସେ ଏକ ଇଣ୍ଚର୍ଭିୟୁରେ କହିଥିଲେ ଯେ, ତାଙ୍କୁ ସଜନାଛୁଇଁର ପରଠା ଭଲଲାଗେ। ସେ ପ୍ରାୟତଃ ସବୁ ସପ୍ତାହରେ ନିଜ ପସନ୍ଦର ପରଠା ଖାଇଥାନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି କି, ସଜନାଛୁଇଁ କଣ ପାଇଁ ଏତେମାତ୍ରାରେ ଲାଭପ୍ରଦ। 

ସଜନାଛୁଇଁର ଓୌଷଧିୟ ଗୁଣ : ଏକ୍ସପର୍ଟଙ୍କ ଅନୁଯାୟୀ, ସଜନାଛୁଇଁ ‘ଅଲ୍ ଇନ୍ ୱାନ୍’ ହର୍ବ୍ ଅଟେ। ଏହାର ଗଛ ଏଣ୍ଟିବାୟୋଟିକ୍, ଏଣ୍ଟିଅକ୍ସିଡେଣ୍ଟ୍, ଏଣ୍ଟି-ଇଂଫ୍ଲେମେଟରୀ, ଏଣ୍ଟିକ୍ୟାନ୍ସର୍, ଏଣ୍ଟିଡାୟବେଟିକ୍, ଏଣ୍ଟିଭାୟରଲ୍, ଏଣ୍ଟିଫଙ୍ଗଲ୍ ଏବଂ ଏଣ୍ଟିଜିଂଗ୍‌ର ରୂପରେ କାମକରିଥାଏ। କେବଳ ଏତିକି ନୁହେଁ, ଏଥିରେ ଭିଟାମିନ୍ ଏ,  ଭିଟାମିନ୍ ବି୧(ଥାୟମିନ୍), ବି୨(ରାଇବୋଫ୍ଲେବିନ୍), ବି୩ (ନିୟାସିନ୍), ବି୬ ଫୋଲେଟ୍, ଏସ୍କାର୍ବିକ୍ ଏସିଡ୍(ଭିଟାମିନ୍ ସି), କ୍ୟାଲ୍ସିୟମ୍, ପୋଟାସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ଜିଂକ୍ ଇତ୍ୟାଦି ରହିଥାଏ। ଏହାକୁ ଖାଇବାଦ୍ୱାରା ବହୁତ ରୋଗ ଆପେଆପେ ଦୂର ହୋଇଯାଏ। 

ସଜନାଛୁଇଁର ଗଛ : ସଜନାଛୁଇଁଗଛର ସମସ୍ତ ଭାଗ ଲାଭଦାୟକ ଅଟେ। ଏହାର ପତ୍ର ସବୁଠୁ ଅଧିକ ଲାଭଦାୟକ। ଆପଣ ନିଜ ଖାଦ୍ୟରେ ତାଜା ସଜନାସାଗର ବ୍ୟବହାର କରିପାରିବେ। ଏହାର ସୁପ୍ ଏବଂ ତରକାରୀ ପାଇଁ ପତ୍ରକୁ ସୁଖାଇ, ପାଉଡର୍ କରି ବ୍ୟବହାର କରିପାରିବେ। ଏହାଛଡା ସଜନାଛୁଇଁକୁ ସିଝାଇ ଏହାର ସୁପ୍ ପିଇଲେ, ଗଣ୍ଠି ଦରଜରୁ ଆରାମ ମିଳିଥାଏ। 

ସ୍ୱାସ୍ଥ୍ୟପାଇଁ ସଜନାସାଗ ସର୍ବୋତ୍ତମ : ସଜନା ଶାଗ ଖାଇବା ଦ୍ୱାରା ହିମୋଗ୍ଲୋବିନ୍‌ର ସ୍ତର ଭଲ ରହିଥାଏ, ରକ୍ତଚାପ ଏବଂ କୋଲେଷ୍ଟ୍ରୋଲ୍ ନିୟନ୍ତ୍ରିତ ରହିଥାଏ। ଲିଭର୍ ଏବଂ କିଡନିକୁ ଡିଟକ୍ସିଫାଏ କରିଥାଏ। ଏହାଛଡା ରକ୍ତକୁ ଶୁଦ୍ଧ କରିଥାଏ ଏବଂ ଚର୍ମରୋଗକୁ ଦୂର କରିଥାଏ। ଏହା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଥାଇରଏଡ୍ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ। ଏହା ଶରୀର ଉପରେ ଏକ ଗରମ ପ୍ରଭାବ ପକାଇଥାଏ। ଯାହାଙ୍କୁ ଏସିଡିଟି, ବ୍ଲିଡିଙ୍ଗ୍, ପାଇଲ୍ସ୍, ଅଧିକ ମାସିକଧର୍ମ ଏବଂ ବ୍ରଣ ଇତ୍ୟାଦି ଅସୁବିଧା ରହିଛି, ସେମାନେ ଏହାକୁ ଗ୍ରହଣ କରନ୍ତୁନାହିଁ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.